ETV Bharat / state

NewYear2023: ନୂଆବର୍ଷରେ ପ୍ରଭୁଙ୍କ ଆଶୀର୍ବାଦ ନେଇ ଦିନ ଆରମ୍ଭ କଲେ ରାଜଧାନୀବାସୀ - ଇଂରାଜୀ ନବବର୍ଷ

ଆଜି ହେଉଛି ଇଂରାଜୀ ନବବର୍ଷ । ନୂଆବର୍ଷରେ ଭୁବନେଶ୍ବରବାସୀ ପ୍ରଭୁଙ୍କ ଆଶୀର୍ବାଦ ନେଇ ଆରମ୍ଭ କରିଛନ୍ତି ନୂତନ ବର୍ଷର ପ୍ରଥମ ଦିନ । ଅଧିକ ପଢନ୍ତୁ

Bhubaneswar People celebrate new year
Bhubaneswar People celebrate new year
author img

By

Published : Jan 1, 2023, 6:22 PM IST

ଭୁବନେଶ୍ବର: ଆଜି ହେଉଛି ଇଂରାଜୀ ନବବର୍ଷ (New Year 2023) । ସାରା ବିଶ୍ବ ଧୁମଧାମରେ ନୂତନ ବର୍ଷ ୨୦୨୩କୁ ସ୍ବାଗତ କରିଥିବା ବେଳେ ଏଥିରୁ ବାଦ ପଡ଼ିନାହାନ୍ତି ରାଜଧାନୀବାସୀ । ଓଡ଼ିଶାବାସୀଙ୍କ ସ୍ବତନ୍ତ୍ର ଓଡ଼ିଆ ନବବର୍ଷ ଥିଲେ ସୁଦ୍ଧା ରାଜ୍ୟବାସୀ ଇଂରାଜୀ ନବବର୍ଷକୁ ଧୁମଧାମର ସହିତ ପାଳନ କରିଥାନ୍ତି । କାରଣ ଇଂରାଜୀ କ୍ୟାଲେଣ୍ଡରର ତାରିଖ ସହ ଆମର ଦୈନନ୍ଦିନ ଜୀବନ ଚାଲିଥାଏ । ଏଣୁ ଏହି ଦିନର ଆରମ୍ଭରେ ଭୁବନେଶ୍ବରବାସୀ ପ୍ରଭୁଙ୍କ ଆଶୀର୍ବାଦ ନେଇ କାର୍ଯ୍ୟ ଆରମ୍ଭ କରିଛନ୍ତି (Bhubaneswar People celebrate new year ) ।

ନୂଆବର୍ଷ ଅବସରରେ ରାଜଧାନୀରେ ଥିବା ମନ୍ଦିରଠାରୁ ଆରମ୍ଭ କରି ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କ ଉପାସନା ପୀଠ ଚର୍ଚ୍ଚ ସବୁଠି ଶ୍ରଦ୍ଧାଳୁଙ୍କୁ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଛି । ସମସ୍ତେ ଆଜି ଦିନ ଭଗବାନଙ୍କୁ ଆରାଧନା କରିବା ସହ ପରିବାର ପ୍ରିୟଜନଙ୍କ ମଙ୍ଗଳ କାମନା କରିଛନ୍ତି । ସକାଳୁ ପୂଜା ପାଇଁ ରାମ ମନ୍ଦିରରେ ଭିଡ଼ ଲାଗି ରହିଛି । ଅନ୍ୟପଟେ ପରିବାର ପ୍ରିୟଜନଙ୍କୁ ନବବର୍ଷର ଶୁଭେଚ୍ଛା ଓ ଶୁଭକାମନା ଦେବା ପାଇଁ ଫୁଲ ଦୋକାନରେ ମଧ୍ୟ ଲୋକଙ୍କ ଭିଡ ଲାଗି ରହିଥିଲା । ରଙ୍ଗୀନ ଫୁଲତୋଡା ସହ ଗୋଲାପର ନାଲିନାଲି ରଙ୍ଗରେ ରଙ୍ଗୀନ ହୋଇଛି ଫୁଲ ଦୋକାନ ।

ଏହା ବି ପଢନ୍ତୁ- ଜମିଲା ଜିରୋ ନାଇଟ ସେଲିବ୍ରେସନ, ନାଚ ଗୀତରେ ଝୁମିଲେ ରାଜଧାନୀବାସୀ

ସେପଟେ ଖାଲି ଭଗବାନଙ୍କ ଦର୍ଶନ ଲାଗି ଉପାସନା ପୀଠ ନୁହେଁ ପର୍ଯ୍ୟଟନସ୍ଥଳୀରେ ମଧ୍ୟ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଜମିଛି । ନୂଆବର୍ଷର ପହିଲି ଦିନ ସହିତ ରବିବାର ଥିବାରୁ ପର୍ଯ୍ୟଟନସ୍ଥଳୀରେ ଭିଡ଼ ଦେଖିବାକୁ ମିଳିଛି । ଶାନ୍ତିସ୍ତୂପ ଧଉଳିଗିରି ଓ ଉଦୟଗିରି ଖଣ୍ଡଗିରିରେ ମଧ୍ୟ ଜମିଛି ପର୍ଯ୍ୟଟକଙ୍କ ଭିଡ଼ । ରାଜଧାନୀସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବୁଲି ନୂଆବର୍ଷକୁ ସେଲିବ୍ରେଟ କରିବା ଲାଗି ପହଞ୍ଚିଛନ୍ତି ଲୋକେ । ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ନନ୍ଦନକାନନକୁ ଆସିଛନ୍ତି । ବନ୍ୟଜନ୍ତୁଙ୍କୁ ବୁଲି ଦେଖିବା ସହ ଶିଶୁମାନେ ନୂଆ କରି ଖୋଲିଥିବା ଶିଶୁ ଉଦ୍ୟାନରେ ଖେଳକୁଦ କରିଛନ୍ତି । ସବୁଆଡ଼େ ଦେଖିବାକୁ ମିଳିଛି ଖୁସିର ମାହୋଲ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.