ETV Bharat / state

State Export Award: ଓଡିଶାର ୪୨ ସଂସ୍ଥାକୁ ରାଜ୍ୟ ରପ୍ତାନୀ ପୁରସ୍କାର - ରାଜ୍ୟ ରପ୍ତାନୀ ପୁରସ୍କାର

ଗତ ୨୦୨୦-୨୧ ମସିହା ପାଇଁ ସର୍ବଶ୍ରେଷ୍ଠ ରପ୍ତାନୀ ପୁରସ୍କାର ଝାରସୁଗୁଡାର ବେଦାନ୍ତକୁ ମିଳିଛି । ଦ୍ବିତୀୟରେ ସୁନ୍ଦରଗଡର କୁଲାଙ୍ଗ ସ୍ଥିତ ଆରବି ଅଗ୍ରୱାଲ ଏଣ୍ଡ କମ୍ପାନୀକୁ ମିଳିଛି । ଅଧିକ ପଢନ୍ତୁ

ଓଡିଶାର ୪୨ ସଂସ୍ଥାକୁ ରାଜ୍ୟ ରପ୍ତାନୀ ପୁରସ୍କାର ପ୍ରଦାନ

author img

By ETV Bharat Odisha Team

Published : Nov 8, 2023, 5:56 PM IST

ଓଡିଶାର ୪୨ ସଂସ୍ଥାକୁ ରାଜ୍ୟ ରପ୍ତାନୀ ପୁରସ୍କାର ପ୍ରଦାନ

ଭୁବନେଶ୍ବର: ରାଜ୍ୟ ରପ୍ତାନୀ ଓ ବାଣିଜ୍ୟ ନିର୍ଦ୍ଦେଶାଳୟ ଦ୍ବାରା ୨୦୨୦-୨୧ ଏବଂ ୨୦୨୧-୨୨ ପାଇଁ ପୁରସ୍କାର ପ୍ରଦାନ କରାଯାଇଛି । ମୁଖ୍ୟ ଅତିଥି ଭାବେ ବିଭାଗୀୟ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଯୋଗଦେଇ ରପ୍ତାନୀକାରୀଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । କାର୍ଯ୍ୟକ୍ରମରେ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର, ନିର୍ଦ୍ଦେଶକ ରପ୍ତାନୀ ଓ ବାଣିଜ୍ୟ ଦିଲ୍ଲୀପ କୁମାର ସାହୁ ଏବଂ ସ୍ବତନ୍ତ୍ର ଶାସନ ସଚିବ ବିଭୂତି ଭୂଷଣ ନାୟକ ଉପସ୍ଥିତ ଥିଲେ ।

ଗତ ୨୦୨୦-୨୧ ମସିହା ପାଇଁ ସର୍ବଶ୍ରେଷ୍ଠ ରପ୍ତାନୀ ପୁରସ୍କାର ଝାରସୁଗୁଡାର ବେଦାନ୍ତକୁ ମିଳିଛି । ଦ୍ବିତୀୟରେ ସୁନ୍ଦରଗଡର କୁଲାଙ୍ଗ ସ୍ଥିତ ଆରବି ଅଗ୍ରୱାଲ ଏଣ୍ଡ କମ୍ପାନୀକୁ ମିଳିଛି । ଟ୍ରଫି ସହ ମେରିଟ ସାର୍ଟିଫିକେଟ ବର୍ଗରେ ଭୁବନେଶ୍ବର ଗୁପ୍ତା ପାୱାର ଇନଫାଷ୍ଟକଚର ଲିଃ., ବାଲେଶ୍ବରର ଇମାମି ପେପର ମିଲ୍ସ, ବଲାଙ୍ଗୀରର ବି.ଏଲ. ଗୋୟାଲ, ଭୁବନେଶ୍ବରର ବି. ୱାନ ବିଜିନେସ ହାଉସ, ଇଣ୍ଡିଆନ ମେଟାଲ ଏଣ୍ଡ ଫେରୋ ଆଲଏଜ ଲିଃ. ଓ ଭୁବନେଶ୍ବରର ଇନଫୋସିସ ଲିଃ ପୁରସ୍କାର ପାଇଛନ୍ତି । ସେହିପରି ସାର୍ଟିଫିକେଟ ଅଫ ଏକ୍ସଲେନ୍ସି ବର୍ଗରେ ସୁନ୍ଦରଗଡର ଆଇଏଫଜିଏଲ ରିଫ୍ରାକେଫାରିଜ, ପାରାଦ୍ବୀପ ଭାରତୀୟ ତୈଳ ନିଗମ, ଭୁବନେଶ୍ବରର ଜେ.ପି. ହ୍ୟାଣ୍ଡଲୁମ, ଯାଜପୁରର ମାଗ୍ମା ଫୁଡସ ପ୍ରା. ଲିମିଟେଡ, ଭୁବନେଶ୍ବର ନାଲ୍‌କୋ, ସମ୍ବଲପୁରର ହିଣ୍ଡାଲ୍କୋ, ଟାଟା କନ୍ସଲ୍ଟାନ୍ସି ସର୍ଭିସେସ(TCS) , ଭୁବନେଶ୍ବର ଆବ୍‌ସିସ୍‌ ସୂଚନା ପ୍ରଯୁକ୍ତି ବୈଷୟିକ ସମ୍ବର୍ଦ୍ଧିତ ହୋଇଛନ୍ତି ।

ଅଧିକ ପଢନ୍ତୁ- STATE EXPORT AWARD: ଘୁଞ୍ଚିଲା ରାଜ୍ୟ ରପ୍ତାନୀ ପୁରସ୍କାର ଚୟନ ପ୍ରକ୍ରିୟା

ସ୍ପେଶାଲ ସାର୍ଟିଫିକେଟ ବର୍ଗରେ ବାଲେଶ୍ବରର ଅର୍ଚ୍ଚିଡ ମେରାଇନ ଏକ୍ସପୋଟର୍ସ ଏବଂ ପାରାଦ୍ବୀପର ଆଇ.ଏମ.ବି ମେରାଇନ ଏକ୍ସପୋର୍ଟ ପୁରସ୍କୃତ ହୋଇଛନ୍ତି । ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ବର୍ଗରେ ବ୍ରହ୍ମପୁରର ଡି.କେ.ଏସ.ଆର ସ୍ପେଶାଲିଷ୍ଟ କେମିକାଲକୁ ପୁରସ୍କାର ପ୍ରଦାନ କରାଯାଇଛି । ୨୦୨୧-୨୨ ମସିହା ପାଇଁ ଶ୍ରେଷ୍ଠ ରପ୍ତାନୀ ପୁରସ୍କାର ଝାରସୁଗୁଡା ବେଦାନ୍ତ ଓ ଭୁବନେଶ୍ବରର ଆବସିସ ସୂଚନା ପ୍ରଯୁକ୍ତିକୁ ମିଳିଛି । ଟ୍ରଫି ଉଇଥ ସାର୍ଟିଫିକେଟ ଅଫ ମେରିଟ ବର୍ଗରେ ପାରାଦ୍ବୀପର ଭାରତୀୟ ତୈଳ ନିଗମ, ଭୁବନେଶ୍ୱରର ଗ୍ୟାଲାସ୍କି ମେଡିକେୟାର, ଭୁବନେଶ୍ବରର ଜେ.ପି. ହ୍ୟାଣ୍ଡଲୁମ, ଯାଜପୁରର ମାଗ୍ମା ଫୁଡସ, ଶ୍ରୀରାମ ଏକ୍ସପୋର୍ଟ, ଭୁବନେଶ୍ବର, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିଃ, ସମ୍ବଲପୁର, ଟାଟା କନ୍ସଲ୍ଟାନ୍ସି ସର୍ଭିସେସ ଭୁବନେଶ୍ବରକୁ ମିଳିଛି ।

ସାର୍ଟିଫିକେଟ ଅଫ ଏକ୍ସିଲେନ୍ସି ବର୍ଗରେ ଟେରାକ୍ଲକ ମେସିନାରୀ ଭୁବନେଶ୍ବର, ଇମାମି ପେପର ମିଲ୍ସ ଲିମିଟେଡ ବାଲେଶ୍ବର, ଟି.ଆର.ଏଲ କ୍ରୋସାକି ରିଫ୍ରାକେଫାରିଜ ଝାରସୁଗୁଡ଼ା, ସୁଦର୍ଶନ କ୍ରାଫଫସ ମୁ୍ୟଜିୟମ ପୁରୀ, ସାହୀ ଏକ୍ସପୋର୍ଟସ ପ୍ରା.ଲିଃ ପୁରୀ, ବି.ୱାନ ବିଜିନେସ ହାଉସ ଭୁବନେଶ୍ବର, ଫ୍ଲାମିଂଗୋ ଶ୍ରୀମ୍ପ୍ଲେକ୍ସ ଭୁବନେଶ୍ବର, ଫାଲ୍କନ ମେରାଇନ ଏକ୍ସପୋର୍ଟ ଲିଃ ଭୁବନେଶ୍ବର, ଅରଚିଡ ମେରାଇନ ଏକ୍ସପୋର୍ଟ ବାଲେଶ୍ବର, ଆଇଆରଇଏଲ ଇଣ୍ଡିଆ ଲିଃ ଗଞ୍ଜାମ, ଇଣ୍ଡିଆନ ମେଟାଲ ଏଣ୍ଡ ଫେରୋ ଆଲଏଜ ଲିଃ ଭୁବନେଶ୍ବର, ନାଲ୍କୋ ଭୁବନେଶ୍ବର, ଏଲ.ଟି.ଆଇ ମାଇଣ୍ଡ ଟ୍ରି ଭୁବନେଶ୍ବର ପୁରସ୍କୃତ ହୋଇଛନ୍ତି । ସ୍ପେଶାଲ ସାର୍ଟିଫିକେଟ ବର୍ଗରେ ଉତ୍କଳ ସ୍ପେସିଆଲିଟି ଇଣ୍ଡଷ୍ଟିରଜ ଲିଃ ଖୋର୍ଦ୍ଧା ଓ ମାଷ୍ଟରଚେଫ ଏକ୍ସପୋର୍ଟସ ବାଲେଶ୍ବର ପୁରସ୍କୃତ ହୋଇଛନ୍ତି । ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ବର୍ଗରେ ଡି.କେ.ଏସ.ଆର ସ୍ପେସିଆଲିଟି କେମିକାଲ୍ସ ବ୍ରହ୍ମପୁର, ଗଞ୍ଜାମ ପୁରସ୍କାର ଲାଭ କରିଛନ୍ତି ।

ବିଭିନ୍ନ ବର୍ଗରେ ରପ୍ତାନୀକାରୀ କେମିକାଲସ, ପ୍ଲାଷ୍ଟିକ, ଫାର୍ମାସିୟଟିକାଲସ, ହସ୍ତତନ୍ତ ଓ ବୟନ ଶିଳ୍ପ, ଆଗ୍ରୋ ଉତ୍ପାଦ, ସାମୁଦ୍ରିକ ଉତ୍ପାଦ, ଇଲେକ୍ଟ୍ରୋନିକ୍ସ ଏଣ୍ଡ ସଫଫେୱୟାର, ମିନେରାଲସ ମେଟାଲର୍ଜିକାଲସ, ସୂଚନା ଓ ପ୍ରଯୁକ୍ତି ଉତ୍ପାଦ ସଂପର୍କିତ ଇଂଜିନିୟରିଂ ଏଣ୍ଡ ଆଲଏଡ, କୃଷିଜାତ ଦ୍ରବ୍ୟ, ମସଲା, କାଜୁ, କ୍ଷୀର, ପୋଲଟ୍ରି ଆଦି ଉତ୍ପାଦ ରପ୍ତାନୀ କରିଛନ୍ତି । ୨୦୧୮-୧୯ ମସିହାରେ ମେଟାଲର୍ଜିକାଲ ବର୍ଗରେ ୨୬୦୮୨.୯୭ କୋଟିର ରପ୍ତାନୀ ହୋଇଥିଲା । ଏହା ସହ ଇଂଜିନିୟରିଂ ଏଣ୍ଡ କେମିକାଲ, ମିନେରାଲ, କୃଷି ଓ ଜଙ୍ଗଲଜାତ, ସାମୁଦ୍ରିକ, ହସ୍ତତନ୍ତ, ହସ୍ତଶିଳ୍ପ, ବୟନଶିଳ୍ପ, ଫାର୍ମାସୁୟଟିକାଲ ସଫଫେୱୟାର କ୍ଷେତ୍ରରେ ୨୦୧୮-୧୯ ଆର୍ଥିକ ବର୍ଷରେ ସମୁଦାୟ ୪୮୧୧୭.୬୦ କୋଟିର ରପ୍ତାନୀ ହୋଇଥିଲା । ୨୦୨୨-୨୩ ଆର୍ଥିକ ବର୍ଷରେ ୯୫୭୭୩.୯୫ କୋଟିର ସାମଗ୍ରୀ ରପ୍ତାନୀ ହୋଇଛି । ଏକ୍ସପୋର୍ଟ ଇନ୍ସେଟିଭ ରିମ୍ବର୍ସମେଣ୍ଟ ପୋର୍ଟାଲ ଏବଂ ସି.ଏମ.ସ୍କିମ ଫର ରିଅମ୍ବର୍ସମେଣ୍ଟ ଅଫ ଇନଟେରେଷ୍ଟ ଟୁ ଏମଏସଏମଇର ଉପଯୋଗରେ ଆସନ୍ତା ବର୍ଷମାନଙ୍କରେ ବିଭିନ୍ନ ଉତ୍ପାଦ ଗୁଡ଼ିକର ରପ୍ତାନୀ ରାଶି ଆହୁରି ବୃଦ୍ଧି ହେବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.