ETV Bharat / state

ଫାଇନାନ୍ସ କର୍ମଚାରୀଙ୍କୁ ଆକ୍ରମଣ ଘଟଣା, 2 ମାସ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ

author img

By

Published : Sep 7, 2022, 1:28 PM IST

ଫାଇନାନ୍ସ କର୍ମଚାରୀଙ୍କୁ ଆକ୍ରମଣ ଘଟଣା । ଏହି ଘଟଣାକୁ ୨ ମାସ ପୂରିଥିଲେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ । ନ୍ୟାୟ ନମିଳିଲେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବା ପାଇଁ ଧମକ ଦେଲେ ଫାଇନାନ୍ସ କର୍ମଚାରୀ । ଅଧିକ ପଢ଼ନ୍ତୁ

ଖୋର୍ଦ୍ଧା ଫାଇନାନ୍ସ କର୍ମଚାରୀଙ୍କୁ ଆକ୍ରମଣ ଘଟଣା : ୨ ମାସ ପୂରିଥିଲେ ସୁଦ୍ଧା ନିଆଯାଉନି କାର୍ଯ୍ୟାନୁଷ୍ଠାନ

ଖୋର୍ଦ୍ଧା: ବୋଲଗଡ଼ ଥାନା ଅନ୍ତର୍ଗତ ଅସରଳା ଗ୍ରାମରେ ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ଆକ୍ରମଣ ଘଟଣା । ଏହି ଘଟଣାକୁ ୨ ମାସ ପୂରିଥିଲେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ । ନ୍ୟାୟ ନମିଳିଲେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବା ପାଇଁ ଧମକ ଦେଲେ ମହିଳା ।
ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଏସପିଙ୍କ କାର୍ଯ୍ୟାଳୟ ପରିସରରେ ।

ଇଏ ହେଉଛନ୍ତି ତପସ୍ଵିନୀ ଦାସ । ଏକ ଘରୋଇ ବ୍ୟାଙ୍କରୁ ଋଣ ଆଦାୟକାରୀ ସଂସ୍ଥାରେ ଚାକିରି କରନ୍ତି । ଗତ ଜୁଲାଇ ମାସ ୨୦ ତାରିଖରେ ବୋଲଗଡ଼ ଥାନା ଅନ୍ତର୍ଗତ ଅସରଳା ଗ୍ରାମକୁ ଏକ ଟ୍ରାକ୍ଟର ଋଣ ନେଇ ଖିଲାପ କରିଥିବା ବ୍ୟକ୍ତିଙ୍କ ଠାରୁ ପୋଲିସ ସହାୟତାରେ ଗାଡ଼ି ଜବତ କରିବାକୁ ଯାଇଥିଲେ । ଗାଡ଼ିର ମାଲିକ ରୋଜାଲିନ ପରିଡ଼ାଙ୍କ ସ୍ବାମୀ କାଳିଆ ଭଞ୍ଜ ଏବଂ ଶ୍ଵଶୁର ପବିତ୍ର ଭଞ୍ଜ ଉଭୟ ଏହି ମହିଳା ଅଧିକାରୀଙ୍କୁ ମାରଣାସ୍ତ୍ର ଯୋଗେ ଆକ୍ରମଣ କରି ଗୁରୁତର କରିଥିଲେ । ଇତି ମଧ୍ୟରେ ଦୀର୍ଘ ଦୁଇ ମାସ ବିତିଯାଇଥିଲେ ସୁଦ୍ଧା ପୋଲିସ ଅଭିଯୁକ୍ତ ମାନଙ୍କୁ ଧରି ନପାରିବାରୁ ଏହି ମହିଳା ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ନିକଟରେ ନ୍ୟାୟ ପାଇଁ ଗତ ମାସ ୬ ତାରିଖରେ ଜଣାଇଥିଲେ।

ମାସକ ପରେ ପୁଣି ଖୋର୍ଦ୍ଧା ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏସପିଙ୍କୁ ଦେଖା କରି ନପାରି ନ୍ୟାୟ ନପାଇଲେ ଆତ୍ମାହୁତିର ଧମକ ଦେଇଛନ୍ତି । ପୋଲିସର ଖାମଖିଆଲି ଯୋଗୁଁ ଫେରାର ମାରିଛନ୍ତି ଋଣ ନେଇଥିବା ବ୍ୟକ୍ତି । ସେପଟେ ଏସମ୍ପର୍କରେ ଏସପିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ସେହିପରି ଘଟଣା ସମ୍ପର୍କରେ ଉକ୍ତ କମ୍ପାନୀର ଉଚ୍ଚପଦାଧିକାରୀ ମଧ୍ୟ ଅବଗତ ଅଛନ୍ତି । ହେଲେ ପଦାଧିକାରୀ ଜଣକ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଅଭିଯୋଗ ହୋଇଛି ।

ଏଠି ପ୍ରଶ୍ନ ଉଠୁଛି ଜଣେ ଅଭିଯୋଗକାରୀଙ୍କ କଥା ବା ଅଭିଯୋଗକୁ ପୋଲିସ କାହିଁକି ଏତେ ଅବହେଳା କରୁଛି । ଯିଏ ନ୍ୟାୟ ଦେବ ସିଏ ଯଦି ଅନ୍ୟାୟ କରିବ ତାହାଲେ କାହା ପ୍ରତି ଲୋକକଙ୍କର ଭରସା ଆଉ ରହିବ । ଯଦି ପୋଲିସ କର୍ମଚାରୀ ଏଥିପ୍ରତି ସଜାଗ ରହିଥାନ୍ତେ ତାହାଲେ ଆଜି ହୁଏତ ଏତେ ବଡ଼ ସମସ୍ୟା ସୃଷ୍ଟି ହୋଇନଥାନ୍ତା । ସାଧାରଣ ଜନତା ପୋଲିସ ଉପରେ ଭରସା ଖେଳୁଥିବା ବେଳେ ପ୍ରଶାସନର ଇଏ କି କାର୍ଯ୍ୟ ତାହା ସାଧାରଣରେ ଆଲୋଚନା ହେଉଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.