ETV Bharat / state

ବିଜେଡି ଛାଡିଲେ ବଳଭଦ୍ର ମାଝୀ, ଜାତୀୟ ଦଳରେ ହୋଇପାରନ୍ତି ସାମିଲ

Balabhadra Majhi quit BJD: ଦଳରେ ଅବହେଳା କରାଯାଉଥିବା ଅଭିଯୋଗ କରି ବିଜେଡି ଛାଡିଛନ୍ତି ବଳଭଦ୍ର । ସେହିପରି ସେ ଖୁବଶୀଘ୍ର ଏକ ଜାତୀୟ ଦଳରେ ସାମିଲ ହେଉଥିବା ନେଇ ଚର୍ଚ୍ଚା ହେଉଛି ।

author img

By ETV Bharat Odisha Team

Published : Jan 8, 2024, 3:37 PM IST

Updated : Jan 8, 2024, 5:28 PM IST

ବିଜେଡି ଛାଡିଲେ ବଳଭଦ୍ର
ବିଜେଡି ଛାଡିଲେ ବଳଭଦ୍ର

ଭୁବନେଶ୍ବର: ଦଳ ଛାଡିଛନ୍ତି ବିଜେଡିର ପ୍ରତିଷ୍ଠାତା ସଦସ୍ୟ ବଳଭଦ୍ର ମାଝୀ । ଦଳ ଛାଡିବା ନେଇ ବଳଭଦ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । କଳାହାଣ୍ଡି ଲାଞ୍ଜିଗଡ଼ର ଏହି ପୂର୍ବତନ ବିଧାୟକ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ବିଜେଡି ଆରମ୍ଭରୁ ଦଳ ସହ ଥିବା ବେଳେ ଦଳରେ ଅବହେଳା କରାଯାଉଥିବା ଅଭିଯୋଗ କରି ଦଳ ଛାଡିଛନ୍ତି ବଳଭଦ୍ର । ସେହିପରି ସେ ଖୁବଶୀଘ୍ର ଏକ ଜାତୀୟ ଦଳରେ ସାମିଲ ହେଉଥିବା ନେଇ ଚର୍ଚ୍ଚା ହେଉଛି ।

ଆଗକୁ ରହିଛି ସାଧାରଣ ନିର୍ବାଚନ । ନିର୍ବାଚନ ପୂର୍ବରୁ ବିଜେଡିକୁ ଲାଗିଛି ବଡ଼ ଝଟକା । ବିଜେଡି ଦଳ ଛାଡିଛନ୍ତି ଦଳର ଜଣେ ପ୍ରତିଷ୍ଠାତା ସଦସ୍ୟ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି କଳାହାଣ୍ଡି ଲାଞ୍ଜିଗଡ଼ର ପୂର୍ବତନ ବିଧାୟକ ବଳଭଦ୍ର ମାଝୀ । ଦଳରେ ଅବହେଳା ଅଭିଯୋଗ କରି ଦଳ ସଭାପତିଙ୍କୁ ଇସ୍ତଫାପତ୍ର ପଠାଇଛନ୍ତି ବଳଭଦ୍ର । କଳାହାଣ୍ଡି ନର୍ଲା ଓ ଲାଞ୍ଜିଗଡ଼ରୁ 5 ଥର ବିଧାୟକ ହୋଇଛନ୍ତି ବଳଭଦ୍ର । ଜନତା ଦଳରୁ 2 ଥର ଓ ବିଜେଡି ଟିକେଟରେ 3 ଥର ବିଧାୟକ ହୋଇଛନ୍ତି । ବିଜୁ ପଟ୍ଟନାୟକଙ୍କ ନେତୃତ୍ବରେ 1990 ଓ 1995 ରେ ଜନତା ଦଳ ଟିକେଟରେ ନର୍ଲା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ବଳଭଦ୍ର । ସେହିପରି ବିଜୁ ଜନତା ଦଳ ଟିକେଟରେ 2000 ଓ 2004ରେ ବିଧାୟକ ହୋଇଥିଲେ ବଳଭଦ୍ର ।

ଏହା ମଧ୍ୟ ପଢ଼ନ୍ତୁ......ନାଟକୀୟ ଭାବେ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଦଳରୁ ବହିଷ୍କୃତ

2014ରେ ଲାଞ୍ଜିଗଡ଼ରୁ ବିଜେଡି ଟିକେଟରେ ବଳଭଦ୍ର ବିଜୟ ହୋଇଥିଲେ । କେବଳ ସେତିକି ନୁହେଁ, ନବୀନଙ୍କ ମନ୍ତ୍ରୀମଣ୍ଡଳରେ 2 ଥର ମନ୍ତ୍ରୀ ମଧ୍ୟ ହୋଇଛନ୍ତି ବଳଭଦ୍ର । 2002 ରୁ 2004 ଏବଂ 2004 ରୁ 2006 ମଧ୍ୟରେ ସେ ନବୀନ ସରକାରରେ ଜାତି ଏବଂ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ ବିଭାଗର ମନ୍ତ୍ରୀ ହୋଇଥିଲେ । ତେବେ 2019 ନିର୍ବାଚନରେ ଦଳ ବଳଭଦ୍ରଙ୍କ ବଦଳରେ ପ୍ରଦୀପ ଦିସାରୀଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା । ସେ ବିଜୟ ହେବା ପରେ ଦଳରେ ବଳଭଦ୍ରଙ୍କ ସକ୍ରିୟାତା ଧୀରେ ଧୀରେ କମିଥିଲା । 2024ରେ ଟିକେଟ ନମିଳିବା ଆଶଙ୍କା, ଦଳରେ ବଳଭଦ୍ର କଣଠେସା ହେଉଥିବା ଓ ଜିଲ୍ଲା ନେତୃତ୍ୱ ସହ ସମନ୍ୱୟ ନଥିବା ଚର୍ଚ୍ଚା ହେଉଥିଲା । ସେହିପରି ସେ ଏକ ଜାତୀୟ ଦଳରେ ଖୁବଶୀଘ୍ର ସାମିଲ ହେଉଥିବା ନେଇ ଚର୍ଚ୍ଚା ହେଉଥିଲା । ତେଣୁ ସେ ବିଜେଡି ଛାଡିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 8, 2024, 5:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.