ETV Bharat / state

ମାଆଙ୍କ ସଶକ୍ତିକରଣକୁ ସହି ପାରୁନି ବିଜେପି: ବିଜେଡି

ମିଶନ ଶକ୍ତି ଜରିଆରେ ମହିଳାମାନଙ୍କୁ ବିଜେଡିର ଦଳୀୟ କାର୍ଯ୍ୟରେ ଲଗାଇବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଥିବା ଅଭିଯୋଗ କରିଥିଲା ବିଜେପି । ଜବାବରେ ଓଡ଼ିଶାରେ ମିଶନ ଶକ୍ତି ଅଭିଯାନକୁ ବନ୍ଦ କରିବାକୁ ବିଜେପି ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରିଛି ବିଜେଡି । ଅଧିକ ପଢ଼ନ୍ତୁ

author img

By

Published : Jul 12, 2023, 9:05 PM IST

ମାଆଙ୍କ ସଶକ୍ତିକରଣକୁ ସହି ପାରୁନି ବିଜେପି
ମାଆଙ୍କ ସଶକ୍ତିକରଣକୁ ସହି ପାରୁନି ବିଜେପି
ମାଆଙ୍କ ସଶକ୍ତିକରଣକୁ ସହି ପାରୁନି ବିଜେପି

ଭୁବନେଶ୍ବର: ଓଡ଼ିଶାରେ ମିଶନ ଶକ୍ତି ଅଭିଯାନକୁ ବନ୍ଦ କରିବାକୁ ବିଜେପି ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ । ଓଡିଶାର ମହିଳାମାନେ ଘର ଭିତରେ ବନ୍ଦ ହୋଇ ରୁହନ୍ତୁ ବୋଲି ଓଡିଶା ବିଜେପି ଚାହୁଁଥିବା କହିଲା ବିଜେଡି । ମାଆ ମାନଙ୍କ ସଶକ୍ତିକରଣ ଅଭିଯାନକୁ ବିଜେପି ସହ୍ୟ କରିପାରୁନି ବୋଲି ଅଭିଯୋଗ ବାଢିଛି ବିଜୁ ଜନତା ଦଳ । ମିଶନ ଶକ୍ତି ଅଭିଯାନ ଯୋଗୁଁ ଓଡ଼ିଶାର ୭୦ ଲକ୍ଷ ମହିଳା ସ୍ବାବଲମ୍ବୀ ହୋଇପାରିଛନ୍ତି । ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ସେମାନେ ନିଜର ଯୋଗଦାନ ଦେଇ ପାରୁଛନ୍ତି । ଓଡ଼ିଶାରେ ମହିଳା ସଶକ୍ତିକରଣର ଏହି ସଫଳ ଅଭିଯାନ ଆଜି ସବୁରି ମୁହଁରେ ପ୍ରଶଂସିତ ହେଉଥିବା ବେଳେ ରାଜ୍ୟ ବିଜେପି କିନ୍ତୁ ଏହାକୁ ସହିପାରୁନି ବୋଲି ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା କହିଛନ୍ତି ।

'ମିଶନ ଶକ୍ତି ଅଭିଯାନକୁ ବନ୍ଦ କରିବାକୁ ବିଜେପିର ଷଡ଼ଯନ୍ତ୍ର': ସେ କହିଛନ୍ତି, "ଓଡ଼ିଶା ବିଜେପିର ନେତାମାନେ ଚାହାନ୍ତି, "ଓଡ଼ିଶାର ମହିଳାମାନେ ଘର ଭିତରେ ବନ୍ଦ ହୋଇ ରହନ୍ତୁ । ଚୁଲିମୁଣ୍ଡରେ ରୋଷେଇ କରିବା ବ୍ୟତୀତ ପଦାକୁ ଗୋଡ଼ ନକାଢ଼ନ୍ତୁ । ସେଥିପାଇଁ ସେମାନେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଲାଞ୍ଚ ଖାଉଛନ୍ତି ବୋଲି କହି ଅପମାନିତ କରି ଆସୁଛନ୍ତି । ବିଭିନ୍ନ କ୍ଷେତ୍ରରେ ଆଗକୁ ବଢ଼ୁଥିବା ମହିଳାମାନଙ୍କ ବିରୋଧରେ ବିଜେପି ନେତା ବାରମ୍ବାର ମିଥ୍ୟା ଆରୋପ କରୁଛନ୍ତି । ଏହାସହ ସେମାନଙ୍କ ପ୍ରତି କଟୁ ଶବ୍ଦ ପ୍ରୟୋଗ କରୁଛନ୍ତି । କିନ୍ତୁ ସେମାନେ ଜାଣନ୍ତି ନାହିଁ ଯେ ମିଶନ ଶକ୍ତି ଅଭିଯାନ ଯୋଗୁଁ ଆଜି ଓଡ଼ିଶାର ମହିଳାମାନେ ହୋଟେଲ/ରେଷ୍ଟୁରାଣ୍ଟ ଚଳାଉଛନ୍ତି । ହସ୍ପିଟାଲ ପରିଚାଳନାଠାରୁ ନେଇ ଧାନ ସଂଗ୍ରହ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକୁ ସଫଳତାର ସହ ସଂପାଦନ କରୁଛନ୍ତି । ନିଜକୁ ସଫଳ ଉଦ୍ୟୋଗୀ ଭାବେ ମଧ୍ୟ ପ୍ରମାଣିତ କରୁଛନ୍ତି । ଆଜି ଓଡ଼ିଶା ବିଜେପିର ଅସଲ ଉଦ୍ଦେଶ୍ୟ ଜଣା ପଡ଼ିଗଲା । ମିଶନ ଶକ୍ତି ଅଭିଯାନକୁ ବନ୍ଦ କରିବା ପାଇଁ ସେମାନଙ୍କର ଏହି ଷଡ଼ଯନ୍ତ୍ର । କିନ୍ତୁ କେବେ ବି ସଫଳ ହେବ ନାହିଁ । ମିଶନ ଶକ୍ତି ସହ ସଂପୃକ୍ତ ଥିବା ମାଆ ଏହାକୁ କେବେ ହେଲେ ବରଦାସ୍ତ କରିବେ ନାହିଁ ।" ସେମାନେ ଏହାର ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ମିଶନ ଶକ୍ତି: ଅପରାଜିତାଙ୍କୁ ପ୍ରମିଳାଙ୍କ ଜବାବ, କହିଲେ ସେ ଥିଲାବେଳେ ହଉଥିଲା ଆଉ ଏବେ ହଉନି ?

ବିଜେପି କରିଥିଲା ସଙ୍ଗୀନ ଅଭିଯୋଗ: ପ୍ରକାଶ ଥାଉ କି, ବିଜେପି ନେତା ସତ୍ୟବ୍ରତ ପଣ୍ଡା ଅଭିଯୋଗ କରିଥିଲେ, "ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କ ନେତୃତ୍ବରେ ଶାସକ ମହିଳାମାନଙ୍କୁ ବିଜେଡିର ଦଳୀୟ କାର୍ଯ୍ୟରେ ଲଗାଇବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର ଉଦ୍ୟମ କରୁଛନ୍ତି । ମିଶନ ଶକ୍ତିର ଅଧିକାରୀଙ୍କ ବୈଠକରେ ଯୋଗ ଦେଇ ସୁଜାତା ଆର୍‌ ପାଣ୍ଡିଆନ ଅଶ୍ଳୀଳ ଓ ଅଶାଳୀନ ଶବ୍ଦର ପ୍ରୟୋଗ କରି ପ୍ରତ୍ୟେକ ଓଡିଆଙ୍କୁ ଅପମାନିତ କରିଛନ୍ତି । ସରକାରୀ ଦଳର ଏଜେଣ୍ଡାକୁ ସଠିକ ଭାବେ କାର୍ଯ୍ୟକାରୀତା କରିବାରେ ବିଫଳ ହେଲେ ସ୍ଥାନୀୟ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉଛି । ଏହା ନକଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ଧମକ ମଧ୍ୟ ଦିଆଯାଉଛି । ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ଭୋଟରମାନଙ୍କୁ କଳାଟଙ୍କା ପଠାଇବାର ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରାଯାଉଛି । ସେହିପରି ଯେଉଁମାନେ ଭଲ କାମ କରିବେ, ତାଙ୍କୁ ଦୁବାଇ, ସିଙ୍ଗାପୁର ବୁଲାଇବାକୁ ନିଆଯିବ ବୋଲି ମଧ୍ୟ ବିଭାଗୀୟ ସଚିବ ବୈଠକରେ କହିଛନ୍ତି । ଗୋଟିଏ ପଟେ ଚାବୁକ ଓ ଅନ୍ୟପଟେ ରସଗୋଲା ଧରି ମିଶନ ଶକ୍ତି ଜରିଆରେ ନିର୍ବାଚନ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର ।" ତେବେ ବିଜେପିର ଏଭଳି ଅଭିଯୋଗ ପରେ ଜବାବ ରଖିଛି ବିଜେଡି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.