ETV Bharat / state

ଅଖଣ୍ଡ ଭାରତର ସୂତ୍ରଧର ହେଉଛନ୍ତି ମହାତବ କଂଗ୍ରେସ

author img

By ETV Bharat Odisha Team

Published : Nov 21, 2023, 10:28 PM IST

ଭୂତପୂର୍ବ ମୁଖ୍ୟମନ୍ତ୍ରୀ ଡ଼ ହରେକୃଷ୍ଣ ମହତାବଙ୍କ 124 ତମ ଜନ୍ମ ଜୟନ୍ତୀ । ଭୁବନେଶ୍ବରରେ କମ୍ପିଲା ପାଇକ ଆଖଡା । ମାଷ୍ଟର କ୍ୟାଣ୍ଟିନ ଛକ ଠାରୁ ପାଇକ ମାନଙ୍କର ଏକ ବିଶାଳ ପଟୁଆର ଲୋୟର ପିଏମଜି ସଭା ସ୍ଥଳକୁ ଯାଇଥିଲା। ପାଇକ ମାନେ ନିଜ ନିଜର ବଳିଷ୍ଠ କଳା ପ୍ରଦର୍ଶନ କରିଥିଲେ। ଅଧିକ ପଢନ୍ତୁ

ଅଖଣ୍ଡ ଭାରତର ସୂତ୍ରଧର ହେଉଛନ୍ତି ମହାତବ କଂଗ୍ରେସ
ଅଖଣ୍ଡ ଭାରତର ସୂତ୍ରଧର ହେଉଛନ୍ତି ମହାତବ କଂଗ୍ରେସ
ଅଖଣ୍ଡ ଭାରତର ସୂତ୍ରଧର ହେଉଛନ୍ତି ମହାତବ କଂଗ୍ରେସ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ କମ୍ପିଲା ପାଇକ ଆଖଡା । ଘଣ୍ଟ ଘଣ୍ଟା, ଖଣ୍ଡା, ବାଡ଼ି ଖେଳର ଯାଦୁ ଦେଖିଲା ରାଜଧାନୀ। ରାଜଧାନୀର ନିର୍ମାତା, ଉତ୍କଳ ପ୍ରଦେଶର ପ୍ରଧାନମନ୍ତ୍ରୀ, ନବ ଉତ୍କଳର ନିର୍ମାତା, ତଥା ଭୂତପୂର୍ବ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବଙ୍କ 124ତମ ଜନ୍ମ ଜୟନ୍ତୀରେ ବିଭିନ୍ନ ପାରମ୍ପରିକ ଆଖଡା ଖେଳରେ କମ୍ପିଲା ରାଜଧାନୀର ରାଜରାସ୍ତା । ଲୋୟର ପିଏମଜିରେ ଏକ ବିଶାଳ ରାଜ୍ୟସ୍ତରୀୟ ସଭା କରାଯାଇଥିଲା। ଏଥିରେ ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନବ ଉତ୍କଳର ନିର୍ମାତା ଡ଼ ହରେକୃଷ୍ଣ ମହତାବଙ୍କ ସୃତିଚାରଣ କରିଥିଲେ । ମହତାବଙ୍କ ଅନନ୍ୟ ବ୍ୟକ୍ତିତ୍ବର ଗାଥା ବଖାଣିଥିଲେ ରାଜ୍ୟପାଳ ହରିଚନ୍ଦନ ।

ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ଛକଠାରୁ ପାଇକ ମାନଙ୍କର ଏକ ବିଶାଳ ପଟୁଆର ଲୋୟର ପିଏମଜି ସଭା ସ୍ଥଳକୁ ଯାଇଥିଲା । ପାଇକମାନେ ନିଜ ନିଜର ବଳିଷ୍ଠ କଳା ପ୍ରଦର୍ଶନ କରିଥିଲେ । ଖଣ୍ଡା ବୁଲାଇବା, ବାଡ଼ିଖେଳ, କୁସ୍ତି ଯୁଦ୍ଧ , ଭିନ୍ନ ଭିନ୍ନ ଦୁଃସାହସିକ କ୍ରୀଡ଼ା ପ୍ରଦର୍ଶନ କାରିଥିଲେ । ଏହାର ନେତୃତ୍ବ ନେଇଥିଲେ ଜଟଣୀ ବିଧାୟକ ସୁର ରାଉତରାୟ ।

କାର୍ଯ୍ୟକ୍ରମରେ ଯୋଗ ଦେଇ ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ କହିଥିଲେ 1947 ଅଗଷ୍ଟ 15 ତାରିଖରେ ଗଡଜାତ ମିଶ୍ରଣ ପାଇଁ ବାଟ ଖୋଲିଥିଲେ ଡ଼. ମହତାବ । ସେ ପ୍ରଜାମଣ୍ଡଳ ଆନ୍ଦୋଳନର ନେତୃତ୍ବ ନେଇଥିଲେ । ତାଙ୍କ ସମୟରେ ନୀଳଗିରିକୁ ଦଖଲ କରାଯାଇଥିଲା । ତାଙ୍କ ପୁଣ୍ୟ ଜନ୍ମ ତିଥିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ଓଡ଼ିଶା ପ୍ରତି ତାଙ୍କର ବଳିଦାନ ଅନନ୍ୟ ।

ସେହିପରି ମହତାବ ରାଜ୍ୟସ୍ତରୀୟ ଜନ୍ମ ଜୟନ୍ତୀ କମିଟିର ସାଧାରଣ ସମ୍ପାଦକ ସୁର ରାଉତରାୟ କହିଛନ୍ତି ଓଡ଼ିଶାର ନବ ନିର୍ମାତା ହେଉଛନ୍ତି ଡ଼ ମହତାବ । ରାଜଧାନୀର ନିର୍ମାଣ କରିଥିଲେ ମହତାବ । ତାଙ୍କ ଜନ୍ମ ଜୟନ୍ତୀରେ ଆଜି ଭୁବନେଶ୍ବରରେ ପାଇକ ଆଖଡ଼ାର ପ୍ରଦର୍ଶନ ଅତ୍ୟନ୍ତ ଚମତ୍କାର ।

ସୂଚନାଯୋଗ୍ୟ ଯେ, ୧୮୯୯ ମସିହା ଆଜିର ଦିନ ଜନ୍ମ ଗ୍ରହଣ କରିଥିଲେ ଓଡ଼ିଶା ପ୍ରଦେଶର ଅନ୍ୟତମ ନିର୍ମାତା, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ । ବାଲ୍ୟକାଳରୁ ଅତ୍ୟନ୍ତ ବୁଦ୍ଧିମାନ, ସ୍ବାଧୀନ ଚେତନାଧାରୀ ଥିଲେ । ୧୯୨୦ ମସିହାରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସହିତ ସେ ନାଗପୁର କଂଗ୍ରେସ ଅଧିବେଶନରେ ଯୋଗ ଦେଇଥିଲେ । ୧୯୨୧ ମସିହାରେ ମହାତ୍ମା ଗାନ୍ଧୀଙ୍କ ଆହ୍ବାନରେ ପାଠପଢ଼ା ଛାଡି ସ୍ବାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ । ସେହି ବର୍ଷ ମହାତ୍ମା ଗାନ୍ଧୀ ଓଡ଼ିଶା ଆସିଥିବା ବେଳେ ସେ ତାଙ୍କ ସହିତ ପଦଯାତ୍ରା କରିଥିଲେ । ୧୯୨୩ ମସିହାରେ ସେ ବାଲେଶ୍ବର ଜିଲ୍ଲା ବୋର୍ଡ ଚେୟାରମ୍ୟାନ ନିର୍ବାଚିତ ହୋଇଥିଲେ । ୧୯୨୪ ମସିହାରେ ସେ ସାପ୍ତାହିକ ‘ପ୍ରଜାତନ୍ତ୍ର’ ପ୍ରକାଶନ ଆରମ୍ଭ କରିଥିଲେ । ୧୯୩୦ରେ ମହତାବ ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିର୍ବାଚିତ ହୋଇଥିଲେ । ଦେଶବ୍ୟାପୀ ଆଇନ ଅମାନ୍ୟ ଆନ୍ଦୋଳନରେ ଯୋଗଦେଇ ମହତାବ ଇଂରେଜ ମାନଙ୍କ ଦ୍ୱାରା ଅତ୍ୟାଚାରର ଶିକାର ବି ହୋଇଥିଲେ । ଇଞ୍ଚୁଡି ଲବଣ ସତ୍ୟାଗ୍ରହ ପାଇଁ କାରାବରଣ କରିଥିଲେ ।

ଇଟିଭି ଭାତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.