ETV Bharat / state

ଘରୋଇ ହସ୍ପିଟାଲ ନାମରେ ସଙ୍ଗୀନ ଅଭିଯୋଗ ଆଣିଲା ଭାରତୀୟ ମଜଦୁର ସଂଘ

ରାଜଧାନୀର ଏକ ଘରୋଇ ହସ୍ପିଟାଲର ଶ୍ରମିକ ମାରଣ ନୀତି ବିରୋଧରେ ଭାରତୀୟ ମଜଦୁର ସଂଘର ସାମ୍ବାଦିକ ସମ୍ମିଳନୀ । ଏନେଇ ଆସନ୍ତା 25 ତାରିଖରେ ହସ୍ପିଟାଲ ସମ୍ମୁଖରେ ଗଣଧାରଣା ଦେବେ। ଅଧିକ ପଢନ୍ତୁ

bharatiya majdoor sangha
bharatiya majdoor sangha
author img

By

Published : Feb 22, 2023, 1:34 PM IST

bharatiya majdoor sangha

ଭୁବନେଶ୍ବର: ରାଜଧାନୀର ଏକ ଘରୋଇ ହସ୍ପିଟାଲ ନାମରେ ସଙ୍ଗୀନ ଅଭିଯୋଗ ଆଣିଛି ଭାରତୀୟ ମଜଦୁର ସଂଘ । ଓଡିଶାର ଗରିବ ଜନସାଧାରଣଙ୍କୁ ଚିକିତ୍ସା ଆଳରେ ଲୁଟ୍ କରୁଛି ଏହି ଘରୋଇ ହସ୍ପିଟାଲ । ସେହିପରି ଗତବର୍ଷ ଜଣେ BSKY ହିତାଧିକାରୀଙ୍କ ଠାରୁ ଲାଞ୍ଚ ନେଇ ଚିକିତ୍ସା କରିଥିଲେ ଯାହା ଲୋକଲୋଚନକୁ ଆସିଥିଲା। ରୋଗୀ ମାନଙ୍କୁ ଉନ୍ନତ ମାନର ଜନସେବା ନାମରେ ନିଜର ବ୍ୟବସାୟ ବୃଦ୍ଧି କରୁଛି ଏହି ହସ୍ପିଟାଲ । ଏଥିସହ ହସ୍ପିଟାଲରେ କର୍ମଚାରୀ ମାନେ ବି ନୁହନ୍ତି ସୁରକ୍ଷିତ । କିଛିଦିନ ତଳେ ମହିଳା କର୍ମଚାରୀଙ୍କୁ ଯୌନଶୋଷଣ କରାଯାଇଥିବା ଅଭିଯୋଗ ଆସିଥିଲା । ସେହିପରି ଭାରତୀୟ ମଜଦୁର ସଂଘର ଜଣେ କର୍ମୀ ଏହାର ପ୍ରତିବାଦ କରିବାରୁ ତାଙ୍କୁ ଅନ୍ୟତ୍ର ବଦଳି ଅଭିଯୋଗକୁ ବରଦାସ୍ତ କରିବ ନାହିଁ ସଂଘ ଚେତାବନୀ ଦେଇଛି।

ତେବେ ଏନେଇ ସଂଘ କହିବାନୁସାରେ ଏ ସମସ୍ତ କାର୍ଯ୍ୟ ହସ୍ପିଟାଲର ଦୁଇ ଜଣ ପ୍ରମୁଖ ଅଧିକାରୀ କରୁଛନ୍ତି। କର୍ମଚାରୀ ମାନଙ୍କୁ ଛୁଟି ଦିଆଯାଉ ନାହିଁ । ଏହାଛଡ଼ା ସେମାନଙ୍କ ପିଏଫ ଟଙ୍କା ଉଠାଇବାକୁ ଦିଆଯାଉନାହିଁ। କର୍ମଚାରୀ ମାନଙ୍କୁ ୮ ଘଣ୍ଟା ରୁ ଅଧିକ ସମୟ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଇଛି । ନ ହେଲେ ଚାକିରିରୁ ନିଲମ୍ବିତ କରିବାକୁ ଧମକ ଦେଉଛନ୍ତି ଏହି ଦୁଇ ଅଧିକାରୀ । ଏଭଳି ଅନେକ ଅଭିଯୋଗ ଆଣିଛି ଭାରତୀୟ ମଜଦୁର ସଂଘ। ଯଦି ହସ୍ପିଟାଲ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ନ ଦିଅନ୍ତି ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରିବ ସଂଘ।

ସେହିଭଳି ରୋଗୀ ମାନଙ୍କର କିଡନୀ କାଢି ନିଆଯାଉଛି । ଏଥିପାଇଁ ଉଚ୍ଚ ନ୍ୟାୟାଳୟ ଏହି ଘରୋଇ ହସ୍ପିଟାଲକୁ ଦଣ୍ଡିତ ମଧ୍ୟ କରିଛନ୍ତି । ଗତ ୧୨ ବର୍ଷ ଭିତରେ ହସ୍ପିଟାଲ ଉନ୍ନତ ମାନର ଜନସେବା ନାଁ ରେ କେବଳ ନିଜ ବ୍ୟବସାୟ ବୃଦ୍ଧି କରୁଛି । ସେଠାରେ କାର୍ଯ୍ୟରତ କର୍ମଚାରୀ ମାନେ ମଧ୍ୟ ସୁରକ୍ଷିତ ନୁହଁନ୍ତି । ଭାରତୀୟ ମଜଦୂର ସଂଘ ଏହାକୁ ଦୃଢ଼ ନିନ୍ଦା କରୁଛି। ଯଦି ଏହି ସବୁ ଶୋଷଣ ନୀତି ଜାରି ରହେ ତେବେ ସଂଘ ଆଗାମୀ ଦିନରେ ରାଜ୍ୟ ବ୍ୟାପି ଆନ୍ଦୋଳନ କରିବା ସହିତ ଆଗାମୀ ଦିନରେ ବିଧାନସଭା ସମ୍ମୁଖରେ ଗଣ ଧାରଣା ଦେବ ବୋଲି ଚେତାବନୀ ଦେଇଛି ।

ଏନେଇ ଭାରତୀୟ ମଜଦୂର ସଂଘ ସଭାପତି ଅକ୍ଷୟ କୁମାର ରାଉତରାୟ କହିଛନ୍ତି, ହସ୍ପିଟାଲର କାର୍ଯ୍ୟରତ ଶ୍ରମିକ ମାନେ ଅସୁରକ୍ଷିତ ହୋଇପଡିଛନ୍ତି । ଏନେଇ କିଛିଦିନ ପୂର୍ବେ ଏହି ଘରୋଇ ହସ୍ପିଟାଲର ଦୁର୍ନୀତି ସମ୍ବନ୍ଧରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲୁ । ଏନେଇ ଉଚ୍ଚ କର୍ତ୍ତୃପକ୍ଷ ଘଟଣା ବିଷୟରେ ଜାଣିବା ପରେ 13 ରୁ 14 ଜଣ ଅଫିସରଙ୍କ ଚାକିରିରୁ ବହିଷ୍କୃତ କରିବା ସହ କେତେ ଜଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ ମଧ୍ୟ କରାଯାଇଛି ।

ହେଲେ ଗରିବ ଜନସାଧାରଣଙ୍କୁ ଚିକିତ୍ସା ଆଳରେ ଲୁଟ୍ କରିବା ସହ ଗତବର୍ଷ ଜଣେ BSKY ହିତାଧିକାରୀଙ୍କ ଠାରୁ ଲାଞ୍ଚ ନେଇ ଚିକିତ୍ସା ମଧ୍ୟ କରିଥିଲେ । ରୋଗୀ ମାନଙ୍କୁ ଉନ୍ନତ ମାନର ଜନସେବା ନାମରେ ନିଜର ବ୍ୟବସାୟ ବୃଦ୍ଧି କରୁଛି ଏହି ହସ୍ପିଟାଲ । ଏଥିସହ ହସ୍ପିଟାଲରେ କର୍ମଚାରୀ ମାନେ ବି ନୁହନ୍ତି ସୁରକ୍ଷିତ । କିଛିଦିନ ତଳେ ମହିଳା କର୍ମଚାରୀଙ୍କୁ ଯୌନଶୋଷଣ କରାଯାଇଥିଲା । ସେହିପରି ଭାରତୀୟ ମଜଦୁର ସଂଘର ଜଣେ କର୍ମୀ ଏହାର ପ୍ରତିବାଦ କରିବାରୁ ତାଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା । ତେବେ ଏଭଳି ଶ୍ରମିକ ମାରଣା ନୀତିରୁ ନିବୃତ୍ତ ନ ରୁହନ୍ତି ଆଗାମୀ ଦିନରେ ଭାରତୀୟ ମଜଦୂର ସଂଘ ବିଧାନସଭା ଆଗରେ ଧାରଣାରେ ବସିବା ସହିତ ହସ୍ପିଟାଲ ଆଗରେ ଆସନ୍ତା 25 ତାରିଖ ଦିନ ଧାରଣାରେ ବସିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.