ETV Bharat / state

ବଢିଲା ବିଜେଡିର ପଦଯାତ୍ରା ଅବଧି, ପଡିବକି ନିର୍ବାଚନ ଉପରେ ପ୍ରଭାବ ?

ରାଜ୍ୟ ଯୋଜନା ଏବଂ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି ଯେ, ‘‘2024ରେ ରହିଛି ସାଧାରଣ ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଉଛୁ । ନିଜ ନିଜ ନିର୍ବାଚନ ମଣ୍ଡଳୀରେ ପଦଯାତ୍ରା ମାଧ୍ୟମରେ ଏହା କରୁଛୁ । ଯାହା କି ପ୍ରତିବର୍ଷ 11 ଦିନିଆ ପଦ ଯାତ୍ରା ହେଉଥିଲା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 18, 2023, 8:47 PM IST

ବଢିଲା ବିଜେଡିର ପଦଯାତ୍ରା ଅବଧି; ପଡିବକି ନିର୍ବାଚନ ଉପରେ ପ୍ରଭାବ ?

ଭୁବନେଶ୍ବର: ଅକ୍ଟୋବର 2ରୁ ଆରମ୍ଭ ହୋଇଥିବା ବିଜେଡିର ପଦଯାତ୍ରା ଅବଧି ବୃଦ୍ଧି ପାଇଛି । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଦଯାତ୍ରା ଅବଧିକୁ ଡିସେମ୍ବର 25 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଲୋକଙ୍କ ସହିତ ଯୋଡି ହୋଇ ରହିବା ସହ ସମସ୍ୟା ସମାଧାନ କରିବାକୁ ନବୀନ ପରାମର୍ଶ ଦେଇଛନ୍ତି । ନିର୍ବାଚନ ଥିବାରୁ ବିଜେଡି ପଦଯାତ୍ରା ଜାରୀ ରଖିବାକୁ ନିଷ୍ପତ୍ତିକୁ ରାଜନୈତିକ ଦୃଷ୍ଟିରୁ ଭଲ ପଦକ୍ଷେପ ବୋଲି ରାଜନୈତିକ ସମୀକ୍ଷକ ମଧ୍ୟ ସମର୍ଥନ କରିଛନ୍ତି ।

ଅଧିକ ପଢନ୍ତୁ- ଫୁଲବାଣୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା, ଘରକୁ ଘର ବୁଲିଲା ଶଙ୍ଖ କ୍ୟାମ୍ପ

ରାଜ୍ୟ ଯୋଜନା ଏବଂ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି ଯେ, ‘‘2024ରେ ରହିଛି ସାଧାରଣ ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଉଛୁ । ନିଜ ନିଜ ନିର୍ବାଚନ ମଣ୍ଡଳୀରେ ପଦଯାତ୍ରା ମାଧ୍ୟମରେ ଏହା କରୁଛୁ । ଯାହା କି ପ୍ରତିବର୍ଷ 11 ଦିନିଆ ପଦ ଯାତ୍ରା ହେଉଥିଲା । ଅକ୍ଟୋବର 2ରୁ ଜୟ ପ୍ରକାଶ ନାରାୟଣ ଜୟନ୍ତୀ ପର୍ଯ୍ୟନ୍ତ ଚାଲୁଥିଲା । ତାହା ନିର୍ବାଚନକୁ ଆଖିରେ ରଖି 25 ଡିସେମ୍ବର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଆମେ ଲୋକ ସମ୍ପର୍କ ପଦଯାତ୍ରା ଜରିଆରେ ଲୋକଙ୍କୁ ସଚେତନ କରିବୁ । ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ପହଞ୍ଚିଛି ନା ନାହିଁ ତାହାର ତଦାରଖ କରିବୁ ।’’ ଆଉ ଯଦି କିଛି ବାକି ଥିବ ତାହା ସରକାରଙ୍କ ଅନ୍ୟ ବିଭାଗର ଦୃଷ୍ଟି ଆକର୍ଷଣ କରିବୁ । ବିକାଶ ହିଁ 2024ର ଆମ ଲକ୍ଷ୍ୟ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଯାହା ବିକାଶ କାର୍ଯ୍ୟକ୍ରମ ଜରିଆରେ ଗତ 22 ବର୍ଷ ମଧ୍ୟରେ ଲୋକଙ୍କ ଆର୍ଥିକ ସମୃଦ୍ଧି ହୋଇଛି । ଲୋକଙ୍କ ମୁଣ୍ଡ ପିଛା ଆୟ ମଧ୍ୟ ବଢିଛି । ଜାତୀୟ ସ୍ତର ମୁଣ୍ଡ ପିଛା ଆୟ ପାଖାପାଖି ହୋଇଛି । ଆଗାମୀ ନିର୍ବାଚନରେ ମଧ୍ୟ ଆମକୁ ସମର୍ଥନ ଦେବେ ।

ଅଧିକ ପଢନ୍ତୁ- କାଲିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ବିକାଶର ମୁଦ୍ଦା ନେଇ ଘରେ ଘରେ ପହଞ୍ଚିବ ଶଙ୍ଖ କ୍ୟାମ୍ପ

ବିଜେଡିର ପଦଯାତ୍ରା ଅବଧି ବୃଦ୍ଧିକୁ ରାଜନୈତିକ ଦୃଷ୍ଟିରୁ ଭଲ ପଦକ୍ଷେପ ବୋଲି କହିଛନ୍ତି ସମୀକ୍ଷକ । ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି ଯେ, ପଦଯାତ୍ରା ଦ୍ବାରା ନିଶ୍ଚୟ ଉକ୍ତ ଦଳକୁ ଫାଇଦା ମିଳେ । ଲୋକଙ୍କ ସହିତ ଯୋଡି ହେବା, ଲୋକଙ୍କ ପାଖକୁ ଯିବା ପାଇଁ ଏହା ଗୋଟେ ବଡ଼ ସୁଯୋଗ । ବିଜେଡି ବହୁ ବର୍ଷ ହେଲା ଅକ୍ଟୋବର 2ରୁ ଜୟ ପ୍ରକାଶ ନାରାୟଣ ଜୟନ୍ତୀ ପର୍ଯ୍ୟନ୍ତ ପଦଯାତ୍ରା କରନ୍ତି । ଏବର୍ଷ ପଦଯାତ୍ରାକୁ ସଂପ୍ରସାରିତ କରିଛନ୍ତି । ଯାହା ଡିସେମ୍ବର 25 ପର୍ଯ୍ୟନ୍ତ ଚାଲିବ । କାରଣ ଆଗକୁ ନିର୍ବାଚନ ନିର୍ବାଚନ ଅଛି । ପଦଯାତ୍ରା ଜରିଆରେ ସବୁ ସ୍ଥାନରେ ଦଳ ବା ସଂଗଠନ ପ୍ରତୀ ଗାଁ ଓ ଘରେ ପହଞ୍ଚୁ । ଯେକୌଣସି ଦଳ ବି ଏହା କରୁ ଏହା ଭଲ କଥା । କଂଗ୍ରେସ ମଧ୍ୟ ଭାରତ ଜୋଡ କାର୍ଯ୍ୟକ୍ରମ ଜରିଆରେ ଜାତୀୟ ସ୍ତରରେ କରିଛି । କଂଗ୍ରେସ ପାଇଁ ଏହା ଲାଭ ହୋଇଛି । ଲୋକଙ୍କ ପାଖକୁ ଗଲେ ନିଶ୍ଚୟ ଭାବେ ସମ୍ପର୍କ ସ୍ଥାପିତ ହେବ । ଲୋକଙ୍କ ଫିଡ଼ ବ୍ୟାକ ମିଳିବ । ଦଳ ଓ ସରକାର କେଉଁ ଦିଗକୁ ଯାଉଛି ଜଣାପଡିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.