ETV Bharat / state

୨୦୧୯ ତୁଳନାରେ ଅଧିକ ସିଟ୍‌ ଦଖଲ ଲକ୍ଷ୍ୟରେ ଦଳ: ବିଜେଡି ନେତା

ସାଧାରଣ ନିର୍ବାଚନ ପାଖେଇ ଆସିଲାଣି । ଏହାକୁ ଦୃଷ୍ଟିରେ ରଖି ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛି ଶାସକ ବିଜେଡି । ଦଳ ଭିତରେ ଥିବା ବିବାଦକୁ ସମାଧାନ କରିବା ସହ ସଂଗଠନ ସୁଦୃଢ କରିବାକୁ ଜୋର ଦେଉଛି ଦଳ । ତେଣୁ ପ୍ରଥମଥର ଲାଗି ନିର୍ବାଚନମଣ୍ଡଳୀସ୍ତରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇଛି ବିଜେଡି । ଅଧିକ ପଢ଼ନ୍ତୁ

୨୦୧୯ ତୁଳନାରେ ଅଧିକ ସିଟ୍‌ ଦଖଲ ଲକ୍ଷ୍ୟରେ ବିଜେଡି

author img

By

Published : Jun 16, 2023, 10:50 PM IST

୨୦୧୯ ତୁଳନାରେ ଅଧିକ ସିଟ୍‌ ଦଖଲ ଲକ୍ଷ୍ୟରେ ବିଜେଡି

ଭୁବନେଶ୍ବର: ଗତକାଲି ବିଜୁ ଜନତା ଦଳ ପକ୍ଷରୁ ୬ ଜଣ ନେତାଙ୍କୁ ବିଭିନ୍ନ ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି ମିଳିଛି । ବ୍ରହ୍ମପୁର ଲୋକସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ଭୁବନେଶ୍ବର ଲୋକସଭା କ୍ଷେତ୍ର ପର୍ଯ୍ୟବେକ୍ଷକ ଦାୟିତ୍ବରେ ରହିବେ ମୁଖପାତ୍ର ଶ୍ରୀମୟୀ ମିଶ୍ର । ମାନସ ଓ ଶ୍ରୀମୟୀଙ୍କ ନିଯୁକ୍ତି ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା ଦେଉଛି । ଗଞ୍ଜାମ ଜିଲ୍ଲା ବିଜେଡି ପାଇଁ ବହୁ ଗୁରୁତ୍ବ ବହନ କରୁଛି । କାରଣ ଏହା ହେଉଛି ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ଵ କରୁଥିବା ଜିଲ୍ଲା । ଗତ ୨୦୧୯ ନିର୍ବାଚନରେ ଦୁଇଟି ଲୋକସଭା ଆସ୍କା ଓ ବ୍ରହ୍ମପୁର ବିଜେଡି ଖାତାକୁ ଯାଇଥିଲା । ବିଧାନସଭାରେ ସାନଖେମୁଣ୍ଡି କଂଗ୍ରେସ ଦଖଲ କରିଥିଲେ ମଧ୍ୟ ବାକି ସମସ୍ତ ଆସନ ବିଜେଡି ପକେଟକୁ ଆସିଥିଲା । ୨୦୧୯ ସ୍ଥିତି ଆଉ ଏବେ ନାହିଁ । ଗଞ୍ଜାମ ଜିଲ୍ଲାରେ ଦଳ ସମ୍ପୂର୍ଣ୍ଣ ଭାବେ ବ୍ୟାକଫୁଟ୍‌ରେ ରହିଛି ।

ମାନସଙ୍କୁ ବ୍ରହ୍ମପୁର ଲୋକସଭା କ୍ଷେତ୍ର ଦାୟିତ୍ବ: ୨୦୧୯ ନିର୍ବାଚନରେ ଦଳର ନେତୃତ୍ବ ନେଉଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଏବେ ସେ ଦଳରୁ ବିତାଡିତ । କେଉଁ ଦଳକୁ ଯିବେ ସ୍ପଷ୍ଟ ହୋଇନଥିଲେ ବି ପ୍ରଦୀପ ବିଜେପି ମୁହାଁ ହୋଇଥିବା କୁହାଯାଉଛି । ଏମିତିକି ସେ କଂଗ୍ରେସ ସହ ମଧ୍ୟ ଯୋଗାଯୋଗରେ ଥିବା ଚର୍ଚ୍ଚା ହେଉଛି । ପ୍ରଦୀପ ଏପିସୋଡ଼ ସମସ୍ୟା ସୃଷ୍ଟି କରୁଥିବାରୁ ତାଙ୍କୁ ମ୍ୟାନେଜ କରିବା ବିଜେଡି ପାଇଁ ଚ୍ୟାଲେଞ୍ଜ ହୋଇଛି । ତେଣୁ ବିଜେଡି ପ୍ରଥମେ ପ୍ରଶାସକରୁ ନେତା ହୋଇଥିବା ଗୋପବନ୍ଧୁ ଦାସଙ୍କୁ ଗଞ୍ଜାମ ଦାୟିତ୍ବ ଦେଇଥିଲା । ହେଲେ ଦଳକୁ ଆଶାତୀତ ସଫଳତା ମିଳିନଥିଲା । ଦଳ ପକ୍ଷରୁ ବିଭିନ୍ନ ପରୀକ୍ଷା ନିରୀକ୍ଷା ଜାରି ରହିଛି । ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର ଅଞ୍ଚଳ ବୁଲିବା, ବିକ୍ରମ କେଶରୀ ଆରୁଖଙ୍କୁ ମନ୍ତ୍ରୀ କରିବା ଏହାର ଅଂଶ ବିଶେଷ । ସେହିପରି ମାନସଙ୍କୁ ବ୍ରହ୍ମପୁର ଲୋକସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ କରିବା ପଛରେ ଦୁଇଟି ଦିଗ ଅଛି । ବ୍ରହ୍ମପୁରରୁ ମାନସଙ୍କୁ ଦଳ ଲୋକସଭା ନିର୍ବାଚନ ଲାଗି ପ୍ରୋଜେକ୍ଟ କରିପାରେ । କାରଣ ସାମ୍ବାଦିକ ଭାବେ ମାନସ ଦୀର୍ଘ ସମୟ ଧରି ବ୍ରହ୍ମପୁରରେ କାର୍ଯ୍ୟ କରିଛନ୍ତି । ତାଙ୍କର ମଧ୍ୟ କିଛି ଲୋକସମ୍ପର୍କ ସେଠାରେ ରହିଛି । ଦ୍ବିତୀୟ ହେଉଛି ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ଦଳରେ ଥିବା ବିବାଦ ସମାଧାନ କରିବା ।

ଅପରାଜିତାଙ୍କୁ ଚେକ୍‌ ଦେବେ ଶ୍ରୀମୟୀ !: ସେହିପରି ବିଭିନ୍ନ ସମୀକରଣ ଦୃଷ୍ଟିରୁ ପଶ୍ଚିମ ଓଡିଶାରେ ଫିଟ୍‌ ହୋଇପାରୁନାହାନ୍ତି ଦଳର ମୁଖପାତ୍ର ତଥା ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ର । ତେଣୁ ତାଙ୍କୁ ଭୁବନେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ କରିଛି ଦଳ । ଦରକାର ପଡ଼ିଲେ ଶ୍ରୀମୟୀଙ୍କୁ ଭୁବନେଶ୍ବର ଲୋକସଭା ଟିକେଟ ବି ଦେଇପାରେ ଦଳ । ମହିଳା କାର୍ଡ କଥା କହି ଭୋଟ ଗୋଟେଇବା ବିଜେଡି ପାଇଁ ସହଜ ହୋଇପାରେ । ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଚେକ୍‌ ଦେବାପାଇଁ ଦଳ ତାଙ୍କୁ ସାମ୍ନାକୁ ଆଣିପାରେ । ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କୁ ହିନ୍ଦୋଳ ଓ ଢେଙ୍କାନାଳ ବିଧାନସଭା ଆସନର ପର୍ଯ୍ୟବେକ୍ଷକ ଦାୟିତ୍ବ ମିଳିଛି । ଆଶିଷ ଚକ୍ରବର୍ତ୍ତୀଙ୍କୁ ପରଜଙ୍ଗ ଓ କାମାକ୍ଷାନଗର ବିଧାନସଭା ଆସନର ପର୍ଯ୍ୟବେକ୍ଷକ ଓ କୁନ ବିହାରୀ ଦାସଙ୍କୁ ଅନୁଗୋଳ ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ଦେଇଛି ଦଳ । ଏ ସବୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଘେରିବା ଲାଗି ରଣନୀତି ପ୍ରସ୍ତୁତ ହୋଇଛି । କାରଣ ଧର୍ମେନ୍ଦ୍ର ଢେଙ୍କାନାଳରୁ ଲୋକସଭା ନିର୍ବାଚନ ଲଢ଼ିବା ନେଇ ଆକଳନ କରାଯାଉଛି ।

'ବିଜେଡି ଜୋରଦାର ଲଢେଇ କରିବ': ଏନେଇ ବିଜେଡି ସାଂସଦ ମୁନ୍ନା ଖାଁ କହିଛନ୍ତି, "କେବଳ ଲୋକସଭା କିମ୍ବା ବିଧାନସଭା ନୁହେଁ, ଦଳର ସଂଗଠନକୁ ମଜବୁତ କରିବା ଲାଗି ପଦକ୍ଷେପ ନିଆଯାଉଛି । ଖୁବ କମ ସମୟରେ ନିର୍ବାଚନ ହେବାକୁ ଯାଉଛି । ତେଣୁ ସଂଗଠନକୁ ସଜାଡ଼ିବା ଲାଗି ଦଳ ପଦକ୍ଷେପ ନେଉଛି । ସେଥିରେ ଭାବିବାର କିଛି ନାହିଁ । ସଂଗଠନ ମଜବୁତ ଅଛି । ଆଗାମୀ ଦିନରେ ଆହୁରି ମଜବୁତ କରିବୁ । ନିର୍ବାଚନରେ ଜିତିବା ହାରିବା ଲାଗିଥାଏ । ଗତଥର ଆମ ହାତରୁ ୮ଟି ଲୋକସଭା ସିଟ୍‌ ଯାଇଥିଲା । ତେଣୁ ଏଥର ଚେଷ୍ଟା କରିବୁ ଅଧିକରୁ ଅଧିକ ସିଟ କେମିତି ଜିତିବୁ । ଦଳ ସେଥିପାଇଁ ବିଭିନ୍ନ ନିଷ୍ପତ୍ତି କରିଛି । ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପର୍ଯ୍ୟବେକ୍ଷକ ଦେଇଛି । ଦଳର ସଂଗଠନକୁ ମଜବୁତ କରିବାକୁ ଏହା କରାଯାଇଛି । କର୍ମୀଙ୍କ ପାଖରେ ଜଲ୍‌ଦି ପହଞ୍ଚିବା ପାଇଁ ଦଳ ଏପରି ନିଷ୍ପତ୍ତି ନେଇଛି । ଓଡ଼ିଶାରୁ ୩ ଜଣ କେନ୍ଦ୍ରମନ୍ତ୍ରୀ ରହିଛନ୍ତି । ଜଣେ ନିର୍ବାଚିତ ଓ ଅନ୍ୟ ୨ ଜଣ ରାଜ୍ୟସଭାରୁ ପ୍ରତିନିଧିତ୍ବ କରୁଛନ୍ତି । ତାଙ୍କ ଦଳ ଯଦି ନିଷ୍ପତ୍ତି ନିଏ ଲଢ଼ିପାରନ୍ତି । ନିର୍ବାଚନରେ ବିଜେଡି ଜୋରଦାର ଲଢେଇ କରିବ । ଆଶା ଅଧିକ ଲୋକସଭା ସିଟ ଜିତିବୁ ।"

'ଗତଥର ଅପେକ୍ଷା ଅଧିକ ସିଟ୍‌ ଜିତିବାକୁ ଜୋର ଦେଉଛୁ': ସେହିପରି ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଥିବା ବିଜେଡି ବିଧାୟକ ସୁଶାନ୍ତ ରାଉତ କହିଛନ୍ତି, "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶା ପ୍ରକଟ କରି ମୋତେ ଦୁଇଟି ନିର୍ବାଚନ ମଣ୍ଡଳୀ ଦାୟିତ୍ବ ଦେଇଛନ୍ତି । ଚେଷ୍ଟା କରିବି, ଉକ୍ତ ନିର୍ବାଚନ ମଣ୍ଡଳୀ ଆଗାମୀ ଦିନରେ କିପରି ଅଧିକ ସୁସଂଗଠିତ ହେବ । ବିଜୁ ଜନତା ଦଳ ଏକ ଶୃଙ୍ଖଳିତ ଦଳ । ଆଗାମୀ ଦିନରେ କିପରି କର୍ମୀଙ୍କୁ ନେଇ କାର୍ଯ୍ୟ ହେବ ତାହା ଉପରେ ଜୋର ଦିଆଯିବ । ସବୁ ନିର୍ବାଚନ ଓ ନିର୍ବାଚନ ମଣ୍ଡଳୀରେ ଚ୍ୟାଲେଞ୍ଜ ଥାଏ । ଚ୍ୟାଲେଞ୍ଜକୁ ଦଳ ସାହସିକତାର ସହ ଲଢ଼ିଛି । ଅଧିକରୁ ଅଧିକ ଲୋକସଭା ଓ ବିଧାନସଭା ଜିତିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ଫୋକସ୍‌ ରହିଛି । ଗତଥର ଅପେକ୍ଷା ଅଧିକ ସିଟ୍‌ ଜିତିବାକୁ ଜୋର ଦେଉଛୁ । କିଏ ନା କିଏ କେଉଁଠି ଛିଡା ହେବେ । ଆମେ ଆମର କର୍ତ୍ତବ୍ୟ କରିବୁ । ସେମାନେ ତାଙ୍କ କାମ କରିବେ । ଦଳରେ କନ୍ଦଳ ନାହିଁ । ଯେଉଁଠି ଯାହା ଅଛି ନିର୍ବାଚନ ସମୟରେ ସମାଧାନ ହୋଇଯିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.