ETV Bharat / state

Jharsuguda Bypoll: ନବୀନଙ୍କୁ ଭେଟି ଟିକେଟ ନେଲେ ଦୀପାଳି

ନବୀନ ନିବାସରେ ଝାରସୁଗୁଡ଼ାର ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ନବୀନଙ୍କୁ ଭେଟି ଆଶୀର୍ବାଦ ଓ ଟିକେଟ ନେଲେ ଦୀପାଳି ଦାସ । ଅଧିକ ପଢନ୍ତୁ

author img

By

Published : Apr 15, 2023, 6:34 PM IST

Updated : Apr 15, 2023, 7:59 PM IST

Etv Bharat
Etv Bharat
Jharsuguda Bypoll: ନବୀନଙ୍କୁ ଭେଟି ଟିକେଟ ନେଲେ ଦୀପାଳି

ଭୁବନେଶ୍ବର: ନବୀନ ନିବାସରେ ଝାରସୁଗୁଡ଼ାର ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ସାଙ୍ଗରେ ଥିଲେ ଭାଇ ବିଶାଳ ଦାସ । ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆନୁଷ୍ଠାନିକ ଭାବେ ବିଜେଡି ଟିକେଟ ନେଇଛନ୍ତି ପ୍ରାର୍ଥୀ ଦୀପାଳି ଦାସ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟରୁ ଟିକେଟ ନେଇଛନ୍ତି ଦୀପାଳି । ନବୀନ ନିବାସକୁ ଭାଇ ବିଶାଳ ଦାସଙ୍କ ସହ ଆସି ନବୀନଙ୍କ ଆଶୀର୍ବାଦ ସହ ଟିକେଟ ନେଇ ଫେରିଛନ୍ତି ଦୀପାଳି ଦାସ । ଆସନ୍ତା ୧୮ ତାରିଖରେ ନାମାଙ୍କନ ଭରିବେ ଦୀପାଳି ।

ଉଭୟ ଭାଇ ଓ ଭଉଣୀ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ବିଜେଡିର ବରିଷ୍ଠ ଉପ ସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ସହ ନବୀନ ନିବାସ ଆସିଥିଲେ । ଅପରାହ୍ନ ପ୍ରାୟ ସାଢେ ୧୨ଟା ସମୟରେ ନବୀନ ନିବାସକୁ ପ୍ରବେଶ କରିଥିଲେ । ପ୍ରାୟ ଦେଢ଼ ଘଣ୍ଟା ନବୀନ ନିବାସରେ ରହିଥିଲେ ଦୀପାଳି ଓ ବିଶାଳ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଉଭୟ ଦୀର୍ଘ ସମୟ ଆଲୋଚନା କରିଛନ୍ତି । ଦୀପାଳି ଆଶୀର୍ବାଦ ସହ ଟିକେଟ ନେଇ ଫେରିଛନ୍ତି । କାର୍ଯ୍ୟକ୍ରମରେ ପ୍ରଣବ ଓ ଦେବୀ ଉପସ୍ଥିତ ଥିଲେ ।

ଏହା ବି ପଢନ୍ତୁ- Sambalpur Curfew: ଜୁରରୀ କାମ ନଥିଲେ ଘରୁ ନବାହାରିବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ବିଜେଡି ସୁପ୍ରିମୋଙ୍କ ଠାରୁ ଆଶୀର୍ବାଦ ଓ ଟିକେଟ ନେବା ପରେ ଦୀପାଳି କହିଛନ୍ତି, "ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଠାରୁ ଆଶୀର୍ବାଦ ନେଲି । ଆନୁଷ୍ଠାନିକ ଭାବେ ସେ ଆଜି ମୋତେ ଟିକେଟ ଦେଲେ । ଆଶୀର୍ବାଦ ନେବା ସହ ତାଙ୍କୁ ଗୌରବାନ୍ବିତ କରିବି ବୋଲି ପ୍ରତିଶ୍ରୁତି ଦେଇଛି । ବିଜୟ ନେଇ ସମ୍ପୂର୍ଣ୍ଣ ଆଶାବାଦୀ ଥିବା ଦୀପାଳି କହିଛନ୍ତି । ଭୋଟ କେତେ ପାଇବି କହିପାରିବିନାହିଁ କିନ୍ତୁ ଫଳାଫଳ ଭଲ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁଭଳି ଭାବେ ଜନସାଧାରଣଙ୍କ ଲାଗି କାର୍ଯ୍ୟ କରିଛନ୍ତି, ତାଙ୍କ ଆଶୀର୍ବାଦରେ ବହୁତ ଆଗକୁ ଯିବୁ । ଯେଉଁମାନେ କହୁଛନ୍ତି ଝାରସୁଗୁଡ଼ାର ବିକାଶ ହୋଇନି, ସେମାନେ ଅନ୍ଧ ବୋଲି ମୁଁ କହିବି ।"

ସେ ଆହୁରି ମଧ୍ୟ କହିଛନ୍ତି, " ଓଡ଼ିଶା ବିକାଶର ଚର୍ଚ୍ଚା ଦେଶ ଓ ବିଦେଶରେ ହେଉଛି । ମୁଖ୍ୟମନ୍ତ୍ରୀ କଣ କରିଛନ୍ତି, କଣ କରିନାହାନ୍ତି ତାହା ମଧ୍ୟ ଜନସାଧାରଣ ଜାଣିଛନ୍ତି । ଝାରସୁଗୁଡ଼ା ଜିଲ୍ଲା ହେଉଛି ବିଜୁ ପଟ୍ଟନାୟକଙ୍କ ଅବଦାନ । ଝାରସୁଗଡ଼ାରେ ବିମାନ ବନ୍ଦରଠାରୁ ଆରମ୍ଭ କରି ଘରକୁ ଘର ପାନୀୟ ଜଳ ପହଁଚିବାକୁ ଯାଉଛି । ୨୦୨୩ ସୁଦ୍ଧା ଏହି କାର୍ଯ୍ୟ ଶେଷ ହୋଇଯିବ । ଗମନାଗମନ, ରାସ୍ତା, ସ୍ବାସ୍ଥ୍ୟ ଓ ମହିଳାଙ୍କ ସଶକ୍ତିକରଣ ହୋଇଛି । ଏହା ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ହୋଇଛି । ମୁଖ୍ୟମନ୍ତ୍ରୀଙ୍କୁ ଝାରସୁଗୁଡ଼ାର ସବୁ ବିକାଶ ପାଇଁ ଧନ୍ୟବାଦ ଜଣାଇଛନ୍ତି ଦୀପାଳି । ଆସନ୍ତା ୧୮ ତାରିଖରେ ଦୀପାଳି ନାମାଙ୍କନ ପତ୍ର ଦାଖଲ କରିବେ । ଦୀପାଳିଙ୍କୁ ଜିତାଇବା ପାଇଁ ବିଜେଡି ଜୋରଦାର ପ୍ରସ୍ତୁତି ଚଳାଇଛି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 15, 2023, 7:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.