ETV Bharat / state

ବିଜେଡିକୁ ଗଞ୍ଜାମ ଚିନ୍ତା; ସଂଗଠନ ସଜାଡିବାକୁ ଶଙ୍ଖ ଭବନରେ ମନ୍ତ୍ରଣା

ଗଞ୍ଜାମ ବିଜେଡିରେ ଉଗ୍ର ରୂପ ନେବାକୁ ଯାଉଛି ଗୋଷ୍ଠି କନ୍ଦଳ । ଟାଣୁଆ ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅସୁସ୍ଥତା କାରଣରୁ ଦିଗପହଣ୍ଡିରେ ଦଳର ନେତୃତ୍ବ ନେଉଛନ୍ତି ତାଙ୍କ ପୁଅ ବିପ୍ଳବ ପାତ୍ର । ବିପ୍ଳବଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ଦଳୀୟ ନେତା ଜୋରଦାର ବିରୋଧ କରୁଛନ୍ତି । ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁଙ୍କୁ ନେଇ ବିଜେଡି ସଂଗଠନ ଫାଟି ଦୁଇ ଫାଳ । ଅଧିକ ପଢନ୍ତୁ

ବିଜେଡିକୁ ଗଞ୍ଜାମ ଚିନ୍ତା; ସଂଗଠନ ସଜାଡିବାକୁ ଶଙ୍ଖ ଭବନରେ ମନ୍ତ୍ରଣା
ବିଜେଡିକୁ ଗଞ୍ଜାମ ଚିନ୍ତା; ସଂଗଠନ ସଜାଡିବାକୁ ଶଙ୍ଖ ଭବନରେ ମନ୍ତ୍ରଣା
author img

By

Published : Jul 22, 2023, 10:51 PM IST

ବିଜେଡିକୁ ଗଞ୍ଜାମ ଚିନ୍ତା; ସଂଗଠନ ସଜାଡିବାକୁ ଶଙ୍ଖ ଭବନରେ ମନ୍ତ୍ରଣା

ଭୁବନେଶ୍ବର: ରାଜ୍ୟ ରାଜନୀତିର ଗଞ୍ଜାମ ଜିଲ୍ଲା ବହୁ ଗୁରୁତ୍ବପୂର୍ଣ ଭୂମିକା ନିର୍ବାହ କରେ । ରାଜ୍ୟକୁ ଜିଲ୍ଲା ଦେଇଛି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ଟାଣୁଆ ନେତା । ବିଜେଡି ସୁପ୍ରିମୋଙ୍କ ଜିଲ୍ଲା ମଧ୍ୟ ହେଉଛି ଗଞ୍ଜାମ । ଗଞ୍ଜାମ ବିଜେଡିର ଅଭେଦ୍ୟ ଦୁର୍ଗ ହୋଇ ରହିଛି । ସାନଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଛାଡି ସମସ୍ତ ନିର୍ବାଚନ ମଣ୍ଡଳୀ ଓ ଦୁଇ ଲୋକସଭା ବିଜେଡି କବଜାରେ ରହିଛି । କିନ୍ତୁ ଏବେ ସମୟ ଓ ପରିସ୍ଥିତି ବଦଳିଛି । ବର୍ତ୍ତମାନ ଗଞ୍ଜାମ ବିଜେଡିରେ ଖୁନ୍ଦି ହୋଇ ରହିଛି ଗୋଷ୍ଠୀ କନ୍ଦଳ । ଉପରକୁ ସବୁ ଠିକ ଲାଗୁଥିଲେ ବି ଭିତରେ ଫମ୍ପା ହେବାରେ ଲାଗିଛି ଦଳର ସଂଗଠନ । ଯାହାକୁ ନେଇ ଟେନ୍ସନରେ ବିଜେଡିର ଥିଙ୍କଟ୍ୟାଙ୍କ । ପରିଣାମ ସ୍ବରୂପ ଗତ କିଛିଦିନ ହେବ ଗଞ୍ଜାମକୁ ନେଇ ବିଜେଡି ଆପଣାଇଛି ନୂଆ ନୂଆ ରଣନୀତି । କିଛି ସଫଳ ହୋଇଛି ତ ଆଉ କିଛି ବିଫଳ । ସେହିପରି ଆଗାମୀ ଦିନରେ ଆଉ କିଛି ସ୍ପଷ୍ଟ ଚିତ୍ର ଆସିବାକୁ ଯାଉଛି ।

ଏହାବି ପଢନ୍ତୁ- ବିକ୍ରମ ପଣ୍ଡାଙ୍କୁ ଗୋପାଳପୁର ଦାୟିତ୍ୱ ଦେଲା ବିଜେଡି ! ସାମନାରେ ପ୍ରଦୀପ ପାଣିଗ୍ରାହୀ

ଗଞ୍ଜାମ ବିଜେଡିରେ ଉଗ୍ର ରୂପ ନେବାକୁ ଯାଉଛି ଗୋଷ୍ଠୀ କନ୍ଦଳ । ଟାଣୁଆ ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅସୁସ୍ଥତା କାରଣରୁ ଦିଗପହଣ୍ଡିରେ ଦଳର ନେତୃତ୍ବ ନେଉଛନ୍ତି ତାଙ୍କ ପୁଅ ବିପ୍ଳବ ପାତ୍ର । ବିପ୍ଳବଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ଦଳୀୟ ନେତା ଜୋରଦାର ବିରୋଧ କରୁଛନ୍ତି । ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁଙ୍କୁ ନେଇ ବିଜେଡି ସଂଗଠନ ଫାଟି ଦୁଇ ଫାଳ । ଆସିକାରେ ମା ଓ ପୁଅ ହଟାଓ ଅଭିଯାନ ଆରମ୍ଭ କରିଦେଇଛନ୍ତି ଦଳୀୟ ନେତା । ଟିକେଟ ଆଶାୟୀଙ୍କ ସଂଖ୍ୟା ଏକାଧିକ । ଗୋପାଳପୁରରେ ବିଜେଡି ଗୋଷ୍ଠୀ କନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ତାହା ଠାରୁ ଅଧିକ ବିଜେଡି ପାଇଁ ଚିନ୍ତାର କାରଣ ସାଜିଛନ୍ତି ଏକଦା ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ ଥିବା ପ୍ରଦୀପ ପାଣିଗ୍ରାହୀ ।

ଛତ୍ରପୁରରେ ବିଜେଡି ଅବସ୍ଥା ଜଟିଳ । କାରଣ ବିଧାୟକ ସୁବାସ ବେହେରାଙ୍କୁ ଖୋଲାଖୋଲି ଦଳୀୟ ନେତା ବିରୋଧ କରୁଛନ୍ତି । ଖଲ୍ଲିକୋଟରେ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କୁ ଗୋଟିଏ ଗୋଷ୍ଠୀର ବିରୋଧ । ଦଳୀୟ ନେତ୍ରୀ ସଂଯୁକ୍ତା ମହଲଙ୍କ ସହ ବିବାଦୀୟ ସମ୍ପର୍କ ପାଇଁ ମନ୍ତ୍ରୀ ମଣ୍ଡଳରୁ ବିଦା ହୋଇଛନ୍ତି ଶ୍ରୀକାନ୍ତ ସାହୁ । ବିବାଦୀୟ ନେତାଙ୍କୁ ସଂଗଠନ ଭିତରେ ବିରୋଧ କରାଯାଉଛି । ପ୍ରତ୍ୟେକ ଦିନ ଗଞ୍ଜାମ ସଂଗଠନରୁ ବିଜେଡି ସୁପ୍ରିମୋଙ୍କ ନିକଟକୁ ଆସୁଛି ପୁଳେ ପୁଳେ ଅଭିଯୋଗ । ଆଗକୁ ନିର୍ବାଚନ ଥିବାରୁ ଗଞ୍ଜାମ ବିଜେଡିର ଗୋଷ୍ଠୀ କନ୍ଦଳ ଭିତରେ ଭାଙ୍ଗିଯିବ କି ମୁଖ୍ୟମନ୍ତ୍ରୀଙ୍କ ଗଡ଼ ? ଗଡ଼ ବଞ୍ଚେଇବାକୁ ନୂଆ ନୂଆ ରଣନୀତି କରୁଛନ୍ତି ବିଜେଡି ନେତୃତ୍ବ ।

ଅସଜଡ଼ା ହୋଇ ପଡ଼ିଥିବା ଘରକୁ ପୁଣିଥରେ ସଜାଡ଼ିବା ପାଇଁ ଉଦ୍ୟମ ଆରମ୍ଭ କରିଛି ବିଜେଡି । ଗଞ୍ଜାମ ଜିଲ୍ଲା ସଭାପତି, ସମସ୍ତ ସାଂସଦ, ବିଧାୟକ ଓ ବରିଷ୍ଠ ନେତାଙ୍କୁ ଆଜି ଶଙ୍ଖ ଭବନ ଡାକରା ହୋଇଛି । ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଦୀପ କୁମାର ଅମାତ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ମାନସ ରଞ୍ଜନ ମଙ୍ଗରାଜ, ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଉପସ୍ଥିତରେ ହୋଇଛି ଘର ସଜଡା ଆଲୋଚନା । ଦୁଇ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଉଷା ଦେବୀ, ଦୁଇ ସାଂସଦ ପ୍ରମିଳା ବିଶୋଇ, ଚନ୍ଦ୍ର ଶେଖର ସାହୁ, ପ୍ରଶାସକରୁ ନେତା ହୋଇଥିବା ଗୋପବନ୍ଧୁ ଦାସ, ବିଧାୟକ ବିକ୍ରମ ପଣ୍ଡା, ଲତିକା ପ୍ରଧାନ, ଶ୍ରୀକାନ୍ତ ସାହୁ, ସୂର୍ଯ୍ୟମଣି ବୈଦ୍ୟ, ମଞ୍ଜୁଳା ସ୍ବାଇଁ, ବ୍ରହ୍ମପୁର ମେୟର, ବିପ୍ଳବ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସବୁବେଳେ ଅଧିକ ମନ୍ତ୍ରୀ ପଦ ପାଉଥିବା ଗଞ୍ଜାମ କିନ୍ତୁ ଏବେ ନେତୃତ୍ୱହୀନ ହୋଇପଡିଛି ବୋଲି ଚର୍ଚ୍ଚା ହେଉଛି ।

ସେପଟେ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ କହିଛନ୍ତି ଯେ, ଗଞ୍ଜାମରେ ନାହିଁ ଅସନ୍ତୋଷ । ଦୃଢ ସଂଗଠନ ଅଛି । କିଛି ଅସନ୍ତୋଷ ନାହିଁ । ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ହେଉଥିଲା ଆଲୋଚନା । ଏଥି ସହ ଆସନ୍ତା ନିର୍ବାଚନରେ ଗଞ୍ଜାମର ସମସ୍ତ ସିଟ ବିଜେଡି କବଜାରେ ରହିବ । ସେହିପରି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ କହିଛନ୍ତି ଯେ, ଗଞ୍ଜାମ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା । ସାଙ୍ଗଠନିକ ସ୍ଥିତି ବିଗିଡି ନାହିଁ । ବିଭିନ୍ନ ସମସ୍ୟା ନେଇ ଆମେ ଦଳୀୟ ନେତାଙ୍କ ପାଖରେ ପହଞ୍ଚୁଛୁ । ତାର ସମାଧାନ ପାଇଁ ଆଲୋଚନା କରୁଛୁ । ଆଗକୁ ବିଭିନ୍ନ କାର୍ଯ୍ୟକ୍ରମ ଥିବାରୁ ତାର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.