ETV Bharat / state

ସ୍ଥାୟୀ-ଅସ୍ଥାୟୀ ବ୍ୟବସାୟୀ ବିବାଦ: ଶୁଣିଲାନି ବିଏମସି, ଆଜିଠୁ ବନ୍ଦ ରହିଲା ମାର୍କେଟ ବିଲ୍ଡିଂ

author img

By

Published : Jul 17, 2023, 6:42 PM IST

Updated : Jul 17, 2023, 7:10 PM IST

ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ ଭୁବନେଶ୍ବର ୟୁନିଟ-୨ ସ୍ଥିତ ମାର୍କେଟ ବିଲ୍ଡିଂ । ସ୍ଥାୟୀ ଓ ଅସ୍ଥାୟୀ ବ୍ୟବସାୟୀ ସସସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ୩ ଦିନ ଧରି ମାର୍କେଟ ବନ୍ଦ ରହିବ ବୋଲି ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି । ଅଧିକ ପଢ଼ନ୍ତୁ

Bhubaneswar unit 2 market building closed
ଆଜିଠୁ ବନ୍ଦ ରହିଲା ମାର୍କେଟ ବିଲ୍ଡିଂ
ଆଜିଠୁ ବନ୍ଦ ରହିଲା ମାର୍କେଟ ବିଲ୍ଡିଂ

ଭୁବନେଶ୍ବର: ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ ୟୁନିଟ-୨ ସ୍ଥିତ ମାର୍କେଟ ବିଲ୍ଡିଂ । ମାର୍କେଟ ବିଲ୍ଡିଂର ବାହାରେ ତାଲା ଆଉ ଭିତରେ ଦୋକାନରେ ବି ତାଲା। ରାଜ୍ୟ ରାଜ୍ୟଧାନୀ ଭୁବନେଶ୍ୱରର ସବୁଠାରୁ ବଡ ଓ ଖୋଲା ବଜାର ମାର୍କେଟ ବିଲ୍ଡିଂ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବି । ଏଠାରେ ବ୍ୟବସାୟ କରୁଥିବା ସ୍ଥାୟୀ ଅସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ଥିବା ବିବାଦ ତୁଟୁ ନ ଥିବାବେଳେ ସ୍ଥାୟୀ ଦୋକାନୀଙ୍କ ଦ୍ୱାରା ବନ୍ଦ ହେଲା ମାର୍କେଟ । ଯେପର୍ଯ୍ୟନ୍ତ ଉଠାଦୋକାନୀ ନଉଠିବେ ବା ବିଏମସିର ହସ୍ତକ୍ଷେପରେ ଏହାର କୌଣସି ସମାଧାନ ନହେବ, ସେପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ସେଣ୍ଟ୍ରାଲ୍‌ ମାର୍କେଟ ଆସୋସିଏସନ କହିଛି ।

ସ୍ଥାୟୀ, ଅସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ଥିବା ବିବାଦ ତୁଟୁ ନଥିବାବେଳେ ବିଏମ୍‌ସି କୌଣସି ଦୃଢ଼ ପଦକ୍ଷେପ ନେଉନାହିଁ । ଫଳରେ ମାର୍କେଟ ବିଲ୍ଡିଂ ଭିତରେ ଏବେ ଉଠାଦୋକାନୀମାନେ ଏକ ପ୍ରକାର କବ୍‌ଜା କରି ସାରଲେଣି । ଉଠା ଦୋକାନୀଙ୍କ ହାତରେ ହାଇକୋର୍ଟଙ୍କ ରହିତାଦେଶ ଅଛି । ଭୁବନେଶ୍ୱର ମହାନଗର ନିଗମ ଦେଇଥିବା ଟ୍ରେଡ୍‌ ଲାଇସେନ୍ସ, ବାର୍ଷିକ ଅର୍ଥ ପୈଠର ରସିଦ, ତା' ସହିତ ପୂର୍ବତନ ମେୟର ଓ କମିଶନର ଦେଇଥିବା ଅଗ୍ରାଧିକାର ଭିତ୍ତିକ ପ୍ରମାଣ ପତ୍ର ମଧ୍ୟ ରହିଛି । ତେଣୁ କାହିଁକି ସେମାନେ ମାର୍କେଟ ବିଲ୍ଡିଂରୁ ହଟିବେ ବୋଲି ପ୍ରଶ୍ନ କରିଛନ୍ତି । ସେଥିପାଇଁ ମାର୍କେଟ ବିଲ୍ଡିଂ ପରିସରରେ ଏମାନେ ପ୍ରତିବାଦ କରିଛନ୍ତି । ଏଠାରେ ଥିବା ଉଠାଦୋକାନୀ ବର୍ଷବର୍ଷ ଧରି ବ୍ୟବସାୟ କରି ପେଟ ପୋଷୁଥିବା ବେଳେ ଏଠାରୁ ଉଠିବାକୁ ଅରାଜି ହୋଇଛନ୍ତି ।

ଅନ୍ୟପଟେ ମାର୍କେଟ ବିଲ୍ଡିଂ ଗେଟ୍ ଆଗରେ ପ୍ରତିବାଦ କରିଛନ୍ତି ସ୍ଥାୟୀ ଦୋକାନୀ ସଂଘ । ସେଣ୍ଟ୍ରାଲ ମର୍କେଟ ବ୍ୟସାୟୀ ସଂଘ ମାର୍କେଟ ପରିସରକୁ ସୁନ୍ଦର, ଚିକ୍କଣ ଓ ସାଜସଜ୍ଜା କରୁଛି । ଉଠା ଦୋକାନୀ ଅଳିଆ କରୁଥିବାରୁ ତାଙ୍କୁ ଏଠାରୁ ହଟାଯାଉ । କେବଳ ସେତିକି ନୁହେଁ ପୂର୍ବରୁ ଉଠା ଦୋକାନୀଙ୍କୁ ହଟା ଯାଇଥିବା ବେଳେ ପୁଣି ତାଙ୍କୁ ବସିବାକୁ କିଏ ଅନୁମତି ଦେଲେ ବୋଲି ସ୍ଥାୟୀ ବ୍ୟବସାୟୀ ପ୍ରଶ୍ନ କରିଛନ୍ତି । ସମସ୍ୟା ସମାଧାନ ଲାଗି ସେଣ୍ଟ୍ରାଲ୍‌ ମାର୍କେଟ ବ୍ୟବସାୟୀ ସଂଘ ପକ୍ଷରୁ ବିଏମ୍‌ସିକୁ ତିନି ଦିନ ସମୟ ଦିଆଯାଇଥିଲା । କିନ୍ତୁ ପ୍ରତିଶ୍ରୁତି ମୁତାବକ, ଉଠାଦୋକାନୀମାନଙ୍କୁ ବିଏମସି ଉଠାଇ ପାରିନଥିବାରୁ ଆଜିଠୁ ମାର୍କେଟ ବିଲ୍ଡିଂ ବନ୍ଦ ରଖିଛି ବ୍ୟବସାୟୀ ସଂଘ । ସସସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ୩ ଦିନ ଧରି ମାର୍କେଟ ବନ୍ଦ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ମାର୍କେଟ ବିଲ୍ଡିଂର ୧୬୫ ବ୍ୟବସାୟୀ ଧାରଣାରେ ବସିବା ସହ ମାର୍କେଟ ବନ୍ଦ ରଖିଛନ୍ତି । ଅନ୍ୟ ପଟେ ଅସ୍ଥାୟୀ ବ୍ୟବସାୟୀ ମାନେ ହାଇକୋର୍ଟର ଅର୍ଡର ଦେଖାଇବା ସହ ସେଠି ବସି ବ୍ୟବସାୟ କରିବା ପାଇଁ ଜିଦ ଧରି ବସିଛନ୍ତି । ସେମାନଙ୍କୁ ଦୋକାନ କରିବା ପାଇଁ ବିଏମ୍‌ସି ସ୍ୱତନ୍ତ୍ର ସ୍ଥାନ ପ୍ରଦାନ ପାଇଁ ସେମାନେ ଦାବି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଅନିର୍ଦ୍ଧିଷ୍ଟ କାଳ ଯାଏଁ ମାର୍କେଟ ବିଲ୍ଡିଂ ବନ୍ଦ ଚେତାବନୀ

ଅନ୍ୟପଟେ ମାର୍କେଟ ବିଲ୍ଡିଂ ବନ୍ଦ ନେଇ ବିଏମସି କମିଶନରଙ୍କ କହିଛନ୍ତି, "ପୂର୍ବରୁ ୨ଥର ମାର୍କେଟ ବିଲ୍ଡିଂ କର୍ମକର୍ତ୍ତାଙ୍କ ସହ ଆମର ଆଲୋଚନା ହୋଇଛି । ସେଠାରେ କିଛି ଆଇନଗତ ସମସ୍ୟା ରହିଛି । ସେଥିପାଇଁ ଟିକେ ସମୟ ଦରକାର । ଭେଣ୍ଡର ଆକ୍ଟ ଅନୁସାରେ ଯେହେତୁ ଉଠାଦୋକାନୀମାନଙ୍କ ପାଖରେ ହାଇକୋର୍ଟର ଅର୍ଡର ରହିଛି ସେଥିପାଇଁ ସେମାନଙ୍କୁ ବାହାରେ କେମିତି ଥଇଥାନ ଏବଂ କେଉଁଠି କରାଯିବ ସେନେଇ ଆଇନ ଅଧିକାରୀଙ୍କ ସହ ଆଲୋଚନା କରି ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ । ଉଭୟ ପକ୍ଷଙ୍କୁ ଅନୁରୋଧ ଉଭୟେ ଆମକୁ ସହଯୋଗ କରନ୍ତୁ ।"

ମାର୍କେଟ ବିଲ୍ଡିଂ ପରିସରରେ ଥିବା ସ୍ଥାୟୀ ଓ ଅସ୍ଥାୟୀ ବିବାଦରେ ହନ୍ତସନ୍ତ ହେଉଛନ୍ତି ସାଧାରଣ ଗ୍ରାହକ । ପୂର୍ବରୁ ୩ ଥର ଏଭଳି ପ୍ରତିବାଦ ହୋଇଛି । ହେଳେ ଫଳଶୂନ, ଏଥର କଣ ନିଷ୍କର୍ଷ ବାହାରୁଛି ତାହା ଉପରେ ସମସ୍ତଙ୍କ ନଜର । କାରଣ ଏହି ମାର୍କେଟ ଉପରେ ଭୁବନେଶ୍ୱରର ସମସ୍ତ ଲୋକେ ନିର୍ଭର କରିଥାନ୍ତି ଓ ଦୂରଦୂରାନ୍ତରୁ ଆସି ଜିନିଷ କିଣିଥାନ୍ତି । ତେଣୁ ଏହାର ବନ୍ଦ ନିଶ୍ଚୟ ରାଜଧାନୀବାସୀଙ୍କ ଉପରେ ପ୍ରଭାବ ପକାଇବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 17, 2023, 7:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.