ETV Bharat / state

ମକର ସଂକ୍ରାନ୍ତିରେ ନିଆରା ପରମ୍ପରା: ଛୁଆ ପାଇଁ ଗୁଆ ଖୋଜିଲେ ମହିଳା - ବାବା ହାଟ୍ଟକେଶ୍ବରଙ୍କ ମକର ମେଳା

ପବିତ୍ର ମକର ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଛି ଖୋର୍ଦ୍ଧା ଅଟ୍ରି ସ୍ଥିତ ବାବା ହଟ୍ଟକେଶ୍ବରଙ୍କ ମକର ମେଳା। ମକର ସଂକ୍ରାନ୍ତିରେ ମାନସିକଧାରୀ ନିଃସନ୍ତାନ ମହିଳାମାନେ ଉଷ୍ମ ପ୍ରସ୍ରବଣରେ ଥିବା ମାନସିକ କୁଣ୍ଡରୁ ଗୁଆ ଖୋଜିଥାନ୍ତି । ଅଧିକ ପଢନ୍ତୁ...

କୋଭିଡ କଟକଣାରେ ଛୁଆ ପାଇଁ ଗୁଆ ଖୋଜିଲେ ଅପୁତ୍ରିକ ନାରୀ

author img

By

Published : Jan 14, 2021, 9:36 AM IST

ଖୋର୍ଦ୍ଧା: ପବିତ୍ର ମକର ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଛି ଖୋର୍ଦ୍ଧା ଅଟ୍ରି ସ୍ଥିତ ବାବା ହଟ୍ଟକେଶ୍ବରଙ୍କ ମକର ମେଳା। ବାବା ହଟ୍ଟକେଶ୍ବର ହେଉଛନ୍ତି ଏକାଦଶ ରୁଦ୍ର ଅଧିକାରୀ । ସେଥିପାଇଁ ଏହି ପୀଠରେ ଗୋଟିଏ ସ୍ଥାନରେ ଏଗାରଟି ଲିଙ୍ଗ ପୂଜା ପାଉଛନ୍ତି। ସେହିପରି ମକର ସଂକ୍ରାନ୍ତିରେ ମାନସିକଧାରୀ ନିଃସନ୍ତାନ ମହିଳାମାନେ ଉଷ୍ମ ପ୍ରସ୍ରବଣରେ ଥିବା ମାନସିକ କୁଣ୍ଡରୁ ଗୁଆ ଖୋଜିଥାନ୍ତି ।

କୋଭିଡ କଟକଣାରେ ଛୁଆ ପାଇଁ ଗୁଆ ଖୋଜିଲେ ଅପୁତ୍ରିକ ନାରୀ
କୋଭିଡ କଟକଣାରେ ଛୁଆ ପାଇଁ ଗୁଆ ଖୋଜିଲେ ଅପୁତ୍ରିକ ନାରୀ

ଗତକାଲି(ବୁଧବାର) ରାତିରେ ହାଟ୍ଟକେଶ୍ବରଙ୍କର ସମସ୍ତ ନିତିକାନ୍ତି ସରିବା ପରେ ଆଜି ରାତି ଚାରିଟାରୁ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ ଓ ମାନସିକ କୁଣ୍ଡରୁ ଗୁଆଖୋଜା ନୀତି । ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ସୃଙ୍ଖଳିତ ଭାବରେ ଧାଡିରେ କୋଭିଡ ନିୟମ ମାନି ଦର୍ଶନ କରିଥିଲେ । ଚଳିତ ବର୍ଷ କୋରୋନା କଟକଣା ଭିତରେ ମକର ମେଳା ଅନୁଷ୍ଠିତ ହେଉଛି । ସେହିପରି ପ୍ରତିକାତ୍ମକ ଭାବରେ ମାତ୍ର ଗୋଟିଏ ଦିନ ମହୋତ୍ସବ ଓ ମେଳା ଅନୁଷ୍ଠିତ ହେବ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.