ETV Bharat / state

Jharsuguda Bypoll: ବିଜେଡି ନିଯୁକ୍ତ କଲା 3 ପର୍ଯ୍ୟବେକ୍ଷକ

author img

By

Published : Apr 4, 2023, 5:31 PM IST

ବିଜେଡି ଆଜି ଜାରୀ କରିଛି ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ । ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଓ ସାରଦା ପ୍ରସାଦ ନାୟକଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି ଦଳ । ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ଏହି 3 ବରିଷ୍ଠ ନେତାଙ୍କୁ ନିଯୁକ୍ତ କରାଯାଇଛି । ଅଧିକ ପଢନ୍ତୁ

http://10.10.50.80//odisha/04-April-2023/od-bbsr-02-bjd-observer-7209787_04042023140816_0404f_1680597496_103.pdf

ବିଜେଡି ନିଯୁକ୍ତ କଲା 3 ପର୍ଯ୍ୟବେକ୍ଷକ

ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନ ଲାଗି ବିଜେଡି ଘୋଷଣା କରିଛି ସେନାପତି । 3 ବରିଷ୍ଠ ନେତାଙ୍କ ନେତୃତ୍ୱରେ ବିଜେଡି ଲଢ଼ିବ ଝାରସୁଗୁଡା ବ୍ୟାଟେଲ । ନବ ଗଡ଼ ବଞ୍ଚeଇବା ଲାଗି ରଣନୀତି ପ୍ରସ୍ତୁତ କରିବେ ବିଜେଡିର ତ୍ରିମୂର୍ତ୍ତି ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ସାରଦା ପ୍ରସାଦ ନାୟକ ।

ବିଜେଡି ଆଜି ଜାରି କରିଛି ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ । ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଓ ସାରଦା ପ୍ରସାଦ ନାୟକଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି ଦଳ । ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ଏହି 3 ବରିଷ୍ଠ ନେତାଙ୍କୁ ନିଯୁକ୍ତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । 3 ନେତାଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବ ବିଜେଡି । ନିର୍ବାଚନ ପରିଚାଳନା ସହ ଦଳୀୟ ନେତାଙ୍କୁ ଦାଇତ୍ୱ ବଣ୍ଟନ କରିବେ ଏହି ନେତା ।

ଏହାବି ପଢନ୍ତୁ- ETV BAL BHARAT: ମନୋରଞ୍ଜନରେ ଭରିବ ପିଲାଙ୍କ ଖରା ଛୁଟି, ଇଟିଭି ବାଲ୍ୟଭାରତ ଆଣିଲା ମଜାଳିଆ କାର୍ଯ୍ୟକ୍ରମ

ଝାରସୁଗୁଡା ଦଖଲ ଲାଗି ଆସନ୍ତା ଦିନରେ ବିଜେଡି ପକ୍ଷରୁ ପ୍ରତି ୱାର୍ଡ, ପଂଚାୟତ ବାରୀ ନେତାଙ୍କୁ ଦାଇତ୍ୱ ଦିଆଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତରୁ ଫେରିବା ପରେ ଝାରସୁଗୁଡାରେ ଡେରା ପକାଇବେ ନେତା ଓ ନେତ୍ରୀ । ନିର୍ବାଚନ ସରିବା ଯାଏଁ ଝାରସୁଗୁଡାରେ ରହି ଦଳ ଲାଗି ବଳ ଗୋଟାଇବେ ଦଳୀୟ ନେତା । ଭୋଟ ବ୍ୟବଧାନକୁ ବଢାଇବା ଲାଗି ନେତାଙ୍କୁ ଦିଆଯିବ ଟାସ୍କ । 2024 ନିର୍ବାଚନ ପୂର୍ବରୁ ଝାରସୁଗୁଡା ପ୍ରମୁଖ ଦଳ ଲାଗି ଏସିଡ ଟେଷ୍ଟ ହୋଇଥିବାବେଳେ ବଳ କଶିବ ଶଙ୍ଖ ବ୍ରିଗେଡ଼ ।

ଏହାବି ପଢନ୍ତୁ- ସିକିମରେ ଭୟଙ୍କର ହିମସ୍ଖଳନ: 6 ମୃତ, ଫସିଛନ୍ତି 80ରୁ ଅଧିକ ପର୍ଯ୍ୟଟକ

ପୁର ପଲ୍ଲୀରେ ଆମେ ସଂଗଠିତ ଦଳ । ଶୃଙ୍ଖଳିତ ଦଳ । ଦଳ ସବୁ ପରିସ୍ଥିତିରେ ଓ ସବୁ ନିର୍ବାଚନରେ ଆତ୍ମବିଶ୍ୱାସର ସହ ସମ୍ମୁଖୀନ ହୁଏ । ଅତୀତରେ ଅନେକ ଉପନିର୍ବାଚନ ହୋଇଛି, 90 ଭାଗ ଜାଗାରେ ବିଜେଡିର ଐତିହାସିକ ବିଜୟ ହାସଲ କରିଛି । 3 ମାସ ପୂର୍ବରୁ ପଦ୍ମପୁର ଉପନିର୍ବାଚନ ହୋଇଥିଲା ବିପୁଳ ଭୋଟରେ ବିଜେଡି ବିଜୟ ହୋଇଥିଲା । ଦଳ ସଭାପତି ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ବିଶ୍ୱାସ ଝାରସୁଗୁଡାରେ ବିଜେଡିକୁ ଐତିହାସିକ ସଫଳତା ମିଳିବ । ସବୁ ରେକର୍ଡ ଭାଙ୍ଗି ବିଜେଡି ପ୍ରାର୍ଥୀ ଝାରସୁଗୁଡାରେ ବିଜୟୀ ଲାଭ କରିବେ ବୋଲି ବିଜେଡି ନେତା କହିଛନ୍ତି । ଆସନ୍ତା ମେ 10ରେ ଝାରସୁଗୁଡ଼ା ଉପନିର୍ବାଚନ ହେବାକୁ ଥିବାବେଳେ ମେ 13ରେ ଭୋଟ ଗଣତି ହେବ । ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଛି ବିଜୁ ଜନତା ଦଳ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.