ETV Bharat / state

Assembly Budget Session: ଲୋୟର ପିଏମଜି ଖଣ୍ଡଯୁଦ୍ଧ ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ, ୪ଟା ଯାଏଁ ମୁଲତବୀ

author img

By

Published : Mar 1, 2023, 11:10 AM IST

Updated : Mar 1, 2023, 2:15 PM IST

ବିଧାନସଭା ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ । ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି । ଅଧିକ ପଢନ୍ତୁ

Assembly Budget Session
Assembly Budget Session

Assembly Budget Session

ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟ ବିଧାନସଭା ବଜେଟ ଅଧିବେଶନର ଆଜି ଶେଷ ଦିନ । ବିଧାନସଭା ଆରମ୍ଭରୁ ହଟ୍ଟଗୋଳ କଲେ ବିରୋଧି । ଲୋୟର ପିଏମଜିରେ ପୋଲିସ ଓ ବିଜେପି ଯୁବମୋର୍ଚ୍ଚା ମଧ୍ୟରେ ହୋଇଥିବା ଖଣ୍ଡଯୁଦ୍ଧକୁ ନେଇ ବିଜେପି ସଦସ୍ୟଙ୍କ ହୋହଲ୍ଲାରେ କମ୍ପିଲା ଗୃହ । ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିଜେପି ବିଧାୟକ ବାଚସ୍ପତିଙ୍କ ପୋଡିୟମ ସାମ୍ନାରେ ପୋଷ୍ଟର ଧରି ନାରାବାଜି କଲେ । ଫଳରେ ଚାଲିପାରିଲାନି ପ୍ରଶ୍ନକାଳ । ଗୃହକୁ ପୂର୍ବାହ୍ନ ସାଢେ ୧୧ଟା ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ । ସାଢେ ୧୧ଟା ପରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ପୁଣିଥିରେ ହଟ୍ଟଗୋଳ ଯୋଗୁଁ ୧୫ ମିନିଟ୍ ମୁଲତବୀ ରଖାଯାଇଥିଲା । ଗୃହକାର୍ଯ୍ୟ ସ୍ବାଭାବିକ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ପରେ ପୁନର୍ବାର ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ହୋଇଛି ।

ଗତକାଲି ବଜେଟ ଅଧିବେଶନର ଅଷ୍ଟମ ଦିନରେ ପ୍ରଶ୍ନକାଳ ସୁରୁଖୁରୁରେ ଚାଲିଥିଲା । ମାତ୍ର ଶୂନ୍ୟକାଳ ଆରମ୍ଭରୁ ବିରୋଧି ପ୍ରବଳ ହଟ୍ଟଗୋଳ କରିଥିଲେ । ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତି ନେଇ ବିଜେପି ପ୍ରଶ୍ନ କରିଥିଲା । ସେପଟେ କେନ୍ଦ୍ରୀୟ ଅବହେଳା ତଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରସଙ୍ଗରେ ବିଜେଡି ପ୍ରତିବାଦ କରିଥିଲା । ଏହାପରେ ବାଚସ୍ପତି ଗୃହକାର୍ଯ୍ୟ ମୁଲତବୀ ରଖିଥିଲେ । ମାତ୍ର ବିଜେପି ଯୁବମୋର୍ଚ୍ଚା ଓ ପୋଲିସ ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ବିରୋଧୀ ବିଜେପି ସଦସ୍ୟଙ୍କ ହୋହଲ୍ଲାରେ ଆଜି ବିଧାନସଭା ପ୍ରଶ୍ନକାଳ ଚାଲିପାରିନି ।

ଏହାମଧ୍ୟ ପଢନ୍ତୁ: ବ୍ୟାରିକେଡ ଭାଙ୍ଗିଲେ, ଧସେଇ ପଶିଲେ ବିଧାନସଭା ଅଭିମୁଖେ, ବିଜେପି କର୍ମୀ-ପୋଲିସ ମଧ୍ୟରେ ଢେଲାମାଡ

ଉଲ୍ଲେଖଯୋଗ୍ୟ, ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟତା ପ୍ରସଙ୍ଗ ଓ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ କରି ଗତକାଲି ବିଜେପି ଯୁବମୋର୍ଚ୍ଚା ରାଜଧାନୀର ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ବାରିକେଡ ଭାଙ୍ଗି ବିକ୍ଷୋଭକାରୀମାନେ ବିଧାନସଭା ଘେରାଉ କରିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲା । ଏହି ସମୟରେ ଯୁବମୋର୍ଚ୍ଚା ସଦସ୍ୟ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା । ବିକ୍ଷୋଭକାରୀମାନେ ଭିଡ ଭିତରୁ ପୋଲିସ ଉପରକୁ ଗରମ ପାଣି ପାଉଚ, ଚମଲ ଓ ଅଣ୍ଡାମାଡ କରିବା ପରେ ପୋଲିସ ଲାଠିଚାର୍ଜ କରିଥିଲା । ଏହି ଧସ୍ତାଧସ୍ତି ସମୟରେ କିଛି ବିଜେପି ସଦସ୍ୟ ଓ ପୋଲିସ କର୍ମୀ ଆହତ ହୋଇଛନ୍ତି । ଏହି ଘଟଣାରେ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ସମେତ ୨୨ ଜଣ ଗିରଫ ହୋଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ଜୟ ନାରାୟଣ ବିରୋଧୀ ଦଳ ନେତା ନୁହଁନ୍ତି, ଓଡିଶା ବିରୋଧୀ ନେତା: ବିଜେଡି

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 1, 2023, 2:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.