ଖୋର୍ଦ୍ଧା: ଟାଙ୍ଗି ବାଳୁଙ୍ଗାଡିହ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ । ଖୋର୍ଦ୍ଧାର ଟାଙ୍ଗୀ ପଞ୍ଚାୟତ ଏବେ ପାଲଟିଛି କୋରୋନା ହଟସ୍ପଟ୍ । ଗୁରୁବାର ଟାଙ୍ଗି 10ନଂ ୱାର୍ଡର ଜଣେ ମହିଳାଙ୍କର ସ୍ବାବ ରିପୋର୍ଟ ପଜିଟିଭ୍ ବାହାରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ବାଳୁଙ୍ଗାଡିହ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।
ତେବେ 2 ତାରିଖ ସଂଧ୍ୟ୍ୟା ୭ ଟାରୁ ୫ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଗଲା ବୋଲି ନିର୍ଦ୍ଧେଶ ନାମା ଜାରି କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଏହାପରେ ପଞ୍ଚାୟତ ପକ୍ଷରୁ ୧୦ ନଂ ୱାର୍ଡର ବାଳୁଙ୍ଗାଡିହକୁ ବ୍ୟାରିକେଡ୍ କରାଯାଇ ଏହା ଭିତରକୁ ସାଧାରଣ ଲୋକଙ୍କ ଚଳ ପ୍ରଚଳ ବନ୍ଦ କରାଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ