ETV Bharat / state

Budget Session: ଗୃହରେ ଡ୍ରାଇଭର ଆନ୍ଦୋଳନ ତାତି, ଅପରାହ୍ନ 4ଟା ପର୍ଯ୍ୟନ୍ତ ଗୃହ ମୁଲତବୀ - ବଜେଟ ଅଧିବେଶନ

ଦ୍ବିତୀୟ ପ୍ରର୍ଯ୍ୟାୟ ବଜେଟ ଅଧିବେଶନରେ ଗୃହରେ ଡ୍ରାଇଭର ସଂଘ ଆନ୍ଦୋଳନ ନେଇ ହଟ୍ଟଗୋଳ କରିଛନ୍ତି ବିରୋଧୀ । ବିରୋଧୀଙ୍କ ହୋହଲ୍ଲା ପରେ ଗୃହ କାର୍ଯ୍ୟ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଅଧିକ ପଢନ୍ତୁ

Budget Session
ଗୃହରେ ଡ୍ରାଇଭର ଆନ୍ଦୋଳନ ତାତି
author img

By

Published : Mar 16, 2023, 12:40 PM IST

Updated : Mar 16, 2023, 2:19 PM IST

ଗୃହରେ ଡ୍ରାଇଭର ଆନ୍ଦୋଳନ ତାତି

ଭୁବନେଶ୍ବର: ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ଆଜି ହେଉଛି ପଞ୍ଚମ ଦିନ । ପ୍ରଶ୍ନକାଳ ସ୍ବାଭାବିକ ରହିଥିବା ବେଳେ ଶୂନ୍ୟ କାଳରେ ଉଠିଛି ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗ । ଶୂନ୍ୟକାଳରେ ଡ୍ରାଇଭର ସଂଘ ଆନ୍ଦୋଳନ ଉଠାଇଥିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ଡ୍ରାଇଭରଙ୍କ ସହ ଆଲୋଚନା ଦାବି କରି ଗୃହର ମଧ୍ୟ ଭାଗକୁ ଆସି କଂଗ୍ରେସ ଆଉ ବିଜେପିର ହୋହଲ୍ଲା କରିଥିଲେ । ଏନେଇ ସର୍ବଦଳୀୟ ବୈଠକ ପରେ ଆସନ୍ତାକାଲି ଏ ପ୍ରସଙ୍ଗରେ ଗୃହରେ ବିବୃତ୍ତି ଦେବାକୁ ପରିବହନ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ଏହାସହ ଗୃହକୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।

ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗରେ ହୋହଲ୍ଲା ପରେ ପ୍ରଥମେ 10 ମିନିଟ୍‌ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ତଥାପି ବିରୋଧୀ ହଟ୍ଟଗୋଳ କରିଥିଲେ ପରେ ପୁଣି ଥରେ 15 ମିନିଟ ଗୃହ କାର୍ଯ୍ୟ ମୁଲତବୀ ଘୋଷଣା କରିଥିଲେ । 15 ମିନିଟ ପରେ ବି ବିରୋଧୀ ହୋହଲ୍ଲା କରିଥିଲେ । ବାଚସ୍ପତି ପୁଣି 10 ମିନିଟ ପାଇଁ ଗୃହ କାର୍ଯ୍ୟ ମୁଲତବୀ କରି ସର୍ବଦଳୀୟ ବୈଠକ ଡାକିଥିଲେ । ଏହାପରେ ପୁଣି 5 ମିନିଟ ପରେ 15 ମିନିଟ୍‌ ପାଇଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଏହାପରେ ଗୃହକୁ 4ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ମଙ୍ଗଳବାରଠୁ ରାଜ୍ୟରେ ଡ୍ରାଇଭର ସଂଘ ଷ୍ଟିୟରିଂ ଛାଡ ଆନ୍ଦୋଳନ କରିଛି । ଜରୁରୀସେବାରୁ ଛାଡି ଦେଲେ ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି । ଶୂନ୍ୟ କାଳରେ ଡ୍ରାଇଭର ଷ୍ଟ୍ରାଇକ ପ୍ରସଙ୍ଗ ଉଠାଇଥିଲେ ନରସିଂହ ମିଶ୍ର । ଡ୍ରାଇଭରଙ୍କ ସହ ଆଲୋଚନା ଦାବି ଗୃହର ମଧ୍ୟ ଭାଗକୁ ଆସି କଂଗ୍ରେସ ଆଉ ବିଜେପି ବିରୋଧୀ ହୋହଲ୍ଲା କରିଥିଲେ । ଏନେଇ ବାଚସ୍ପତି ସର୍ବଦଳୀୟ ବୈଠକ ଡକାଇ ଥିଲେ । ସର୍ବଦଳୀୟ ବୈଠକ ପରେ ବାଚସ୍ପତିଙ୍କ ରୁଲିଂ । ଡ୍ରାଇଭର ମହାସଙ୍ଗ ସହ ପରିବହନ ମନ୍ତ୍ରୀ ଆଲୋଚନା କରି ଆସନ୍ତାକାଲି ଗୃହରେ ବିବୃତ୍ତି ରଖିବା ପାଇଁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ଗୃହ 4ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା ହୋଇଛି ।

ଏହା ବି ପଢନ୍ତୁ...Driver Mahasangha strike: ମୁଖ୍ୟମନ୍ତ୍ରୀଙ୍କୁ ସମାଧାନ ପାଇଁ ନିବେଦନ କଲେ ଧର୍ମେନ୍ଦ୍ର

ଆଜି ଶୂନ୍ୟକାଳରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ପ୍ରଥମେ ଜଣେ ଅଧିକାରୀ ଗୋଟିଏ ସ୍ଥାନରେ ଏକାଧିକ ବର୍ଷ ରହିବା ପ୍ରସଙ୍ଗ ଉଠିଥିଲେ । କେନ୍ଦୁଝର ଜିଲ୍ଲାପାଳ,ମୟୂରଭଞ୍ଜ ଜିଲ୍ଲାପାଳ ୫ରୁ ୬ବର୍ଷ ଗୋଟିଏ ସ୍ଥାନରେ ରହିବା କେତେଦୂର ଠିକ୍ । ନଗର ଉନ୍ନୟନ ସଚିବ ୯ବର୍ଷ ପାଇ ଗୋଟିଏ ସ୍ଥାନରେ ରହିବା କେତେ ଦୂର ଯଥାର୍ଥ । ଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଆଉ କୌଣସି ପଦବୀରେ ରହିପାରିବେ ନାହିଁ । ଶୂନ୍ୟକାଳରେ ସରକାରଙ୍କୁ ଟାର୍ଗେଟ କରି ଜୟନାରାୟଣ ମିଶ୍ର ଅଫିସରଙ୍କ ବଦଳି ପ୍ରସଙ୍ଗ ଉଠାଇଥିଲେ । ପ୍ରତ୍ୟେକ ଜିନିଷ ପାଇଁ ସରକାରଙ୍କ ଏକ ନିର୍ଦ୍ଦିଷ୍ଟ ନୀତି ରହିବା ଆବଶ୍ୟକ । ଟ୍ରାନ୍ସଫର ଏବଂ ପୋଷ୍ଟିଂ ପାଇଁ ଗୋଟେ ନିୟମ ରହିଛି । ଗୋଟେ ବିଭାଗ କି ଗୋଟିଏ ଜାଗାରେ ଜଣେ ଅଫିସର ଅଧିକ ଦିନ ରହିବା ଠିକ କଥା ନୁହେଁ ବୋଲି କହିଥିଲେ ଜୟନାରାୟଣ । ଏହାକୁ ସମର୍ଥନ କରି ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗ ଉଠାଇଥିଲେ ନରସିଂହ ମିଶ୍ର ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବି ଉଠାଇଲେ ସମାନ ପ୍ରସଙ୍ଗ । ଗୋଟିଏ ସଚିବ ନଗର ଉନ୍ନୟନ ବିଭାଗରେ 9 ବର୍ଷ ରହିଲେଣି । ସେ କେବେ ବିଧାୟକମାନଙ୍କ ଫୋନ ଉଠାନ୍ତି ନାହିଁ । ସେ ବହୁତ ଆରୋଗାଣ୍ଟ । ବୁକ ସର୍କୁଲାର 47କୁ ମାନୁ ନାହାନ୍ତି। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯିଏ ଶ୍ରୀମନ୍ଦିର ପ୍ରଶାସନରେ ରହିବ ସେ କୌଣସି କାମରେ ରହିବନି । କେନ୍ଦୁଝର ଜିଲ୍ଲାପାଳଙ୍କ କଥା ନ କହିବା ହିଁ ଭଲ । ଖଣି ଅଛି ପଇସା ଅଛି । ତେଣୁ ତାଙ୍କୁ ବଦଳି କରାଯିବ ନାହିଁ । କାହିଁକି ନାଁ ଖଣି ପଇସାରେ ଏ ସରକାର ଚାଲିଛି । କୋଇଡା ବିଡ଼ିଓ ତିନି ବର୍ଷ ହେବ ଗୋଟିଏ ସ୍ଥାନରେ ରହିଛନ୍ତି । ଘରେ ଅଫିସ ଚଳାଉଛନ୍ତି । 20 ରୁ 22 ପ୍ରତିଶତ ପିସି କାରବାର ହେଉଛି ବୋଲି କହିଛନ୍ତି ଜୟନାରାୟଣ ମିଶ୍ର ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 16, 2023, 2:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.