ETV Bharat / state

ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନ: ବିଜେଡି ଘୋଷଣା କଲା ପର୍ଯ୍ୟବେକ୍ଷକ - ଏନଏସି ନିର୍ବାଚନ ପ୍ରସ୍ତୁତି

ପାଖେଇ ଆସୁଛି ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନ । ୬ ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି । ଅଧିକ ପଢନ୍ତୁ

ଏନଏସି ନିର୍ବାଚନ ପାଇଁ ବିଜେଡିର ପର୍ଯ୍ୟବେକ୍ଷକ ନିଯୁକ୍ତ

author img

By

Published : Mar 16, 2023, 8:28 AM IST

ଭୁବନେଶ୍ବର: ଆସନ୍ତା ଏପ୍ରିଲ 3 ତାରିଖରେ ଅନୁଷ୍ଠିତ ହେବ ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନ । ନିର୍ବାଚନ ନେଇ ପ୍ରସ୍ତୁତି ମଧ୍ୟ ଜୋରଦାର ହୋଇଛି । ନାମାଙ୍କନ ପତ୍ର ଦାଖଲ ସହ ପ୍ରଚାର ଆରମ୍ଭ କରିସାରିଛନ୍ତି ବିଭିନ୍ନ ରାଜନୈତିକ ଦଳ । ନିର୍ବାଚନ ପରିଚାଳନା ଲାଗି ବିଜୁ ଜନତା ଦଳ ପକ୍ଷରୁ ପର୍ଯ୍ୟବେକ୍ଷକ ଘୋଷଣା ହୋଇଛି । ଦୁଇ ଏନଏସି ଦଖଲ ପାଇଁ ଘୋଷଣା ଲାଗି 6 ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି । ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶରେ ପର୍ଯ୍ୟବେକ୍ଷକଙ୍କ ନାଁ ଘୋଷଣା କରିଛନ୍ତି ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ ।

ବରଗଡ଼ର ଅତାବିରା ଏନଏସି ଲାଗି ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପଶ୍ଚିମ ଓଡିଶାର ଟାଣୁଆ ନେତା ସୁଶାନ୍ତ ସିଂ ଓ ଯୁବ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ଦଳ ଦାୟିତ୍ୱ ଦେଇଛି । ସେହିପରି ଢେଙ୍କାନାଳର ହିନ୍ଦୋଳ ଏନଏସି ପାଇଁ ବରିଷ୍ଠ ବିଧାୟକ ସୁଧୀର କୁମାର ସାମଲ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ସମେତ ଟାଣୁଆ ଯୁବନେତା ତଥା ଯୁବ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଥିବା କୁନା ବିହାରୀ ଦାସଙ୍କୁ ଭରସା କରିଛି ଦଳ । ଏହି 6 ନେତାଙ୍କର ବହୁ ଜଟିଳ ନିର୍ବାଚନ ପରିଚାଳନା କରିବାର ଅଭିଜ୍ଞତା ରହିଛି । ଜନମତକୁ ଦଳ ସପକ୍ଷରେ ଆଣିବା ସହ ଦଳୀୟ ପ୍ରାର୍ଥୀଙ୍କୁ ଜିତେଇବା ପାଇଁ ସେମାନେ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ।

ପ୍ରତିଟି ନିର୍ବାଚନ ଭଳି ଆସନ୍ତା ଏପ୍ରିଲ 3 ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ଅତାବିରା ଓ ହିନ୍ଦୋଳ ନିର୍ବାଚନକୁ ମଧ୍ୟ ଦଳ ଗୁରୁତ୍ବ ଦେଉଛି । ସାଧାରଣ ନିର୍ବାଚନ ବର୍ଷରେ ହେଉଥିବା ନିର୍ବାଚନରେ ବିଜୟ ଲାଗି ବିଜେଡି ଅଣ୍ଟା ଭିଡିଛି । ପ୍ରାର୍ଥୀ ଘୋଷଣା, ନାମାଙ୍କନ ପତ୍ର ଦାଖଲ ସହ ପ୍ରଚାର ମଧ୍ୟ ଜୋରଦାର ମଧ୍ୟ ହେବାରେ ଲାଗିଛି । ଦୁଇ ଏନଏସି ଲାଗି ଦଳ 6 ହେଭିୱଟ ନେତାଙ୍କୁ ଦାୟିତ୍ୱ ଦେଇଛି ।

ହିନ୍ଦୋଳ ଓ ଅତାବିରା ଏନଏସିର ନିର୍ବାଚନ ପାଇଁ ତାରିଖ ଘୋଷଣା ସହ ପ୍ରକ୍ରିୟା ଜୋରଦାର କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀ ଢେଙ୍କାନାଳ ଓ ବରଗଡ଼ର ଜିଲ୍ଲାପାଳ ଏବଂ ଏସପିଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ କରାଇବା ନେଇ ବୈଠକରେ ହୋଇଛି ଆଲୋଚନା । 9ରୁ ମାର୍ଚ୍ଚ 15 ତାରିଖ ନାମାଙ୍କନ ଦାଖଲ ହୋଇଥିବାବେଳେ 17 ମାର୍ଚ୍ଚରେ ନାମାଙ୍କନ ଯାଞ୍ଚ ହେବ । ମାର୍ଚ୍ଚ 20 ତାରିଖ ଯାଏଁ ନାମାଙ୍କନ ପ୍ରତ୍ୟାହାର ତାରିଖ ରହିଛି । ଏପ୍ରିଲ 3ରେ ଭୋଟଗ୍ରହଣ ପରେ ୫ ତାରିଖରେ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.