ETV Bharat / state

ହଟିଲେ ସୁଲତା, ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ମୁଖ୍ୟ ସଚେତକ ହେଲେ ମାନସ ମଙ୍ଗରାଜ - ମାନସ ମଙ୍ଗରାଜ ରାଜ୍ୟସଭା ବିଜେଡି ସଂସଦୀୟ ମୁଖ୍ୟ ସଚେତକ

ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ନୂଆ ଦାୟିତ୍ବ ଦେଇଛି ବିଜୁ ଜନତା ଦଳ । ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତ ହୋଇଛନ୍ତି ସାଂସଦ ମାନସ ମଙ୍ଗରାଜ । ଅଧିକ ପଢ଼ନ୍ତୁ

ସାଂସଦ ମାନସ ମଙ୍ଗରାଜ
ସାଂସଦ ମାନସ ମଙ୍ଗରାଜ
author img

By ETV Bharat Odisha Team

Published : Oct 4, 2023, 6:30 PM IST

ଭୁବନେଶ୍ବର: ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ନୂଆ ଦାୟିତ୍ବ ଦେଇଛି ବିଜୁ ଜନତା ଦଳ । ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତ ହୋଇଛନ୍ତି ସାଂସଦ ମାନସ । ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏନେଇ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରେସ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି ।

ଜୁଲାଇ ମାସ 2 ତାରିଖରେ ବିଜେଡିର ବରିଷ୍ଠ ନେତା ମାନସ ରଞ୍ଜନ ମଙ୍ଗରାଜ ରାଜ୍ୟସଭାଙ୍କୁ ମନୋନୀତ ହୋଇଥିଲେ । ତାଙ୍କ ସହ ସୁଲତା ଦେଓ, ସସ୍ମିତ ପାତ୍ର ଓ ନିରଞ୍ଜନ ବିଶି ମଧ୍ୟ ରାଜ୍ୟସଭାକୁ ଯାଇଥିଲେ । ସାଂସଦ ମାନସ ମଙ୍ଗରାଜ ରାଜ୍ୟ ସରକାରଙ୍କର ମିଡିଆ ଏବଂ ଲୋକ ସମ୍ପର୍କ ଉପଦେଷ୍ଟା ଦାୟିତ୍ୱ ମଧ୍ୟ ତୁଲାଉଥିଲେ । ପୂର୍ବରୁ ବିଜେଡି ସୁପ୍ରିମୋ ତାଙ୍କୁ ଯେଉଁ ଦାୟିତ୍ବ ଦେଇଛନ୍ତି ତାକୁ ସେ ସୂଚାରୁ ରୂପେ ତୁଲାଇଛନ୍ତି । ଏବେ ନୂଆ ଦାୟିତ୍ବ ଦେଇଥିବାବେଳେ ଏହା ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ । ଏହା ପୂର୍ବରୁ ବିଜେଡିର ରାଜ୍ୟସଭା ସଂସଦୀୟ ଦଳର ମୁଖ୍ୟ ସଚେତକ ଦାୟିତ୍ୱରେ ଥିଲେ ସୁଲତା ଦେଓ । ତେବେ ସୁଲତାଙ୍କୁ ଦାୟିତ୍ୱ ମୁକ୍ତ କରିବା ପଛରେ ବିଭିନ୍ନ ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢ଼ନ୍ତୁ....ବ୍ରହ୍ମପୁରରେ ସାଂସଦ ମାନସ ମଙ୍ଗରାଜ, ଦଳୀୟ କର୍ମୀଙ୍କ ସହ କଲେ ଆଲୋଚନା

ତେବେ ମହିଳାଙ୍କୁ ଗୁରୁତ୍ୱ ଦେଉଥିବା ନବୀନ କାହିଁକି ସୁଲତାଙ୍କୁ ଦଳୀୟ ପଦବୀରୁ ହଟାଉଛନ୍ତି । ସୁଲତା ମୁଖ୍ୟମନ୍ତ୍ରୀଙ୍କ ଅସ୍ଥା ହରେଇଥିବା କଥା ମଧ୍ୟ ଚର୍ଚ୍ଚା ହେଉଛି । କାରଣ ଗତ କିଛି ଦିନ ହେବ ସୁଲତାଙ୍କୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦରୁ ଦଳ ହଟେଇ ଦିଆଯାଇଛି । ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ସୁଲତାଙ୍କୁ ରାଜ୍ୟସଭାର ଉପାଧ୍ୟକ୍ଷ ପ୍ୟାନେଲରୁ ହଟେଇ ଦିଆଯାଇଥିଲା । ତାଙ୍କ ସ୍ଥାନରେ ମମତା ମହନ୍ତଙ୍କୁ ରାଜ୍ୟସଭାର ଉପାଧ୍ୟକ୍ଷ ପ୍ୟାନେଲରେ ନିଯୁକ୍ତି ମିଳିଥିଲା । ଆଉ ଏବେ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ମୁଖ୍ୟ ସଚେତକ ପଦରୁ ଦଳ ଅବ୍ୟାହତି ଦେଇଛି । ସେହିପରି ଦଳ ପକ୍ଷରୁ ଗାନ୍ଧୀ ଜୟନ୍ତୀରେ ଭୁବନେଶ୍ୱରରେ ଆୟୋଜିତ ପଦଯାତ୍ରା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ । ଉକ୍ତ କାର୍ଯ୍ୟକ୍ରମରେ ନବୀନଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇଥିଲେ ସୁଲତା । ସେ ସମୟରେ ନବୀନ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଯାହାକୁ ନେଇ ସୁଲତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କଥା ମଧ୍ୟ କୁହାଯାଉଛି ।

ସେହିପରି ଦଳ ବିରୋଧୀ କାର୍ଯ୍ୟ ପାଇଁ ଆଜି ବିଜେଡିରୁ ଦୁଇ ଯୁବନେତା ନିଲମ୍ବିତ ହୋଇଛନ୍ତି । ଏହି ଦୁଇ ନେତା ହେଲେ ବିଜୁ ଯୁବ ଜନତା ଦଳର ଉପସଭାପତି ସୁଜିତ ପ୍ରସାଦ ଦ୍ୱିବେଦୀ ଏବଂ ଦଳର ଅନୁଗୁଳ ବିଧାନସଭା ମଣ୍ଡଳୀର ସଭାପତି ଅଜିତ ପ୍ରସାଦ ଦ୍ୱିବେଦୀ । ଏନେଇ ଦଳ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.