ETV Bharat / state

ଆରମ୍ଭ ହେଲା ରାଜ୍ୟରେ ବିଜେପି ସଦସ୍ୟତା ସଂଗ୍ରହ ଅଭିଯାନ - ଭୁବନେଶ୍ବର

ରାଜ୍ୟରେ ବିଜେପି ସଦସ୍ୟତା ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 7, 2019, 11:10 AM IST

ଭୁବନେଶ୍ବର: ରାଜ୍ୟର ୩୭ ହଜାର ବୁଥରେ ବିଜେପି ସଭ୍ୟ ସଂଗ୍ରହ କରିବ । ଏହି କ୍ରମରେ ବିଜେପିର ୫୦ ଲକ୍ଷ ସଦସ୍ୟ ହାସଲ କରିବାର ଲକ୍ଷ୍ୟ ରଖିଛି । ଏଥିପାଇଁ 8980808080 ନମ୍ବରରେ ମିସ୍‌ଡ଼ କଲ କଲେ 10 ସଂଖ୍ୟା ବିଶିଷ୍ଟ ସଦସ୍ୟତା ନମ୍ବର ଆସିବ । ଏହା ସହିତ ନମୋ ଆପରେ ମଧ୍ୟ ସଦସ୍ୟତା ସଂଗ୍ରହ କରାଯାଇପାରିବ । ରାଜ୍ୟସ୍ତରୀୟ ସଦସ୍ୟତା ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମରେ ଭୁବନେଶ୍ବର ଏକାମ୍ର ନିର୍ବାଚନମଣ୍ଡଳୀର ସୁନ୍ଦରପଦା ଠାରେ ୧୯୩,୧୯୬ ନଂ ବୁଥରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଦସ୍ୟତା ଅଭିଯାନର ମୁଖ୍ୟ ଅନନ୍ତ ନାୟକ, ସାଂସଦ ଅପରାଜିତା ଷଡଙ୍ଗୀ, ରାଜ୍ୟସଭା ସଦସ୍ୟ ଅଶ୍ବିନୀ ବୈଷ୍ଣବ, ବରିଷ୍ଠ ବିଜେପି ନେତା ଦାମୋଦର ରାଉତ, କେଭି ସିଂହଦେଓ, ଖାରବେଳ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ରାଜ୍ୟରେ ଥିବା 37 ହଜାର ବୁଥରେ ସଦସ୍ୟତା ଅଭିଯାନ ଆରମ୍ଭ କରାଯିବା ସହ ପ୍ରତି ବୁଥରେ 100 ନୂତନ ସଦସ୍ୟଙ୍କୁ ସାମିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିସହ ପ୍ରତି ବୁଥରେ ପ୍ରତୀକାତ୍ମକ ଭାବେ 5ଟି ଲେଖାଏଁ ଵୃକ୍ଷରୋପଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ସଦସ୍ୟତା ସଂଗ୍ରହ ଅଭିଯାନ 11 ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ଅବସରରେ ସାଂସଦ ଅପରାଜିତା ଷଡଙ୍ଗୀ ମହିଳାଙ୍କୁ ବିଜେପିର ସଦସ୍ୟତା ଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ । ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ଥିବା ପାଖାପାଖି 3700 ବୁଥରେ ସଦସ୍ୟତା ସଂଗ୍ରହ କରାଯିବ । ମୋଦି ସରକାରଙ୍କ 1 ଡ୍ରିମ 1 ଟିମ ଓ ସବ୍‌କା ସାଥ ସବ୍‌କା ବିକାଶ ଆଧାରରେ ସମସ୍ତଙ୍କୁ ବିକାଶର ପଥରେ ନିଆଯିବ ବୋଲି ଅପରାଜିତା କହିଛନ୍ତି ।

ସୂଚନାଯୋଗ୍ୟ, ଶନିବାର ଉତ୍ତରପ୍ରଦେଶର ବାରଣାସୀ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ବିଜେପି ସଦସ୍ୟତା ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ବିଜେପି ସାରା ଦେଶରେ ସଦସ୍ୟ ସଂଗ୍ରହ କରିବ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଆରମ୍ଭ ହେଲା ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନ।

Body:ରାଜ୍ୟରେ ୩୭ ହଜାର ବୁଥରେ, ବିଜେପିର ୫୦ ଲକ୍ଷ ସଦସ୍ୟ ସଂଗ୍ରହ ଉଦ୍ୟମ କରାଯିବ।8980808080 ନମ୍ବରରେ ମିସଡ଼ କଲ କଲେ ୧୦ ଡିଜିଟ ସଦସ୍ୟ ନଂ ଆସିବ।ନମୋ ଆପ ରେ ମଧ୍ୟ ସଦସ୍ୟତା ସଂଗ୍ରହ କରାଯାଇପାରିବ।ରାଜ୍ୟସ୍ତରୀୟ ସଦସ୍ୟତା ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀର ସୁନ୍ଦରପଦା ଠାରେ ୧୯୩,୧୯୬ ନଂ ବୁଥରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।କାର୍ଯ୍ୟକ୍ରମରେ ସଦସ୍ୟତା ଅଭିଯାନର ମୁଖ୍ୟ ଅନନ୍ତ ନାୟକ,ସାଂସଦ ଅପରାଜିତା ଷଡଙ୍ଗୀ,ଅଶ୍ୱିନୀବୈଷ୍ଣବ,ବରିଷ୍ଠ ବିଜେପି ନେତା ଦାମୋଦର ରାଉତ,କେଭି ସିଂହଦେଓ,ଖାରବେଳ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ରାଜ୍ୟରେ ଥିବା ୩୭ ହଜାର ବୁଥରେ ସଦସ୍ୟତା ଅଭିଯାନ ଆରମ୍ଭକରାଯିବା ସହ ପ୍ରତିବୁଥରେ ୧୦୦ ନୂତନ ସଦସ୍ୟଙ୍କୁ ସାମିଲ କରାଯିବାକୁ ନିଷ୍ପତ୍ତି ନିଆଗଲା।ଏଥିସହ ପ୍ରତିବୁଥରେ ପ୍ରତୀକାତ୍ମକ ଭାବେ ୫ ଟି ଲେଖାଏଁ ଵୃକ୍ଷରୋପଣ କରିବାକୁ ନିଷ୍ପତ୍ତି ନିଆଗଲା।ଏହି ସଦସ୍ୟତା ସଂଗ୍ରହ ଅଭିଯାନ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ।

ଏହି ଅବସରରେ ସାଂସଦ ଅପରାଜିତା ଷଡଙ୍ଗୀ ମହିଳାମାନେ
ବିଜେପିର ସଦସ୍ୟତା ଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ।ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଥିବା ପାଖାପାଖି ୩୭୦୦ ବୁଥରେ ସଦସ୍ୟତା ସଂଗ୍ରହ କରାଯିବ।ମୋଦି ସରକାରଙ୍କ ୧ ଡ୍ରିମ ୧ ଟିମ ,ସବକା ସାଥ ସବକା ବିକାଶ ଆଧାରରେ ସମସ୍ତଙ୍କୁ ବିକାଶର ପଥରେ ନିଆଯିବ ବୋଲି ଅପରାଜିତା କହିଥିଲେ।

Conclusion:ସୂଚନାଥାଉକି ଶନିବାର ଉତ୍ତରପ୍ରଦେଶର ବାରଣାସୀ ଠାରେ ବିଜେପି ସଦସ୍ୟତା ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ ହୋଇଛି।ସାରା ଦେଶରେ ବିଜେପି ସଦସ୍ୟ ସଂଗ୍ରହ କରିବ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.