ETV Bharat / state

5G ଅପଗ୍ରେଡ୍ ଆଳରେ ଆସୁଛି କି ଫେକ୍ କଲ ? ସତର୍କ କରାଇଲା ସୂଚନା ଓ ଲୋକସମ୍ପର୍କ ବିଭାଗ

ରାଜ୍ୟରେ 5G ଆରମ୍ଭ ନହେଉଣୁ ଜାଲ ବିଛେଇବା ଆରମ୍ଭ କରିଲେଣି ସାଇବର ଠକ । ଆପଣଙ୍କୁ ଆସିପାରେ ଫେକ କଲ ବା ମେସେଜ । ଏନେଇ ସତର୍କ କରାଇଲା ସୂଚନା ଓ ଲୋକସମ୍ପର୍କ ବିଭାଗ । ଅଧିକ ପଢନ୍ତୁ Some fraudsters are cheating innocent people taking advantage

author img

By

Published : Oct 21, 2022, 10:09 PM IST

5G ଆଳରେ ଆସୁଛି କି ଫେକ କଲ
5G ଆଳରେ ଆସୁଛି କି ଫେକ କଲ

ଭୁବନେଶ୍ବର: ରାଜ୍ୟରେ ସକ୍ରିୟ ସାଇବର ଠକ (Cyber Crime in Odisha)। ଓଡିଶାରେ ଦିନକୁ ଦିନ ବଢିବାରେ ଲାଗିଛି ସାଇବର ଠକଙ୍କ ଦୌରାତ୍ମ୍ୟ । ଠକିବା ପାଇଁ ଆପଣାଉଛନ୍ତି ନୂଆ ନୂଆ ତରିକା ଓ ଭିନ୍ନ ଭିନ୍ନ ଚାଲ । ଟଙ୍କା ଠକିବାକୁ ସାଇବର ଠକ ବିଛାଉଛନ୍ତି ମାୟାଜାଲ । ତେବେ ଦେଶରେ ୫G ସେବା ଆରମ୍ଭ ହୋଇଥିବା ବେଳେ ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ବୋଲି କହିଛନ୍ତି କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ (Union IT Minister Aswini Vaishnaw) । ରାଜ୍ୟରେ 5G ଆରମ୍ଭ ନହେଉଣୁ ଜାଲ ବିଛେଇବା ଆରମ୍ଭ କରିଲେଣି ସାଇବର ଠକ । ଏହାକୁ ଆଳକରି ସାଇବର ଠକମାନେ ଲୁଟ କରିବା ପନ୍ଥା ଆପଣାଇଛନ୍ତି । ସାଇବର ଠକମାନେ ୫G ସେବାର ସୁଯୋଗ ନେଇ ନିରୀହ ଲୋକଙ୍କ ଠାରୁ ଟଙ୍କା ଲୁଟ କରୁଛନ୍ତି । ତେବେ ଏଥିରୁ ବର୍ତ୍ତିବା ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ (Information & Public Relations Dept) ପକ୍ଷରୁ ସଚେତନ କରାଯାଇଛି । କିଭଳି ଏବଂ କେଉଁ ଉପାୟରେ ସାଇବର ଠକ ଠକୁଛନ୍ତି ଓ ଏଥିରୁ ବର୍ତ୍ତିବା ପାଇଁ ଜାଣନ୍ତୁ ଉପାୟ...

  • Be careful...while moving from 4G to #5G network. Some fraudsters are cheating innocent people taking advantage of #5G sim switch. Pls avoid clicking links of unknown sources and block the numbers of suspicious calls. #OdishaCares pic.twitter.com/f2fhStoDQN

    — I & PR Department, Odisha (@IPR_Odisha) October 21, 2022 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ: State Cabinet Meeting: 6 ପ୍ରସ୍ତାବକୁ କ୍ୟାବିନେଟ ମୋହର

କେମିତି ଠକୁଛନ୍ତି ସାଇବର ଠକ

୧. ଅଡିଓ କଲ, ସାମାଜିକ ଗଣମାଧ୍ୟମ ବା ହ୍ବାଟ୍ସଆପରେ ମେସେଜ କିମ୍ବା ଲିଙ୍କ ପଠାଇ ଆପଣଙ୍କୁ ଠକି ପାରନ୍ତି ସାଇବର ଠକ

୨. ଯଦି ଆପଣ ସେହି କଲ କିମ୍ବା ଲିଙ୍କରେ କ୍ଲିକ କରନ୍ତି ତେବେ ସାଇବର ଠକ ଆପଣଙ୍କୁ ସିମକୁ 4Gରୁ ୫Gକୁ ପରିବର୍ତ୍ତନ କରିବା ପାଇଁ ଏକ ମେସେଜ ପଠାଇବେ

୩. କଥାବାର୍ତ୍ତା ସମୟରେ ସେମାନେ ଚତୁରତାର ସହ ଓଟିପି ଏବଂ ଅନ୍ୟ ବିବରଣୀ ହାସଲ କରିଥାନ୍ତି ।

ଠକାମୀରୁ କିପରି ବର୍ତ୍ତିବେ

୧. ମେସେଜ କଲ ଆସୁଥିବା ନମ୍ବରକୁ ବ୍ଲକ କରିଦିଅନ୍ତୁ

୨. ଏହି ବିଷୟରେ ଅନ୍ୟଙ୍କୁ ମଧ୍ୟ ଅବଗତ କରାନ୍ତୁ

୩. ମନେ ରଖନ୍ତୁ 4Gରୁ 5Gକୁ ପରିବର୍ତ୍ତନ କରିବା ପାଇଁ ଆପଣଙ୍କୁ କୌଣସି ଟେଲିକମ କମ୍ପାନୀ ଓଟିପି ମାଗିବେ ନାହିଁ

୪. ଯଦି କୌଣସି ଅପରିଚିତ ବ୍ୟକ୍ତି ବୁକିଂ କିମ୍ବା ସ୍ବତନ୍ତ୍ର ଅଫର ପ୍ରଦାନ ନାମରେ ଯୋଗାଯୋଗ କରନ୍ତି, ସେମାନଙ୍କୁ ସ୍ପାମ୍ କଲ ଭାବରେ ବ୍ୟବହାର କରନ୍ତୁ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.