ETV Bharat / state

Direct Flight to Guwahati: ଭୁବନେଶ୍ବରରୁ ଗୌହାଟିକୁ ଉଡ଼ିଲା ବିମାନ

author img

By ETV Bharat Odisha Team

Published : Oct 29, 2023, 5:58 PM IST

ଆଜି (ଶନିବାର)ଠୁ ରାଜଧାନୀ ଭୁବନେଶ୍ବରରୁ ଗୌହାଟିକୁ ଉଡ଼ିଲା ବିମାନ । ନର୍ଥ ଇଷ୍ଟ ସହ ଆକାଶ ମାର୍ଗରେ ଯୋଡ଼ିହେଲା ଓଡ଼ିଶା । ଅଧିକ ପଢନ୍ତୁ

Bhubaneswar Guwahati Direct flight
Bhubaneswar Guwahati Direct flight

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ଗୌହାଟିକୁ ଉଡ଼ିଲା ବିମାନ । ନର୍ଥ ଇଷ୍ଟ ସହ ଆକାଶ ମାର୍ଗରେ ଯୋଡ଼ିହେଲା ଓଡ଼ିଶା । କମିବ ଉତ୍ତର ପୂର୍ବାଞ୍ଚଳ ରାଜ୍ୟକୁ ଯାତାୟାତ ସମୟ । ୨୧ତମ ସ୍ଥାନ ଭାବେ ଭୁବନେଶ୍ଵରରୁ ଗୌହାଟିକୁ ଉଡ଼ିଛି ବିମାନ । ପ୍ରତିଦିନ ଭୁବନେଶ୍ଵରରୁ ଗୌହାଟି ମଧ୍ୟରେ ବିମାନ ଚଳାଚଳ କରାଇବ ଇଣ୍ଡିଗୋ ଏୟାରଲାଇନ୍ସ । ଭୁବନେଶ୍ଵରରୁ ଗୌହାଟି ମାତ୍ର ଦେଢ଼ ଘଣ୍ଟା ଲାଗିବ । ତେବେ ଆଜି(ରବିବାର)ଠୁ ଭୁବନେଶ୍ବରରୁ ଏହି ବିମାନ ସେବା ଆରମ୍ଭ ହୋଇଥିବା ବେଳେ ଖୁସିବ୍ୟକ୍ତ କରିଛନ୍ତି ଯାତ୍ରୀ ।

ପ୍ରତିଦିନ ଏହା ବିମାନ ଅପରାହ୍ନ ୧ଟା ୨୫ରୁ ଭୁବନେଶ୍ଵର ଛାଡ଼ିବ ଓ ୨ଟା ୫୫ରେ ଗୌହାଟିରେ ପହଞ୍ଚିବ । ସେହିପରି ଏହା ଗୌହାଟିରୁ ୩ଟା ୫୦ରେ ବାହାରି ୫ଟା ୨୦ରେ ଭୁବନେଶ୍ବରରେ ପହଞ୍ଚିବ । ଆଗାମୀ ଦିନରେ ଭୁବନେଶ୍ଵର ବିମାନ ବନ୍ଦରରୁ ଜମ୍ମୁ, ଚଣ୍ଡିଗଡ ଓ ସୁରଟକୁ ବିମାନ ଚଳାଚଳ ପାଇଁ ଯୋଜନା ରହିଥିବା ସୂଚନା ଦେଇଛନ୍ତି ଭୁବନେଶ୍ଵର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରର କର୍ତ୍ତୃପକ୍ଷ । ଅନ୍ୟପଟେ ଝାରସୁଗୁଡ଼ାରୁ କୋଲକାତା ଓ ବେଙ୍ଗାଲୁରୁକୁ ସିଧାସଳଖ ଉଡ଼ିବ ଇଣ୍ଡିଗୋ ବିମାନ ।

ଏହା ବି ପଢନ୍ତୁ- Bhubaneswar Guwahati Direct flight: ଉତ୍ତର-ପୂର୍ବାଞ୍ଚଳ ସହ ଯୋଡ଼ି ହେବ ଓଡ଼ିଶା, ଗୌହାଟିକୁ ଉଡିବ ବିମାନ

ନଭେମ୍ବର ୫ ତାରିଖରୁ କୋଲକାତା ଏବଂ ୧୫ ତାରିଖରୁ ବେଙ୍ଗାଲୁରୁକୁ ଉଡ଼ିବ ବିମାନ । ଝାରସୁଗୁଡ଼ା ବିମାନ ବନ୍ଦରରୁ ଭାରତର ଦୁଇଟି ବଡ଼ ସହରକୁ ବିମାନ ଚଳାଚଳ କରିବ । ତେବେ ନଭେମ୍ବର ୫ ତାରିଖରୁ ପ୍ରଥମେ କୋଲକାତାରୁ ଝାରସୁଗୁଡ଼ାକୁ ଚଳାଚଳ କରିବ । ତେବେ କୋଲକାତାରୁ ସନ୍ଧ୍ୟା ୫ଟା ୫୦ ମିନିଟରେ ଉଡାଣ ଭରିବା ବେଳେ ଝାରସୁଗୁଡ଼ାରେ ୭ଟା ୨୫ ମିନିଟରେ ପହଞ୍ଚିବ । ସେହିପରି ଭାବରେ ଝାରସୁଗୁଡ଼ାରୁ ନଭେମ୍ବର ୫ ତାରିଖରେ ସନ୍ଧ୍ୟା ୭ଟା ୫୫ ମିନିଟରେ ଚଳାଚଳ କରିବା ନେଇ ସୂଚନା ରହିଥିବା ବେଳେ କୋଲକାତାରେ ଏହି ବିମାନଟି ରାତି ୯ଟାରେ ୨୦ ମିନିଟରେ ପହଞ୍ଚିବ ।

ତେବେ ବେଙ୍ଗାଲୁରୁରୁ ଝାରସୁଗୁଡ଼ା ମଧ୍ୟ ସିଧାସଳଖ ବିମାନ ଚଳାଚଳ କରିବା ସୂଚନା ରହିଛି । ବେଙ୍ଗାଲୁରୁରୁ ନଭେମ୍ବର ମାସ ୧୫ ତାରିଖରେ ଶୁଭାରମ୍ଭ ହେବ । ବେଙ୍ଗାଲୁରୁରୁ ସକାଳ ୧୦ଟା ୧୫ ମିନିଟରେ ଛାଡ଼ିବା ପରେ ଝାରସୁଗୁଡ଼ାରେ ୧୨ଟା ୨୦ ମିନିଟରେ ପହଞ୍ଚିବ। ସେହିପରି ଭାବରେ ଝାରସୁଗୁଡ଼ାରୁ ବେଙ୍ଗାଲୁରୁକୁ ୧୨ଟା ୫୦ ମିନିଟରେ ଛାଡ଼ିବା ସହ ବେଙ୍ଗାଲୁରୁରେ ୨ଟା ୫୬ ମିନିଟରେ ପହଞ୍ଚିବ । ଏହି ଦୁଇ ବଡ଼ ସହରକୁ ଖୁବଶୀଘ୍ର ସଂଯୋଗ କରିବାକୁ ଯାଉଛି ଝାରସୁଗୁଡ଼ା ବିମାନ ବନ୍ଦର । ଏହା ସହ ନଭେମ୍ବର ପହିଲାରୁ ରାଉରକେଲାରୁ ଭୁବନେଶ୍ବର ଦେଇ କୋଲକାତାକୁ ଉଡ଼ିବ ବିମାନ । ଏନେଇ ବୁକିଂ ମଧ୍ୟ ଆରମ୍ଭ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.