ETV Bharat / state

BJD Foundation Day: ପ୍ରତିଷ୍ଠା ଦିବସରେ ବିଜେଡି ଅଭିଯୋଗକୁ କାଉଣ୍ଟର କଲା ବିଜେପି - ‘ଓଡ଼ିଶାର ଲୋକ ନ୍ୟାୟ ପାଉନାହାଁନ୍ତି

ବିଜେଡି ପ୍ରତିଷ୍ଠା ଦିବସ ଅବସରରେ ବିଜେଡି ସାଂସଦ ସସ୍ମିତ ପାତ୍ର କହିଥିଲେ, ବିଜେପି ଏକ ରାଷ୍ଟ୍ରୀୟ ଦଳ । ଓଡିଶାରେ କଣ ହେଲା କଣ ନ ହେଲା ତାଙ୍କର କିଛି ଫରକ ପଡ଼େନାହିଁ । ଅଧିକ ପଢନ୍ତୁ

ବିଜେପି
ବିଜେପି
author img

By

Published : Dec 26, 2022, 10:14 PM IST

ଭୁବନେଶ୍ବର: ବିକାଶ ନାଁରେ ବିଜେଡି ସରକାର ରାଜ୍ୟରେ ଫାର୍ସ କରୁଛି। ପ୍ରତିଦିନ ନାଟକ ଚାଲିଛି। ଅଭିନୟ କରୁଛନ୍ତି ବିଜେଡି ନେତା, ମନ୍ତ୍ରୀ ବିଧାୟକ। ଭିଡ଼ିଓ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଯଦି ତାଙ୍କର ବକ୍ତବ୍ଯ ରଖିବେ। ସେଥିରୁ ଜଣାପଡ଼ିଯାଉଛି ଯେ ଓଡ଼ିଶାର କଣ ବିକାଶ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜକ। ବିଜେଡିର ୨୫ ବର୍ଷ ଏବଂ ରାଜ୍ୟ ସରକାରଙ୍କ ୨୩ ବର୍ଷର ଇତିହାସ କହୁଛି। ଗୋଟିଏ ବି ପାହାଚ ଓଡିଶାର ବିକାଶ ହୋଇ ନାହିଁ। ମୁଖ୍ୟମନ୍ତ୍ରୀ ଯେଉଁ କଥା କହୁଛନ୍ତି ତାହା କେବଳ ଧର୍ମକୁ ଆଖିଠାର ସଦୃଶ। ଦୀର୍ଘ ୨୩ ବର୍ଷ ଧରି ଓଡ଼ିଶାର ବିକାଶ କଣ ହୋଇଛି। ତାହା ରାଜ୍ୟବାସୀ ଜାଣିଛନ୍ତି। ବିଜେଡି ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଂସଦ ସସ୍ମିତ ପାତ୍ରଙ୍କ ଅଭିଯୋଗ ଉପରେ ଜବାବ ରଖି ଏହା କହିଛନ୍ତି ବିଜେପି ବିଧାୟକ ମୋହନ ମାଝୀ ।

ମୋହନ କହିଛନ୍ତି ‘‘ଓଡ଼ିଶାର ଲୋକ ନ୍ୟାୟ ପାଉନାହାଁନ୍ତି। ଅରାଜକତା ବଢି ବଢି ଚାଲିଛି। ନାରୀ ନିର୍ଯ୍ୟାତନାଠୁ ଆରମ୍ଭ କରି ରାଜନୈତିକ ହିଂସା। ସବୁଥିରେ ବିଜେଡି ସରକାରଙ୍କ ନେତା ମନ୍ତ୍ରୀ ବିଧାୟକ ଆଗୁଆ। ଏହା ହିଁ ଓଡିଶାର ବିକାଶର ଚିତ୍ର। ବିଜେଡି କେବଳ କୁମ୍ଭୀର କାନ୍ଦଣା କାନ୍ଦିବା ଜାଣିଛି। ଆଉ ସେ ସମୟ ନାହିଁ। ବିଜେଡି ଜାମୁ କୋଳି ଗପ କହି ତା ଦଳକୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଥିବ। ତାହେଲେ ଆଗାମୀ ଦିନରେ ରାଜ୍ୟବାସୀ ଏହାର ଜବାବ ଦେବେ। ବରଂ ବିଜେପି ସରକାର ଯେବେଠୁ କେନ୍ଦ୍ରରେ କ୍ଷମତାକୁ ଆସିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାର ବିକାଶ କିଭଳି ହେବ ସେନେଇ ସବୁବେଳେ ଚେଷ୍ଟା କରୁଛନ୍ତି। ମୋଦିଙ୍କର ଫୋକସରେ ଓଡିଶା ରହିଛି। ଭୁବନେଶ୍ୱର ଏମ୍ସ ହସ୍ପିଟାଲ, ପାରାଦ୍ୱୀପର ତୈଳ ବିଶୋଧନାଗାର, ଓଡିଶା ପାଇଁ ରେଳ ବଜେଟରେ ସ୍ୱତନ୍ତ୍ର ଅନୁଦାନ ତାର ଗୋଟିଏ ଗୋଟିଏ ଉଦାହରଣ ବୋଲି କହିଛନ୍ତି ମୋହନ ।

ଦଳର ପ୍ରତିଷ୍ଠା ଦିବସ ଅବସରରେ ବିଜେଡି ସାଂସଦ ସସ୍ମିତ ପାତ୍ର କହିଥିଲେ, ବିଜେପି ଏକ ରାଷ୍ଟ୍ରୀୟ ଦଳ । ଓଡିଶାରେ କଣ ହେଲା କଣ ନ ହେଲା ତାଙ୍କର କିଛି ଫରକ ପଡ଼େନାହିଁ। କୋଇଲା ରାୟାଲଟିରେ ଦଶ ବର୍ଷ ହେଲାଣି ରିଭିଜନ କଲେ ନାହିଁ। ରାଜ୍ୟରେ ଚାଷୀ ମାନଙ୍କର ଆୟ ଦ୍ବିଗୁଣିତ କଥା କହୁଥିଲେ ତାହା କଲେ ନାହିଁ। ବିଜେପି ସବୁବେଳେ ମିଛ କହୁଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.