ETV Bharat / state

ଆସନ୍ତା 27ରୁ ରାଜଧାନୀରେ ଜମିବ ବାଲିଯାତ୍ରା, ଶେଷ ହୋଇଛି ପ୍ରସ୍ତୁତି ବୈଠକ - ଭୁବନେଶ୍ୱର ବାଲିଯାତ୍ରା

ନଭେମ୍ବର ୨୭ କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆରମ୍ବ ହେବ ଭୁବନେଶ୍ୱର ବାଲିଯାତ୍ରା । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ପ୍ରସ୍ତୁତି ବୈଠକ । ୨୭ରୁ ଆରମ୍ଭ ହୋଇ 5 ଡ଼ିସେମ୍ବର ପର୍ଯ୍ୟନ୍ତ ଚାଲିବ ଯାତ୍ରା । ଆଗକୁ ପଢ଼ନ୍ତୁ,

୨୭ରୁ ଆରମ୍ବ ଭୁବନେଶ୍ୱର ବାଲିଯାତ୍ରା
୨୭ରୁ ଆରମ୍ବ ଭୁବନେଶ୍ୱର ବାଲିଯାତ୍ରା
author img

By ETV Bharat Odisha Team

Published : Nov 23, 2023, 9:33 PM IST

୨୭ରୁ ଆରମ୍ବ ଭୁବନେଶ୍ୱର ବାଲିଯାତ୍ରା

ଭୁବନେଶ୍ୱର: ନଭେମ୍ବର ୨୭ କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆରମ୍ଭ ହେବ ଭୁବନେଶ୍ୱର ବାଲିଯାତ୍ରା । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ପ୍ରସ୍ତୁତି ବୈଠକ । ଶାନ୍ତିଶୃଙ୍ଖଳା ସହ କିଭଳି ଅଧିକ ଆକର୍ଷଣୀୟ ହୋଇପାରିବ ସେନେଇ ହେଲା ଆଲୋଚନା । ତେବେ ଯାତ୍ରା ୨୭ରୁ ଆରମ୍ବ ହୋଇ 5 ଡ଼ିସେମ୍ବରରେ ଶେଷ ହେବ ।

ନଭେମ୍ବର ୨୭ରୁ ଆରମ୍ଭ ହେବ ଭୁବନେଶ୍ୱର ବାଲିଯାତ୍ରା । ସେଥିପାଇଁ ଆଜି ଭୁବନେଶ୍ୱର ସର୍କିଟ ହାଉସରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ପ୍ରସ୍ତୁତି ବୈଠକ । ବୈଠକରେ ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ସ୍ବାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ ସହିତ ଭୁବନେଶ୍ୱର ବାଲିଯାତ୍ରା କମିଟିର ସଦସ୍ୟ ଉପସ୍ଥିତ ଥିଲେ । ବୈଠକରେ ଶୃଙ୍ଖଳିତ ଓ ସୁରକ୍ଷିତ ବାଲିଯାତ୍ରାକୁ ନେଇ ଆଲୋଚନା ହୋଇଛି । ବାଲିଯାତ୍ରାରେ ମୁଖ୍ୟତ ସୁରକ୍ଷା ବ୍ୟବସ୍ଥା, ପାର୍କିଙ୍ଗ ବ୍ୟବସ୍ଥା ପାନୀୟଜଳ, ବିଦ୍ୟୁତ୍, ଟ୍ରାଫିକ, ଅଗ୍ନିଶମ, ଓଡ୍ରାଫ, ପରିମଳ ଆଦି ବିଷୟର ପ୍ରାଧାନ୍ୟ ଦିଆଯାଇଛି । ଏହାର ସମନ୍ଵୟକୁ ନେଇ ବାଲିଯାତ୍ରା ସମାପନ ଉପରେ ଧ୍ୟାନ ଦିଆଯାଇଥିଲା । ପୂର୍ବ ଅପେକ୍ଷା ଅଧିକ ଶାନ୍ତିଶୃଙ୍ଖଳାର ସହ କିଭଳି ଅଧିକ ଆକର୍ଷଣୀୟ ହୋଇପାରିବ ସେ ନେଇ ଆଲୋଚନା କରାଗଲା।ମୁଖ୍ୟତଃ କେମିତି ଟ୍ରାଫିକ ସମସ୍ୟା ସୃଷ୍ଟି ନହେବ ସେଥିପାଇଁ ଗୁରୁତ୍ଵ ଦିଆଯିବ ।

ଏହା ମଧ୍ୟ ପଢ଼ନ୍ତୁ...ବାଲିଯାତ୍ରାରେ ବଲିଉଡ ଏଣ୍ଟ୍ରି, କମାଲ ଦେଖାଇବେ ଲୋକପ୍ରିୟ ସିଙ୍ଗର ଅନୁମଲିକ ଓ ସଚିନ ଜିଗର

ଅନ୍ୟପଟେ ସଂସ୍କୃତି ସମ୍ପନ ଏହି ବାଲିଯାତ୍ରାରେ ବଲିଓଡ଼ ଓ ଓଲିଓଡ଼ର ସାଂସ୍କୃତିକ କାର୍ଯ୍ୟକ୍ରମ ରହିବ । ତାସହ ପାରମ୍ପାରିକ ନୃତ୍ୟଗୀତ ଯେପରିକି ପାଲା ଦାସକାଠିଆର ଆସର ମଧ୍ୟ ଦେଖିବାକୁ ମିଳିବ ବୋଲି ବାଲିଯାତ୍ରା କମିଟିର ସଦସ୍ୟ ସୂଚନା ଦେଇଛନ୍ତି । ୨୬ଟି ବିଭାଗର ସମନ୍ବୟରରେ ବାଲିଯାତ୍ରା ହେବାକୁ ଥିବା ବେଳେ ୧୦୦୦ ଷ୍ଟଲ ଲାଗିବ । ଏହା ପଞ୍ଚମ ସଂସ୍କରଣର ବାଲିଯାତ୍ରା ହୋଇଥିବା ବେଳେ ୨ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହେବ ବୋଲି ଆକଳନ କହିଛି କମିଟି । ବାଲିଯାତ୍ରା ଆମ ସଂସ୍କୃତି ଓ ପରମ୍ପରାର ପରିଚାୟକ । ତେବେ ୯ ଦିନର ଏହି ଯାତ୍ରା 5 ଡ଼ିସେମ୍ବରରେ ଶେଷ ହେବ । ତେବେ ଏହି ଯାତ୍ରା ଭୁବନେଶ୍ୱର ବାସୀଙ୍କ ପାଇଁ ମନୋରଞ୍ଜନ ଏକ ଖୋରାକ ଆଣିଦେବ ବୋଲି କମିଟି ପକ୍ଷରୁ କୁହାଯାଇଛି । ତେବେ ଆମର ଲୋକ କଳା ଓ ସଂସ୍କୃତିର ଅନନ୍ଯ ପରିଚୟ ହେଉଛି ବାଲିଯାତ୍ରା ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.