ETV Bharat / state

2024 Election: ବିଜେପି-ବିଜେଡି ବିଧାୟକ ମୁହାଁମୁହିଁ, କିଏ ସମୁଦ୍ର ଓ କିଏ ନଦୀ ?

author img

By

Published : Aug 10, 2023, 8:04 PM IST

Updated : Aug 10, 2023, 8:53 PM IST

ଶାହ-ନବୀନ ଭେଟଘାଟ ପରେ ଏବେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି । ଓଡ଼ିଶା ରାଜନୀତିରେ କିଏ ସମୁଦ୍ର ଓ କିଏ ନଦୀ ତାକୁ ନେଇ ଆରମ୍ଭ ହୋଇଛି ତର୍କ ବିତର୍କ । ଅଧିକ ପଢନ୍ତୁ

BJD and BJP Leaders face off
BJD and BJP Leaders face off
2024 Election: ବିଜେପି-ବିଜେଡି ବିଧାୟକ ମୁହାଁମୁହିଁ, କିଏ ସମୁଦ୍ର ଓ କିଏ ନଦୀ ?

ଭୁବନେଶ୍ବର: ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଭୁବନେଶ୍ବରରେ ଭେଟଘାଟ ଏବଂ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶଂସା ପରେ ତେଜିଲା ରାଜନୀତି । ଓଡ଼ିଶା ରାଜନୀତିରେ କିଏ ସମୁଦ୍ର ଓ କିଏ ନଦୀ ତାକୁ ନେଇ ବିଜେପି ଓ ବିଜେଡି ବିଧାୟକ ମୁହାଁମୁହିଁ ହୋଇଛନ୍ତି । ସନ୍ଦେହ ଓ ଦ୍ବନ୍ଦ୍ବରେ ଉଭୟ ଦଳ ଥିବା ବେଳେ ଏବେ ଆରମ୍ଭ ହୋଇଛି ସମୁଦ୍ର ଓ ନଦୀ ସହ ତୁଳନା ।

ଅମିତ ଓ ନବୀନଙ୍କ ଭେଟଘାଟ ପରେ ବିଜେଡି-ବିଜେପି ମେଣ୍ଟ କରିବେ ବୋଲି ଚର୍ଚ୍ଚା ହେଉଛି । ସେହିପରି ସଂସଦରେ ବିଜେଡି ସାଂସଦ ପିନାକୀ ମିଶ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ଏପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବାରେ କୁଣ୍ଠାବୋଧ କରିନାହାନ୍ତି । ଯାହାକୁ ନେଇ ଉଭୟ ଦଳର ନେତା ଓ କର୍ମୀ ଦ୍ଵନ୍ଦ୍ୱରେ ଥିବା ପରି ଲାଗୁଛନ୍ତି । ଭିତରେ ସନ୍ଦେହରେ ଥିବାବେଳେ ଉପରେ କିନ୍ତୁ ରଗଡ଼ ଦେଖାଉଛନ୍ତି । ଆଗାମୀ ନିର୍ବାଚନରେ ସିଟ ଭାଗବାଣ୍ଟ କରି ନିର୍ବାଚନ ଲଢ଼ିବେ ବୋଲି ବିରୋଧୀ କଂଗ୍ରେସ ଅଭିଯୋଗ କରିଛି । ଲୋକସଭା ପାଇଁ ବିଜେପିକୁ ବିଜେଡି ଓ ବିଧାନସଭା ପାଇଁ ବିଜେଡିକୁ ବିଜେପି ସହଯୋଗ ଦେବ ବୋଲି ଅଭିଯୋଗ ହେଉଛି । ସନ୍ଦେହ ଓ ଦ୍ବନ୍ଦ୍ବରେ ଉଭୟ ଦଳ ଥିବା ବେଳେ ଏବେ ଆରମ୍ଭ ହୋଇଛି ସମୁଦ୍ର ଓ ନଦୀ ସହ ତୁଳନା ।

ଏହା ବି ପଢନ୍ତୁ- ଥମୁନି ଶାହ-ନବୀନ ଭେଟଘାଟ ଚର୍ଚ୍ଚା, ନିଜ ଆଭିମୁଖ୍ୟ ସ୍ପଷ୍ଟ କଲା ରାଜ୍ୟ ବିଜେପି

ବିଜେପିର ମୟୂରଭଞ୍ଜ ବଡ଼ସାହି ବିଧାୟକ ସନାତନ ବିଜୁଳି କହିଛନ୍ତି, "ବିଜେପି କର୍ମୀ କେହି ଦ୍ବନ୍ଦ୍ବରେ ନାହାଁନ୍ତି । ସବୁ ଖୁଲମଖୋଲା ରହିଛି । ଲଢ଼େଇ ଜୋରଦାର ହେବ । ଦଳ ସେଥିପାଇଁ ପ୍ରସ୍ତୁତ ଅଛି । ବିଜେଡି ରାଜ୍ୟରେ ସରକାରରେ ଥିବାରୁ ତା' ସହିତ ଲଢ଼େଇ ହେବ । କେହି କାହା ସହିତ ମିଶିକି ନାହାନ୍ତି । ନଦୀ ସମୁଦ୍ର ସହିତ ମିଶିବାକୁ ଚାହୁଁଛି । ସମୁଦ୍ର କଣ ମନା କରିବ ? ନଦୀ କିଏ ଓ ସମୁଦ୍ର କିଏ ସମସ୍ତେ ଜାଣିଛନ୍ତି । ବିଜେପି ଏକ ରାଷ୍ଟ୍ରୀୟ ଦଳ । ଭାରତରେ ସରକାର କରିଛୁ ଆମେ । ତେଣୁ ଆମେ ସମୁଦ୍ର । ବିଜେଡି ଏକ ଆଞ୍ଚଳିକ ଦଳ । ତେଣୁ ସେମାନେ ନଦୀ । ସମୁଦ୍ର ନଦୀର ମିଳନ ହୁଏ । ଏଥିରେ କଣ କହିବାର ଅଛି । ଯଦି ସମୁଦ୍ରରେ ନଦୀ କି ନାଳ ଆଶ୍ରୟ ନେବାକୁ ଚାହିଁବେ ଆମେ କଣ ମନା କରିପାରିବୁ ? ଆଗାମୀ ନିର୍ବାଚନରେ ଲଢ଼େଇ ଜୋରଦାର ହେବ । ଆମର କାହାର ସହାୟତା ଦରକାର ନାହିଁ । ଯେମିତି ଲଢେଇ କରିବା କଥା ଆମେ କରିବୁ ।"

ସେପଟେ ବିଜେପିର ସମୁଦ୍ର-ନଦୀ ଉପାଖ୍ୟାନର ବିଜେଡି ଦେଇଛି ଜବାବ । ବିଜେଡିର ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲି କହିଛନ୍ତି, "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର 1 ନମ୍ବର ମୁଖ୍ୟମନ୍ତ୍ରୀ । ତେଣୁ ଜାତୀୟ ସ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇମେଜ ବଢୁଛି । ସେଥିପାଇଁ ଚାରିଆଡୁ ତାଙ୍କୁ ପ୍ରଶଂସା କରାଯାଉଛି । ଦେଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇଛନ୍ତି । ଯାହା ମୁଖ୍ୟମନ୍ତ୍ରୀ କୁହନ୍ତି, ତାହା ଭଲ କରନ୍ତି । କିଏ କଣ କହିଲା ଆମର ସେଥିରୁ କିଛି କହିବାର ନାହିଁ । ଆମ ଦଳ ସମୁଦ୍ର । ଆଗରୁ ବିଜେଡି ସମୁଦ୍ର ଥିଲା । ଏବେ ବି ଅଛି । ସମୁଦ୍ର କଣ ନଦୀ ହୁଏ କି ? ଆମେ କାହାର ଆଶ୍ରୟ ନେବାର ନାହିଁ । ଏକାକି ଲଢ଼ିବୁ ଏକାକି ଜିତିବୁ । ଆମ ଦଳ ସମୁଦ୍ର ଏକଥା ଆମେ ଜାଣିଛୁ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 10, 2023, 8:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.