ଭୁବନେଶ୍ୱର: ରାଜଧାନୀରେ ଜୀବନ ହାରିବାକୁ ଉଦ୍ୟମ କଲେ ବାର ଗାର୍ଲ । ବେକରେ ଓଢଣୀ ଲଗାଇ ଉଦ୍ୟମ ବେଳେ ଉଦ୍ଧାର । ରହୁଥିବା ହଷ୍ଟେଲରୁ ଉଦ୍ଧାର କରିଛନ୍ତି ଘର ମାଲିକ । ଗୁରୁତର ଅବସ୍ଥାରେ ରବି ଟକିଜର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଅନ୍ୟ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ମିଳିଥିବା ସୁଚନା ମୁତାବକ, ବାର ଗାର୍ଲଙ୍କ ନା ଦୀପିକା । ସେ ଭୁବନେଶ୍ବରର କଟକ ରୋଡରେ ଥିବା ଏକ ବାରରେ ବାର ଗାର୍ଲ୍ ଭାବେ ଜଣେ ଦଲାଲ ପାଖେ କାମ କରୁଛନ୍ତି । ସେ ଗ୍ୟାରେଜ ଛକରେ ଥିବା ରିସୋର୍ଟ ପାଖରେ ରହୁଛନ୍ତି । ବାର ଗାର୍ଲ୍ ଜଣକ କଟକ ରୋଡରେ ଥିବା ଏକ ବାରରେ ଡ୍ୟାନ୍ସ ମଧ୍ୟ କରନ୍ତି । ଦୀପିକାଙ୍କୁ ଦେଖି ଅନେକ ଗ୍ରାହକ ତାଙ୍କ ପ୍ରେମରେ ପଡୁଥିବା ବେଳେ ଏହାରି ଭିତରେ ଦୀପିକାଙ୍କ ପ୍ରେମରେ ମଧ୍ୟ ପଡ଼ିଯାଇଥିଲେ ଜଣେ ଗ୍ରାହକ ।
ଅନେକ ସମୟରେ ସେହି ଗ୍ରାହକ ଜଣଙ୍କ ଦୀପିକାଙ୍କ ସହ ବାରରେ ଦେଖା ହେଉଥିଲେ । ଯେହେତୁ ଦୀପିକା ଜଣେ ଦଲାଲ ପାଖରେ କାମ କରୁଥିଲେ ତେଣୁ ଉଭୟ ଏତେଟା ମିଳାମିଶା ହେଉନଥିଲା । ପରେ ମୋବାଇଲ ଭିଡିଓ କଲ ଓ ସୋସିଆଲ ମିଡିଆରେ ଉକ୍ତ ଗ୍ରାହକ ଓ ଦୀପିକୀଙ୍କ ସମ୍ପର୍କ ବଢିଥିଲା । ସେପଟେ ଦୀପିକାଙ୍କୁ ଦେଖା କରିବାକୁ ଗ୍ରାହକ ଜଣକ ପ୍ରତିଦିନ ବାରରେ ପହଞ୍ଚି ଯାଉଥିଲେ ଯେଉଁଠି ଦୁହିଁଙ୍କର ଦେଖା ହେଉଥିଲା । ବାର ଗାର୍ଲ୍ ଜଣଙ୍କ ମଧ୍ୟ ଧିରେ ଧିରେ ଗ୍ରାହକଙ୍କ ପ୍ରେମରେ ପଡ଼ିଯାଇଥିଲେ । ପରେ ବାରଗାର୍ଲ ଜଣଙ୍କ ବାରେ ନାଚିବା ଛାଡ଼ିବା ପାଇଁ ଚାହୁଁଥିଲେ । ଏନେଇ ଦଲାଲ ଜଣକ ବାର ଗାର୍ଲର ପ୍ରେମ ବ୍ୟାପାର ବିଷୟରେ ଜାଣିବା ପରେ ବାର ଗାର୍ଲ୍ ପ୍ରେମରେ ପଡ଼ିଥିବା ଗ୍ରାହକ ଓ ବାର ଦଲାଲ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ.....ଶୁଭଲକ୍ଷ୍ମୀ ମୃତ୍ୟୁ ପଛରେ ବାର୍ ଗାର୍ଲ ସିଣ୍ଡିକେଟ୍ ! ଲୁଚି ଯାଉଛି ଅସଲ ସତ, ବାଟବଣା ପୋଲିସ
ସେପଟେ ଦଲାଲ ଜଣଙ୍କ ନିଜ ରୋଜଗାର ହରାଇବା ଭୟରେ ବାର ଗାର୍ଲଙ୍କୁ କାମରୁ ଛାଡ଼ିବାକୁ ଚାହୁଁ ନଥିବା ବେଳେ ଦୀପିକା ଗ୍ରାହକଙ୍କ ପ୍ରେମରେ ପଡି କାମ ଛାଡ଼ିବାକୁ ଚାହୁଁଥିଲେ । ଏହା ମଧ୍ୟରେ ଦୀପିକାଙ୍କ ପ୍ରେମିକ ଓ ବାର ଦଲାଲ ମଧ୍ୟରେ ଝଗଡାକୁ ନେଇ ମାନସିକ ଦୁଶ୍ଚିନ୍ତା ଭିତରକୁ ଚାଲିଯାଇଥିଲେ ଦୀପିକା । କିଛି ଭୁଲ୍ ବୁଝାମଣା ଓ ମାନସିକ ଚାପ ସହି ନପାରି ଏପରି ନିଜ ଜୀବନ ହାରିବାକୁ ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି । ରାତି ଅଧରେ ପିଜିରେ ରହୁଥିବା ବେଳେ ଜୀବନ ହାରିବାକୁ ଉଦ୍ୟମ କରୁଥିବା ବେଳେ ହଷ୍ଟେଲ ମାଲିକ ତାଙ୍କୁ ଉଦ୍ଧାର କରିଥିଲେ ।
ସେହିପରି ଗତ ମେ 8 ତାରିଖରେ ହୋଟେଲ ଦୀପାଲି ଇଣ୍ଟରନାସନାଲରୁ ଜଣେ ବାର ଗାର୍ଲ୍ ଶୁଭଲକ୍ଷ୍ମୀଙ୍କ ମୃତଦେହ ଠାବ ହୋଇଥିଲା । ପରେ ପୋଲିସ ସେ ଆତ୍ମହତ୍ୟା କରିଥିବା ସୁଚନା ଦେଇଥିଲା । ସେତେବେଳେ ସେହି ଘଟଣା ଅନେକ ବାର ଗାର୍ଲଙ୍କ ସମସ୍ୟା ସାମ୍ନାକୁ ଆଣିଥିଲା । ଏବେ ଏପରି ଆତ୍ମହତ୍ୟା ଉଦ୍ୟମ ଘଟଣା ପୁଣି ବାରଗାର୍ଲଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛି ।
ଇଟିଭି ଭାରତ, ଭୁବନେଶ୍ୱର