ETV Bharat / state

ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଘଟଣା: ଖୋର୍ଦ୍ଧା ସାମ୍ବାଦିକ ସଂଘ ପକ୍ଷରୁ ନିନ୍ଦା

author img

By

Published : Dec 25, 2020, 5:45 PM IST

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା । ଖୋର୍ଦ୍ଧା ସାମ୍ବାଦିକ ସଂଘ ପକ୍ଷରୁ ନିନ୍ଦା । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ।

attack on journalist in jadupur issue : khordha journalist union demands action criminal
ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ଖୋର୍ଦ୍ଧା ସାମ୍ବାଦିକ ସଂଘ ପକ୍ଷରୁ ନିନ୍ଦା

ଖୋର୍ଦ୍ଧା: ନୟାଗଡ ଜିଲ୍ଲା ଯଦୁପୁର ଗ୍ରାମରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ଖୋର୍ଦ୍ଧା ସାମ୍ବାଦିକ ସଂଘ ପକ୍ଷରୁ ନିନ୍ଦା କରାଯାଇଛି । ଯଦୁପୁର ଠାରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଖବର ସଂଗ୍ରହ କରୁଥିବା ସମୟରେ ଆକ୍ରମଣ କରାଯାଇଥିଲା । ଏହାର ପ୍ରତିବାଦରେ ଖୋର୍ଦ୍ଧା ସାମ୍ବାଦିକ ସଂଘ ସହିତ ବିଭିନ୍ନ ସ୍ବଚ୍ଛାସେବୀ ସଂଗଠନ ଓ କଂଗ୍ରେସ ନେତା ଏକାଠି ହୋଇ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି । ଏହା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

ଏହାସହ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ ସାମ୍ବାଦିକ ସୁରକ୍ଷା ପାଇଁ ସରକାରଙ୍କୁ ଅପିଲ କରିଛନ୍ତି । କଂଗ୍ରେସ ନେତା ତଥା ବରିଷ୍ଠ ଆଡ଼ଭୋକଟ ଶିଶିର ପରିଡା, ନିୟୁ ଥିଙ୍କିଙ୍ଗ ଫୋରମର ସଭାପତି ନରେନ୍ଦ୍ର ପୃଷ୍ଟି ପ୍ରମୁଖ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ଘୋର ନିନ୍ଦା କରିଛନ୍ତି ।

ଖୋର୍ଦ୍ଧାରୁଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.