ETV Bharat / state

ଗୁରୁ ଦିବସରେ ଶତାୟୁ ଶିକ୍ଷକ ଭାସ୍କର ଦାଶଙ୍କୁ ବିଏମସି ମେୟରଙ୍କ ସମ୍ବର୍ଦ୍ଧନା

ଆଜି ପବିତ୍ର ଗୁରୁ ଦିବସରେ ଶତାୟୁ ଶିକ୍ଷକ ଭାସ୍କର ଦାଶଙ୍କୁ ବିଏମସି ମେୟରଙ୍କ ସମ୍ବର୍ଦ୍ଧନା । ଇଂରାଜୀ ବ୍ୟାକରଣରେ ଗୁରୁ ଭାସ୍କର ଦାଶଙ୍କର ବିଶେଷ ଅବଦାନ ରହିଛି। ଅଧିକ ପଢନ୍ତୁ

Sulochana Das felicitated centennial Teacher

author img

By ETV Bharat Odisha Team

Published : Sep 5, 2023, 10:39 PM IST

ଗୁରୁ ଦିବସରେ ଶତାୟୁ ଶିକ୍ଷକ ଭାସ୍କର ଦାଶଙ୍କୁ ବିଏମସି ମେୟରଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ବର: ଶତାୟୁ ଶିକ୍ଷକଙ୍କୁ ବିଏମସି ମେୟରଙ୍କ ସମ୍ବର୍ଦ୍ଧନା । ପବିତ୍ର ଗୁରୁଦିବସ ଅବସରରେ ସବୁଠି ଗୁରୁଙ୍କୁ ଉତ୍ତମ ମଣିଷ ଗଠନର କର୍ଣ୍ଣଧାର ଭାବେ ପୂଜାର୍ଚ୍ଚନା କରାଯାଉଥିବା ବେଳେ ସେମାନଙ୍କର ଅବଦାନ ପାଇଁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଉଛି । ଆଉ ଆଜି ଏହି ପବିତ୍ର ଦିବସ ଅବସରରେ ଭୁବନେଶ୍ବର ବୁଦ୍ଧ କଲୋନୀର ୧୦୦ ବର୍ଷ ବୟସର ବା ଶତାୟୁ ଶିକ୍ଷକ ଭାସ୍କର ଚନ୍ଦ୍ର ଦାଶଙ୍କୁ ଭେଟି ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ବିଏମସି ମେୟର ସୁଲୋଚନା ଦାସ।

ସର୍ବ ଭାରତୀୟ ସ୍ତରର ଜଣେ ବିଶିଷ୍ଟ ଶିକ୍ଷକ ଏବଂ ଇଂରାଜୀ ବ୍ୟାକରଣରେ ଗୁରୁ ଭାସ୍କର ଦାଶଙ୍କର ବିଶେଷ ଅବଦାନ ରହିଛି। ଏହା ସହ BSE ଓଡ଼ିଶାର ଲେଖକ ମଧ୍ୟ ଥିଲେ । ବାଣୀବିହାରରେ ଶୀକ୍ଷକତା କରୁଥିବା ସମୟରେ ଫଳାଫଳ ପାଇଁ ବିଦ୍ୟାଳୟକୁ ପ୍ରସିଦ୍ଧ କରିଥିଲେ। ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ୧୯୭୭ ମସିହାରେ ତତକାଳୀନ ରାଷ୍ଟ୍ରପତି ନୀଲମ ସଞ୍ଜୀବ ରେଡିଙ୍କ ସମୟରେ ରାଷ୍ଟପତି ପୁରସ୍କାର ଗ୍ରହଣ କରିଥିଲେ । ତତକାଳୀନ ଉପରାଷ୍ଟ୍ରପତି ବସପ୍ପା ଦନାପ୍ପା ଜତ୍ତୀଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। ତେବେ ବାଣୀବିହାର ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାସ୍କର ଚନ୍ଦ୍ର ଦାଶଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଆଶୀର୍ବାଦ କାମନା କରିଛନ୍ତି ମେୟର ସୁଲୋଚନା ଦାସ ।

ଏହା ବି ପଢନ୍ତୁ- Teacher's Day Special: ପ୍ରିୟ ଇତିହାସ ସାର, ବାହ୍ୟ ନେତ୍ର ନୁହେଁ ଅନ୍ତର୍ଦୃଷ୍ଟିରେ ବାଣ୍ଟନ୍ତି ଜ୍ଞାନ

ବୁଦ୍ଧେଶରୀ କଲୋନୀସ୍ଥିତ ତାଙ୍କ ବାସଭବନକୁ ଯାଇ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧିତ କରିବା ଅବସରରେ ମେୟର ମେୟର କହିଥିଲେ, "ଆଜି ଗୁରୁ ଦିବସର ଏପରି ଏକ ପବିତ୍ର ମୁହୁର୍ତରେ ଭାସ୍କର ଦାଶଙ୍କ ଭଳି ବ୍ୟକ୍ତିତ୍ବଙ୍କୁ ସମ୍ବର୍ଦ୍ଧିତ କରି, ଆମେ ନିଜେ ଧନ୍ୟ ହେବା ସହ ଗର୍ବିତ ମନେ କରୁଛୁ । ସମ୍ବର୍ଦ୍ଧିତ କରିବା ଅବସରରେ ପ୍ରତ୍ୟେକ ଶିକ୍ଷକ, ଭାସ୍କର ଦାଶଙ୍କ ଭଳି ‘ଗୁରୁଣାଂ ଗୁରୁଙ୍କ’ର ପଦାଙ୍କ ଅନୁସରଣ କରି ପାରିଲେ ଛାତ୍ରଛାତ୍ରୀମାନେ ନିଜର ଉତ୍କର୍ଷତା ପ୍ରତିପାଦନ କରିପାରିବେ ।"

ଶତାୟୁ ଶିକ୍ଷକ ଭାସ୍କର ଚନ୍ଦ୍ର ଦାଶଙ୍କ ସମ୍ପର୍କରେ....

ଭାସ୍କର ଚନ୍ଦ୍ର ଦାଶ ୧୯୪୭ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ଇଂରାଜୀ ଅନର୍ସରେ ଡିଷ୍ଟିଙ୍କସନ ସହିତ ପ୍ରଥମ ଶ୍ରେଣୀରେ ବିଏ ପାସ୍ କରିବା ପରେ କଟକ ବହୁ ଗ୍ରାମରୁ ସେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ । ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପାଇଁ ଅନେକ ଇଂରାଜୀ ବ୍ୟାକରଣ ଏବଂ ଟ୍ରାନ୍ସଲେସନ ପୁସ୍ତକ ରଚନା କରିଥିବା ଶିକ୍ଷକମାନଙ୍କୁ ଇଂରାଜୀ ପ୍ରଶିକ୍ଷଣ ଦେବା ପାଇଁ ଭାରତ ସରକାର ୧୯୬୦-୬୨ ମସିହା ପର୍ଯ୍ୟନ୍ତ ୨ ବର୍ଷ ପାଇଁ ସୁଦୁର ଇରାକ୍ ପଠାଇଥିଲେ । ସେଠାରୁ ଫେରିବା ପରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ନିର୍ଦ୍ଦେଶ କ୍ରମେ ଅଗରପଡା ହାଇସ୍କୁଲରେ ଯୋଗ ଦେଇଥିଲେ ।

ଏହାପରେ ସେ ବାଣୀବିହାର ହାଇସ୍କୁଲରେ ଦୀର୍ଘ ଦିନ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟକରି ବିଦ୍ୟାଳୟର ନାମକୁ ସମଗ୍ର ରାଜ୍ୟରେ ଶୀର୍ଷରେ ରଖିଥିଲେ । ୧୯୭୭ ମସିହାରେ ତାଙ୍କୁ ମିଳିଥିଲା ରାଷ୍ଟ୍ରପତି ପୁରସ୍କାର । ୧୯୮୬ ମସିହା ପର୍ଯ୍ୟନ୍ତ ପ୍ରଧାନ ଶିକ୍ଷକ ଦାୟିତ୍ବ ତୁଲାଇ ସେହି ଦିନଠାରୁ ଅବସର ଗ୍ରହଣ କରିଥିଲେ । କେବଳ ଶିକ୍ଷକତା ନୁହେଁ, ସେ ଏକାଧାରରେ ଜଣେ ସମାଜସେବୀ ଥିଲେ । ସେ କଟକ ଜିଲ୍ଲା ମାଳ ବିହାରପୁରରେ ଜନ୍ମ ଗ୍ରହଣ କରିଥିବା ବେଳେ ବାଙ୍କି ହାଇସ୍କୁଲରୁ ମାଟ୍ରିକ ପାସ କରିବା ପରେ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ ।

ପିଲାବେଳରୁ ଜଣେ ମେଧାବୀ ଓ ଛାତ୍ରବତ୍ସଳ ଶିକ୍ଷକ ଭାବେ ବେଶ ଜଣାଶୁଣା । ତାଙ୍କର ଅନେକ ଛାତ୍ରଛାତ୍ରୀ କେବଳ ଓଡ଼ିଶା କିମ୍ବା ଭାରତ ନୁହେଁ, ବିଦେଶରେ ମଧ୍ୟ ଉଚ୍ଚ ପଦ ପଦବୀରେ ପ୍ରତିଷ୍ଠା ଲାଭ କରିଛନ୍ତି । ସେହିପରି ସେ ମଧ୍ୟ ନିଜ ପ୍ରତିଭାକୁ ନେଇ ବିଶ୍ବରେ ନିଜକୁ ପରିଚିତ କରିପାରିଛନ୍ତି । ହେଲେ ଆଜି ବୟସର ଅପରାହ୍ନରେ ସେ ପୁରୁଣା ସ୍ମୃତିକୁ ଭୁଲିଯାଉଥିବା ବେଳେ ଆଜିର ଦିନରେ ଅନେକ ଦୁଃଖ ପରିପ୍ରକାଶ କରିଛନ୍ତି । ସେପଟେ ପତିଙ୍କ ସମ୍ବର୍ଦ୍ଧନାକୁ ନେଇ ଖୁସିରେ ଅଶ୍ରୁ ଜର୍ଜରିତ ହୋଇଛନ୍ତି ଭାସ୍କରସାରଙ୍କ ପତ୍ନୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.