ETV Bharat / state

ଭୁବନେଶ୍ବରକୁ କେମିତି ଆସିଲା କାର୍ବାଇନ ବନ୍ଧୁକ: ମାଓବାଦୀ ଲିଙ୍କ୍ ନା ଚୋରା ବନ୍ଧୁକ କାରବାର ? ଏଣ୍ଟ୍ରି ମାରିଲା STF - କାର୍ବାଇନ ବନ୍ଧୁକ ଠାବ ଘଟଣା

ଭୁବନେଶ୍ୱରରେ କାର୍ବାଇନ ବନ୍ଧୁକ । ମାଓବାଦୀ ଲିଙ୍କ୍ କିମ୍ବା ଅନ୍ତଃରାଜ୍ୟ ଚୋରା ବନ୍ଧୁକ କାରବାର ନେଇ ବଢିଲା ଚିନ୍ତା । ତଦନ୍ତରେ ଏଣ୍ଟ୍ରି ମାରିଲା STF ।

ଭୁବନେଶ୍ୱରରେ କାର୍ବାଇନ ବନ୍ଧୁକ, ମାଓବାଦୀ ଲିଙ୍କ୍ ନା ଚୋରା ବନ୍ଧୁକ କାରବାର !

author img

By

Published : Aug 10, 2023, 7:40 AM IST

Updated : Aug 10, 2023, 11:57 AM IST

କାର୍ବାଇନ ବନ୍ଧୁକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅତ୍ୟାଧୁନିକ ମାରଣାସ୍ତ୍ର କାର୍ବାଇନ ଉଦ୍ଧାର ହେବା ପରେ ଏବେ ପୋଲିସର ଚିନ୍ତା ବଢିଛି । ଏହା ମାଓବାଦୀ ଲିଙ୍କ୍ ନା ଚୋରା ବନ୍ଧୁକ କାରବାର । ଏନେଇ ଘଟଣାରେ ଏଣ୍ଟ୍ରି ମାରିଛି STF । ଏହା ପଛରେ ମାଓବାଦୀଙ୍କ ଲିଙ୍କ୍ ରହିଛି ନା ଅନ୍ତଃରାଜ୍ୟ ଚୋରା ବନ୍ଧୁକ ଚାଲାଣକାରୀ ରାକେଟର ଲିଙ୍କ୍ ନେଇଛି, ସେନେଇ ଖୋଳତାଡ ପାଇଁ ତମାଣ୍ଡୋ ଥାନା ଯାଇ ଘଟଣାର ସମ୍ପର୍କରେ ବୁଝିଛନ୍ତି ଦୁଇ STF ଅଧିକାରୀ । କାର୍ବାଇନ ଭଳି ଅତ୍ୟାଧୁନିକ ବନ୍ଧୁକ ଭୁବନେଶ୍ୱରରୁ ଜବତ କରାଯାଇଥିବା ବେଳେ ଅନ୍ୟପଟେ ଅଭିଯୁକ୍ତ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ । ତେଣୁ ଏହା ପଛର ରାଜ୍ ଜାଣିବାକୁ ଏସଟିଏଫ ତଦନ୍ତରେ ଏଣ୍ଟ୍ରି ମାରିଛି ।

ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଉପରେ ନଜର ରଖିଥାଏ ଏସଟିଏଫ । ଏନେଇ ଅନେକ ସମୟରେ ଚୋରା‌ବନ୍ଧୁକ କାରବାରର ଫର୍ଦ୍ଦାଫାସ ମଧ୍ୟ କରିଛି । ତେବେ କମିସନରେଟ୍ ପୋଲିସ ଦ୍ବାରା ଜବତ କାର୍ବାଇନ ବନ୍ଧୁକ ପଛର ରାଜ ଖୋଲିବାକୁ ଏବେ ସମସ୍ତଙ୍କ ଆଗ୍ରହ ବଢିଛି । କାରଣ କାର୍ବାଇନ ଏକ ଏପରି ବନ୍ଧୁକ ଯାହାକି ପୋଲିସ ବ୍ୟବହାର‌ ଛଡା କାହାକୁ ଅନୁମତି ନହିଁ । ତେବେ ଏମାନେ‌ କେଉଁଠୁ ଆଣିଲେ ଏହି ବନ୍ଧୁକ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏନେଇ ଭୁବନେଶ୍ୱର ଡିସିପି କହିଛନ୍ତି, ‘‘ସଞ୍ଜୟ ଖୁଣ୍ଟିଆ ନାମକ ବ୍ୟକ୍ତିଠାରୁ ଏହି ବନ୍ଧୁକ ଜବତ ହୋଇଛି । ସେ ନୟାଗଡରେ ୨୦୧୮ରେ ଏକାଉଣ୍ଟର ହୋଇଥିବା ଅପରାଧି ଚଗଲା ମଲ୍ଲିକର ସହଯୋଗୀ ଭାବେ କାମ କରୁଥିଲା । ତେବେ ସଦେହ‌ ହେଉଛି ସେ ଏହି ବନ୍ଧୁକ ତାଠୁ ଆଣିଥାଇପାରେ ।’’ ଅନ୍ୟପକ୍ଷରେ ଏ ଦିଗରେ ତଦନ୍ତ ଚାଲିଥିବା ଡିସିପି ପ୍ରତୀକ ସିଂ କହିଛନ୍ତି ।

ତେବେ ୨୦୧୮ରେ ଏନକାଉଣ୍ଟରରେ ଚଗଲାର ମୃତ୍ୟୁ ହୋଇଥିଲା । ୨୦୦୮ମସିହରେ‌ ପୋଲିସ ରିଜର୍ଭ ବାଟାଲିୟନ ବା ପୋଲିସ ଅସ୍ତ୍ରାଗାରରୁ ସେତେବେଳେ ୫୦ ହଜାରରୁ ଅସ୍ତ୍ରଶସ୍ତ୍ର ଲୁଟ ହୋଇଥିଲା । ତତ୍କାଳୀନ ଲୁଟ ସମୟରେ ଲିଡ୍ ନେଇଥିବା ଅପରାଧି ସୋନୁ ମଧ୍ୟ ଛତିଶଗଡ଼ ପୋଲିସ ପାଖରେ ଆତ୍ମସମର୍ପଣ କରିଥିଲା । ଏପରିକି ଏହି କେସରେ ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କ ନାଁରେ ମଧ୍ୟ ଅଭିଯୋଗ ରହିଛି । ତେବେ ଏବେ ହଠାତ୍ ଏପରି ଏକ ବନ୍ଧୁକ ଭୁବନେଶ୍ୱରରୁ ମିଳିବା ଘଟଣା କ’ଣ ଏହା ପଛରେ ମାଓ ଲିଙ୍କ୍ ରହିଛି ବୋଲି ମଧ୍ୟ ଚର୍ଚ୍ଚା ହେଲାଣି । କାରଣ ଏପରି ବନ୍ଧୁକ ଅନେକ ସମୟରେ ମାଓ କ୍ୟାମ୍ପରୁ ଜବତ ହୋଇଥିବାର ନଜିର ମଧ୍ୟ ରହିଛି ।

ଅନ୍ୟପଟେ ଆଉ ଏ ଦିଗକୁ ମଧ୍ୟ ଇସାରା ହେଉଛି । ଏହା ପଛରେ ଅନ୍ତଃରାଜ୍ୟ ବନ୍ଧୁକ କାରବାର ବା ଚୋରା ଚାଲାଣ ରାକେଟ ଥାଇପାରେ ବୋଲି ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି । କାରଣ ଛତିଶଗଡ଼ ,ବିହାର ଓ ଝାରଖଣ୍ଡ ଭଳି ଅଞ୍ଚଳରେ ଏଭଳି ବନ୍ଧୁକର ବ୍ୟବହାର ରହିଛି । ଏପରିକି ଅନେକ ମନ୍ତ୍ରୀ ବା ସୁରକ୍ଷା ଦାୟିତ୍ବରେ ଥିବା ପିଏସଓମାନେ ମଧ୍ୟ ଏଭଳି ବନ୍ଧୁକ ବ୍ୟବହାର କରୁଥିବାର ନଜିର ରହିଛି । ସେଠାରୁ କୌଣସି ବନ୍ଧୁକ ଚୋରା ଚାଲାଣକାରୀଙ୍କ ଜରିଆରେ ଅଭିଯୁକ୍ତ ବନ୍ଧୁକ ଆଣିଥାଇପାରେ ବୋଲି ପୋଲିସ ମଧ୍ୟ ସନ୍ଦେହ କରୁଛି । ଡିସିପି ମଧ୍ୟ କହିଛନ୍ତି ବନ୍ଧୁକକୁ ରାଜ୍ୟ ଫରେନସିକ ଲ୍ୟାବକୁ ପଠାଯାଇଛି ରିପୋର୍ଟ ଆସିଲେ ଅଧିକ କିଛି ଜଣାପଡି ପାରିବ ।

ଇଟିଭି ଭାରତ, ଇଟିଭି ଭାରତ

Last Updated : Aug 10, 2023, 11:57 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.