ଖୋର୍ଦ୍ଧା: ଲକଡାଉନ ସମୟରେ ଚୋରା ଦେଶୀ ମଦ ବେପାରୀଙ୍କ ପ୍ରାଦୁର୍ଭାବ ବେଗୁନିଆ ଅଞ୍ଚଳରେ ବୃଦ୍ଧି ପାଇବାରେ ଲାଗିଛି । ଶିନିବାର କଣ୍ଟାବାଡ କାଜୁ ଜଙ୍ଗଲରେ ଚଢ଼ାଉ କରି ବିପୁଳ ପରିମାଣର ପୋଚ ଜବତ କରି ନଷ୍ଟ କରିବା ସହ ମଦରନ୍ଧା ସାମଗ୍ରୀ ଜବତ କରିଛନ୍ତି ବେଗୁନିଆ ପୋଲିସ ।
ସୂଚନା ଥାଉକି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ କଣ୍ଟାବାଡ ଅଞ୍ଚଳରେ ବହୁ ଦିନ ହେବ ଦେଶୀ ମଦ ରନ୍ଧା ହୋଇ ବିକ୍ରି ହେଉଥିବା ଖବର ପୋଲିସ ପାଇଥିଲା । କିନ୍ତୁ ଶନିବାର ବିଶେଷ ସୂତ୍ରରୁ ମଦରନ୍ଧା ଖବର ପାଇଁ ବେଗୁନିଆ ପୋଲିସ କଣ୍ଟାବାଡ କାଜୁ ଜଙ୍ଗଲରେ ଚଢାଉ କରିଥିଲା । ଚଢାଉ ସମୟରେ ମଦ ରାନ୍ଧୁଥିବା ବେଳେ ଦୀପା ସାହୁ ନାମକ ଜଣେ ମହିଳାଙ୍କୁ ଗିରଫ କରିଛି ବେଗୁନିଆ ପୋଲିସ । ଗିରଫ ମହିଳାଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।
ଚଢାଉ ବେଳେ ମଦ ପାଇଁ ବ୍ୟବହୃତ ସାମଗ୍ରୀ ସହ ୧ ହଜାର ଲିଟରରୁ ଊର୍ଦ୍ଧ୍ବ ପୋଚ ନଷ୍ଟ କରାଯାଇଛି । ନଷ୍ଟ କରାଯାଇଥିବା ପୋଚ ସହ ଜବତ ମଦ ତିଆରି ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ବେଗୁନିଆ ପକ୍ଷରୁ ସୂଚନା ମିଳିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ