ETV Bharat / state

ବିଜେଡିର ନିର୍ବାଚନୀ ତୟାରୀ; ନବୀନଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ଲାଗି ଶପଥ

ଭୁବନେଶ୍ବର-ଖୋର୍ଦ୍ଧା ବିଜେଡି ସାଙ୍ଗଠନିକ ଜିଲ୍ଲାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ । ନବୀନଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ଲାଗି ନେଲେ ଶପଥ । ଅଧିକ ପଢନ୍ତୁ

author img

By

Published : Jul 13, 2023, 10:50 PM IST

Updated : Jul 13, 2023, 11:04 PM IST

Etv Bharat
Etv Bharat
ବିଜେଡିର ନିର୍ବାଚନୀ ତୟାରୀ; ନବୀନଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ଲାଗି ଶପଥ

ଭୁବନେଶ୍ବର: ପାଖେଇ ଆସୁଛି 2024 ସାଧାରଣ ନିର୍ବାଚନ । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଯାଇଛି ରାଜନୈତିକ ଦଳଙ୍କର ପ୍ରସ୍ତୁତି । ରାଜନୈତିକ ଅଙ୍କକଷା ସହ ଗୋଷ୍ଠୀ କନ୍ଦଳର ସମାଧାନ ଓ ସଫଳ ପରିଚାଳନାକୁ ଦଳ ଗୁରୁତ୍ବ ଦେଉଛନ୍ତି । ଏହାରି ମଧ୍ୟରେ ଆଜି ଭୁବନେଶ୍ବର ଓ ଖୋର୍ଦ୍ଧା ବିଜେଡି ସାଙ୍ଗଠନିକ ଜିଲ୍ଲାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଛି । ସାଂଗଠନିକ ସମ୍ପାଦକ, ଜିଲ୍ଲା ପର୍ଯ୍ୟବେକ୍ଷକ, ଲୋକସଭା ପର୍ଯ୍ୟବେକ୍ଷକ, ଉଭୟ ଜିଲ୍ଲା ସଭାପତିଙ୍କ ସମେତ ସମସ୍ତ ପଦାଧିକାରୀ ଉପସ୍ଥିତ ରହିଛନ୍ତି ।

ବୈଠକରେ ୱାର୍ଡ ମେମ୍ବର, କାଉନସିଲର, କର୍ପୋରେଟରୁ ଆରମ୍ଭ କରି ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ, ବ୍ଲକ ଅଧ୍ୟକ୍ଷ, ମେୟର, ବିଧାୟକ, ପୂର୍ବତନ ବିଧାୟକ, ସାଂସଦ, ପୂର୍ବତନ ସାଂସଦ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ । ବୈଠକରେ ସାଙ୍ଗଠନିକ, ରାଜନୈତିକ ଓ ସଂକଳ୍ପ ପ୍ରସ୍ତାବ ଆଗତ କରାଯାଇଛି । କାର୍ଯ୍ୟକାରିଣୀରେ ରାଜ୍ୟ ବିଜେଡିର ସମସ୍ତ ପଦାଧିକାରୀଙ୍କ କର୍ମୀଙ୍କ ସମେତ ଅନେକ ବିଜେଡି କର୍ମୀ ଉପସ୍ଥିତ ଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ଲାଗି ମୁଖ୍ୟମନ୍ତ୍ରୀ କରିବା ଲାଗି ଶପଥ ନିଆଯାଇଛି ।

ଏହା ବି ପଢନ୍ତୁ- ଶୁକ୍ରବାର ଛାତ୍ର ବିଜେଡି କାର୍ଯ୍ୟକାରିଣୀ, ଦିଗ୍‌ଦର୍ଶନ ଦେବେ ନବୀନ

ଭୁବନେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର କହିଛନ୍ତି, "ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ସଂକଳ୍ପ ନେଇଛୁ । କିଛି ଦିନ ମଧ୍ୟରେ ସେ ଦେଶର ସର୍ବାଧିକ ଦିନ ମୁଖ୍ୟମନ୍ତ୍ରୀ ରହିବାର ରେକର୍ଡ କରିବେ । ବିରୋଧୀ ଯେତେ ବିରୋଧ କଲେ ବି ବିକାଶର ଧାରା ଆଗକୁ ବଢିବ । ନବୀନ ଏବେ ବିକାଶର ବ୍ରାଣ୍ଡ । ବିକାଶର ଧାରା ଘରେ ଘରେ ପହଞ୍ଚାଇବାକୁ ଦଳର ନେତୃତ୍ବମଣ୍ଡଳୀ ଆମକୁ ପରାମର୍ଶ ଦେଇଛନ୍ତି । ଅପପ୍ରଚାର କଥା ଲୋକେ ଜାଣିଛନ୍ତି । ସୋସିଆଲ ମିଡିଆରେ ଥିବା ଲୋକେ ଜାଣିଛନ୍ତି କିଏ ସତ କିଏ ମିଛ କହୁଛନ୍ତି । ଆମ କର୍ମୀ ସୋସିଆଲ ମିଡ଼ିଆରେ ସକ୍ରିୟ, ସେମାନେ ଅପପ୍ରଚାରର ଦୃଢ଼ ଜବାବ ଦେଉଛନ୍ତି "

ସେହିପରି ଖୋର୍ଦ୍ଧା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ରବୀନ୍ଦ୍ର କୁମାର ଜେନା କହିଛନ୍ତି, " ଏକମନ ହୋଇ ଆମେ ଶପଥ ନେଇଛୁ ଖୋର୍ଦ୍ଧା ଶ୍ରେଷ୍ଠ ଜିଲ୍ଲା ହେବ । ଏକ ଲକ୍ଷ୍ୟ ହେଉଛି ଆଉଥରେ ମୁଖ୍ୟମନ୍ତ୍ରୀଙ୍କୁ କ୍ଷମତାକୁ ଆଣିବା । ଏକ ମନ ଏକ ପ୍ରାଣ ହୋଇ କାମ କରିବୁ । ଦଳକୁ ତୃଣମୂଳ ସ୍ତରକୁ ସଂଗଠନକୁ ମଜବୁତ କରିବୁ । ନବୀନ ପଟ୍ଟନାୟକ ଓଡ଼ିଶା ପାଇଁ ବିରାଟ ବିକାଶ ଆଣିଛନ୍ତି । ୱାର୍ଡ ସ୍ତରରୁ କାର୍ଯ୍ୟକ୍ରମ ହେଉଛି । ବୁଥ ଓ ୱାର୍ଡ ଆମ ଫୋକସରେ ଅଛି । ଆମ ଫୋକସରେ ଖୋର୍ଦ୍ଧାରେ 1000 ବୁଥ ଅଛି ।"

ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୂତି ବଳବନ୍ତରାଏ କହିଛନ୍ତି, " ଖୋର୍ଦ୍ଧା କହିଲେ ଓଡ଼ିଶାକୁ ବୁଝାଏ । ପୌର ଓ ପଞ୍ଚାୟତର ଅଦଭୂତ ସଫଳତାକୁ ସାଧାରଣ ନିର୍ବାଚନରେ ବି ବଜାଏ ରଖିବା ଦିଗରେ କାମ ହେବ । ଆମ ଓଡ଼ିଶା ନବୀନ ଓଡ଼ିଶା ପରି ଯୋଜନା ସମସ୍ତଙ୍କ ପାଖକୁ ପହଁଚାଇବା । ଜଗନ୍ନାଥ ଚେତନା ଓ ସଂସ୍କୃତିର ଉନ୍ନତି ପାଇଁ ଏହି ଯୋଜନା । ସେବା ଘରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତାହା ଖୋର୍ଦ୍ଧାର ଭୂମି ଯେଉଁଠି ପ୍ରଥମ ସ୍ବାଧୀନତା ସଂଗ୍ରାମ ହୋଇଥିଲା, ସେଠୁ ଆରମ୍ଭ ହେବ । ନବୀନଙ୍କୁ ପୁଣି ଜିତାଇ ବିକାଶକୁ ସମ୍ପୂର୍ଣ୍ଣ କରିବୁ । ଟିକେ ଅସାବଧାନତା ପାଇଁ ଗତ ଥର ଜଟଣୀ ଓ ଭୁବନେଶ୍ବର ଲୋକସଭା ହାରିଛୁ । ଏଥର ଆଉ ତ୍ରୁଟି ହେବନି । ଗତ ପୌର ଓ ପଂଚାୟତରେ ବହୁ ଭୋଟରେ ଜିତିଛୁ ।"

ସେହିପରି ଭୁବନେଶ୍ବର ଜିଲ୍ଲା ସଭାପତି ସୁଶାନ୍ତ ରାଉତ କହିଛନ୍ତି, " ଆମର ଗୋଟେ ଲକ୍ଷ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବୁ । କର୍ମୀ ଆହୁରି କାମ କରି ସଂଗଠନ ମଜବୁତ କରିବା ନେଇ ଆଲୋଚନା ହୋଇଛି । ସଂଗଠନ ସମ୍ପାଦକ କହିଛନ୍ତି ଯେ, ଖୋର୍ଦ୍ଧା ରାଜ୍ୟର ମୁଖଶାଳା । ଖୋର୍ଦ୍ଧାରୁ ହିଁ ପ୍ରଚାର ପ୍ରସାର କରି ସାରା ରାଜ୍ୟକୁ ଯିବା । ତେଣୁ ଏ ଦିଗରେ ଆମେ କାମ କରୁଛୁ ।" କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ମୁନା ଖାଁ, ମନ୍ତ୍ରୀ ଅଶୋକ ପଣ୍ଡା, ଖୋର୍ଦ୍ଧା ଓ ଭୁବନେଶ୍ବର ଜିଲ୍ଲାର ସମସ୍ତ ବିଧାୟକ, ଭୁବନେଶ୍ବର ମେୟର ସୁଲୋଚନା ଦାସ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟସାଣି ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 13, 2023, 11:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.