ETV Bharat / state

ଆକାଉଣ୍ଟାଣ୍ଟ ଜେନେରାଲ କାର୍ଯ୍ୟାଳୟ ପକ୍ଷରୁ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ, ୧୩ଟି ଦଳ ସାମିଲ - ମହାଲେଖାକାର କାର୍ଯ୍ୟାଳୟର ବ୍ୟାଡ୍‌ମିଟନ ଟୁର୍ଣ୍ଣାମେଣ୍ଟ

ରାଜ୍ୟ ଆକାଉଣ୍ଟାଣ୍ଟ ଜେନେରାଲଙ୍କ କାର୍ଯ୍ୟାଳୟ ପକ୍ଷରୁ ଇଷ୍ଟ ଜୋନ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ । ସାମିଲ ହେଲେ ଭାରତର ପୂର୍ବ ଓ ଉତ୍ତର ପୂର୍ବ ରାଜ୍ୟର ୧୩ଟି ଦଳ । ଅଧିକ ପଢ଼ନ୍ତୁ

ଆକାଉଣ୍ଟାଣ୍ଟ ଜେନେରାଲ କାର୍ଯ୍ୟାଳୟ ପକ୍ଷରୁ ବ୍ୟାଡ୍‌ମିଟନ ଟୁର୍ଣ୍ଣାମେଣ୍ଟ, ୧୩ଟି ଦଳ ସାମିଲ

author img

By

Published : Nov 29, 2022, 9:18 PM IST

ଭୁବନେଶ୍ବର: ଇଷ୍ଟ ଜୋନ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ । ରାଜ୍ୟ ଆକାଉଣ୍ଟାଣ୍ଟ ଜେନେରାଲଙ୍କ କାର୍ଯ୍ୟାଳୟ ପକ୍ଷରୁ ଇଷ୍ଟ ଜୋନ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ୩ ଦିନ ଧରି ଏହି ଟୁର୍ଣ୍ଣାମେଣ୍ଟ ଚାଲିବ । କ୍ରୀଡାର ମହତ୍ଵକୁ ବୁଝିବା ଓ ଭାରତରେ କ୍ରୀଡା ବିକାଶର ଲକ୍ଷ୍ୟ ନେଇ ଏହି ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟର ଆୟୋଜନ ହୋଇଥିବା କହିଛନ୍ତି ଓଡିଶା ମୁଖ୍ୟ ଆକାଉଣ୍ଟାଣ୍ଟ ଜେନେରାଲ ବିଶ୍ବନାଥ ସିଂହ ଜାଡୋନ ।

ଆକାଉଣ୍ଟାଣ୍ଟ ଜେନେରାଲ କାର୍ଯ୍ୟାଳୟ ପକ୍ଷରୁ ବ୍ୟାଡ୍‌ମିଟନ ଟୁର୍ଣ୍ଣାମେଣ୍ଟ, ୧୩ଟି ଦଳ ସାମିଲ

ଏହି ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଇଷ୍ଟ କୋଷ୍ଟ ରେଲୱେର ଅଡିଟ୍‌ ମହାନିର୍ଦ୍ଦେଶକ ବିଭୁଦତ୍ତ ବସନ୍ତିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ପୂର୍ବ ଓ ଉତ୍ତର ପୂର୍ବ ରାଜ୍ୟର ୧୩ଟି ଦଳ ତଥା ମିଜୋରାମ, ଆସାମ, ମେଘାଳୟ, ବେଙ୍ଗଲ ଓ ପାଟନା ସମେତ ଭୁବନେଶ୍ବର କାର୍ଯ୍ୟାଳୟର କର୍ମକର୍ତ୍ତା ବା ପ୍ରତିଯୋଗୀ ସାମିଲ ହୋଇଛନ୍ତି । ପ୍ରତିଯୋଗୀମାନେ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ କ୍ରୀଡାର ପ୍ରତିଭାକୁ ପ୍ରଦର୍ଶିତ କରିବେ ଓ ଏଥିରୁ ଯେଉଁ ଦୁଇ ଦଳ ଜିତିବେ ସେମାନେ ଜାତୀୟସ୍ତରର ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ।

ସବୁଠାରୁ ବଡ଼ କଥା ହେଉଛି ଆକାଉଣ୍ଟାଣ୍ଟ ଜେନେରାଲ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ବିଶେଷ ଭାବେ ଏଠାରେ କାର୍ଯ୍ୟରତ ନୂତନ ପିଢିଙ୍କୁ ଏହି ପ୍ରତିଯୋଗିତା ମାଧ୍ୟମରେ କ୍ରୀଡାର ଗୁରୁତ୍ବ ବୁଝାଇବା ସହ କର୍ତ୍ତବ୍ୟ ଓ ଖେଳର ପ୍ରତିଭା ଭିତରେ ସନ୍ତୁଳନ ରକ୍ଷା କରି ଜୀବନକୁ ଏକ ସୁସ୍ଥ ବାତାବରଣରେ ନେବାର ପ୍ରୟାସ କରାଯାଇଛି । ଅନ୍ୟପଟେ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ଆକାଉଣ୍ଟାଣ୍ଟ ଜେନେରାଲ କାର୍ଯ୍ୟାଳୟର ଖେଳାଳୀ ନିଜ ଭିତରେ ପ୍ରତିଯୋଗିତା କରି ବେଶ ଖୁସି ହୋଇଛନ୍ତି । ଆଉ କ୍ରୀଡା ମାଧ୍ୟମରେ ବନ୍ଧୁତ୍ବ ସ୍ଥାପନ କରି ନିଜ ନିଜ ଭିତରେ ଖୁସି ବାଣ୍ଟିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.