ETV Bharat / state

ଫୋକସରେ ପଦ୍ମପୁର ଉପନିର୍ବାଚନ, ଓଡିଶାରେ ସାମୟିକ ବନ୍ଦ ଭାରତ ଯୋଡ଼ ଯାତ୍ରା - ପିସିସି ସଭାପତି ଶରତ ପଟ୍ଟନାୟକ

ପଦ୍ମପୁର ଉପନିର୍ବାଚନ ପାଇଁ ସାମୟିକ ଭାବେ ସ୍ଥଗିତ ରହିବ ଓଡ଼ିଶାରେ ଜାରି ରହିଥିବା କଂଗ୍ରେସର ଭାରତ ଯୋଡ଼ ପଦଯାତ୍ରା । ଏନେଇ ସୂଚନା ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

Etv Bharatଫୋକସରେ ପଦ୍ମପୁର ଉପନିର୍ବାଚନ, ଭାରତ ଯୋଡ଼ ଯାତ୍ରା ସାମୟିକ ବନ୍ଦ ରଖିଲେ ପିସିସି ସଭାପତି

author img

By

Published : Nov 16, 2022, 5:24 PM IST

ଭୁବନେଶ୍ବର: ଆସନ୍ତା ଡିସେମ୍ବର ୫ ତାରିଖରେ ହେବାକୁ ଯାଉଛି ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ । ଏନେଇ ବିଭିନ୍ନ ଦଳ ରଣନୀତି ପ୍ରସ୍ତୁତ କରୁଥିବାବେଳେ ଓଡ଼ିଶାରେ ଜାରି ରହିଥିବା ଭାରତ ଯୋଡ଼ ଯାତ୍ରାକୁ ସାମୟିକ ଭାବେ ରଖିବା ପାଇଁ କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ଫୋକସରେ ପଦ୍ମପୁର ଉପନିର୍ବାଚନ, ଭାରତ ଯୋଡ଼ ଯାତ୍ରା ସାମୟିକ ବନ୍ଦ ରଖିଲେ ପିସିସି ସଭାପତି

ପଦ୍ମପୁର ଉପନିର୍ବାଚନ (Padampur By-poll) ପାଇଁ ସରଗରମ ରହିଛି ରାଜ୍ୟ ରାଜନୀତି । ଡିସେମ୍ବର ୫ରେ ପଡିବ ଭୋଟ । ନଭେମ୍ବର ୧୭ ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ । ୨୦୨୪ ଫାଇନାଲ ଲଢେଇ ପୂର୍ବରୁ ପଦ୍ମପୁର ସେମିଫାଇନାଲରେ ପୁରା ଫର୍ମ ଫେରିପାଇବାକୁ ୩ ଦଳ ପୁରା ଦମ ଲଗାଇଛନ୍ତି । କୌଣସି ମତେ ପଦ୍ମପୁର ହାତଛଡା କରିବାକୁ ଚାହୁଁନାହିଁ ଗେରୁଆ ବାହିନୀ । ଏଥିପାଇଁ ବିଜେପି ପ୍ରସ୍ତୁତ କରିଛି ମେଗା ରଣନୀତି । ଧାମନଗରରେ ମାଟି କାମୁଡିବା ପରେ ବେଶ ସତର୍କତାର ସହ ଗୋଟି ଚାଳନା କରୁଛି ବିଜେଡି । କଂଗ୍ରେସ ମଧ୍ୟ ନିଜର ପୂର୍ବ ଗୌରବକୁ ପାଥେୟ କରି ଲଢିବାକୁ ମାନସିକ ସ୍ତରରେ ପ୍ରସ୍ତୁତି ଚଳାଇଛି । ପଦ୍ମପୁରର ପୁରୁଖା ନେତା ତଥା ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଛି ଦଳ ।

ସେପଟେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ସହିତ ଦଳକୁ ପୁଣିଥରେ ଶାସନକୁ ଫେରାଇ ଆଣିବା ପାଇଁ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ସାରା ଦେଶରେ ଚାଲିଛି ଭାରତ ଯୋଡ଼ ପଦଯାତ୍ରା । ତେବେ ରାହୁଲ ଗାନ୍ଧୀ ଏହି ପଦଯାତ୍ରାରେ ଓଡ଼ିଶା ଆସୁନଥିବାବେଳେ, ରାଜ୍ୟ କଂଗ୍ରେସ କିନ୍ତୁ ପିସିସି ସଭାପତିଙ୍କ ନେତୃତ୍ବରେ ରାଜ୍ୟରେ ଭାରତ ଯୋଡ଼ ପଦଯାତ୍ରା ଚଳାଇଛି । ତେବେ ପଦ୍ମପୁର ଉପନିର୍ବାଚନକୁ ଫୋକସରେ ରଖି ରାଜ୍ୟରେ ଭାରତ ଯୋଡ଼ ପଦଯାତ୍ରା ସାମୟିକ ଭାବେ ବନ୍ଦ ରଖାଯିବ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ନିର୍ବାଚନ ସରିବା ପରେ ଅର୍ଥାତ ଡିସେମ୍ବର ୫ ପରେ ଏକ ଦିନ ଧାର୍ଯ୍ୟ ହୋଇ ଏହି ଯାତ୍ରା ପୁନର୍ବାର ଆରମ୍ଭ କରାଯିବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.