ETV Bharat / state

ମାଗଣା ସିଭିଲ ସର୍ଭିସ କୋଚିଂ ପାଇଁ ସରିଲା ଆବେଦନ, 26ରେ ପ୍ରବେଶିକା ପରୀକ୍ଷା

author img

By

Published : Mar 4, 2023, 10:34 PM IST

ସର୍ବଭାରତୀୟ ପ୍ରଶାସନିକ ସେବା କ୍ଷେତ୍ରରେ ଓଡ଼ିଶାର ସଫଳତାର ହାର କମିବାରେ ଲାଗିଛି। ଦୀର୍ଘ ବର୍ଷ ଧରି ରାଜ୍ୟରୁ ବହୁତ କମ ଏହି ପ୍ରଶାସନିକ ସେବା କ୍ଷେତ୍ରରେ ଉତୀର୍ଣ୍ଣ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ମାଗଣା ସିଭିଲ ସର୍ଭିସ କୋଚିଂ ପାଇଁ ସରିଲା ଆବେଦନ । ଆସନ୍ତା 26 ତାରିଖରେ ରାଜ୍ୟର 5 ଟି ସହରରେ ହେବ ପରୀକ୍ଷା। ରାଜ୍ୟରେ ଦିଆଯିବ ମାଗଣା ସିଭିଲ ସର୍ଭିସ କୋଚିଂ। ଏହାର ଆବେଦନ ପକ୍ରିୟା ଆଜି ଶେଷ ହୋଇଛି । ସର୍ବଭାରତୀୟ ପ୍ରଶାସନିକ ସେବା କ୍ଷେତ୍ରରେ ଓଡ଼ିଶାର ସଫଳତାର ହାର କମିବାରେ ଲାଗିଛି। ଦୀର୍ଘ ବର୍ଷ ଧରି ରାଜ୍ୟରୁ ବହୁତ କମ ଏହି ପ୍ରଶାସନିକ ସେବା କ୍ଷେତ୍ରରେ ଉତୀର୍ଣ୍ଣ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଯାହା ବିନା ମୂଲ୍ୟରେ ସିଭିଲ ସର୍ଭିସ କୋଚିଂ ନେଇପାରିବେ ଯୁବକଯୁବତୀ । ଏହି ଯୋଜନା ମାଧ୍ୟମରେ ରାଜ୍ୟର 200 ଛାତ୍ରଛାତ୍ରୀଙ୍କୁ ମାଗଣାରେ ଟ୍ରେନିଂ ପ୍ରଦାନ କରାଯିବ। ଆସନ୍ତା ମାର୍ଚ୍ଚ ମାସ 26 ତାରିଖରେ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି।

ପ୍ରବେଶିକା ପରୀକ୍ଷାର ଅବଦ୍ଧି 2 ଘଣ୍ଟା ରହିବ । ଏହି ପ୍ରବେଶିକା ପରୀକ୍ଷା ପାଇଁ ଫେବୃଆରୀ ମାସ 18 ତାରିଖରୁ ଅନଲାଇନ ଆବେଦନ ଆରମ୍ଭ ହୋଇଥିବା ବେଳେ ଆଜି (ମାର୍ଚ୍ଚ 4) ତାରିଖ ପର୍ଯ୍ୟନ୍ତ ରହିଥିଲା । ଏହା ପରେ ମାର୍ଚ୍ଚ 16 ତାରିଖରେ ପ୍ରାର୍ଥୀମାନେ ସେମାନଙ୍କର ଆଡମିଟ କାର୍ଡ ଡାଉନଲୋଡ କରିବେ । ଏହି ପରୀକ୍ଷାରେ ଯେଉଁମାନେ କୃତକାର୍ଯ୍ୟ ହେବେ ସେମାନଙ୍କୁ ମାଗଣାରେ କୋଚିଂ ଦେବେ ରାଜ୍ୟ ସରକାର । ତେବେ ରାଜ୍ୟରେ ଥିବା 5 ଟି ସହରରେ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଭୁବନେଶ୍ୱର, ବାଲେଶ୍ୱର, ବ୍ରହ୍ମପୁର, ଜୟପୁର ଓ ସମ୍ବଲପୁର ସହରରେ ହେବ । ଏହି ପରୀକ୍ଷାକୁ ଷ୍ଟେଟ ସିଲେକ୍ସନ ବୋର୍ଡ (ଏସଏସବି) ପରିଚାଳନା କରିବ। ତେବେ ନିୟମ ଅନୁଯାୟୀ 2023 ଅଗଷ୍ଟ 1 ତାରିଖ ସୁଦ୍ଧା ଯୁବକ ଯୁବତୀଙ୍କ ବୟସ 21 ରୁ 30 ବର୍ଷ ମଧ୍ୟରେ ରହିଥିବ ସେମାନେ ଏଥିରେ ଆବେଦନ କରିପାରିବେ। ଯେଉଁମାନେ ଏହି ପରୀକ୍ଷାରେ କୃତକାର୍ଯ୍ୟ ହେବେ ସେମାନଙ୍କୁ ରାଜ୍ୟ ସରକାର ଭୁବନେଶ୍ୱରରେ ମାଗଣାରେ ସିଭିଲ ସର୍ଭିସ କୋଚିଂ ପ୍ରଦାନ କରିବେ ।

ସୂଚନା ଅନୁଯାୟୀ, ପ୍ରତିବର୍ଷ ରାଜ୍ୟରୁ ପ୍ରାୟ 5 ରୁ 6 ଲକ୍ଷ ଛାତ୍ର ଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ କରୁଛନ୍ତି । ହେଲେ ବହୁତ କମ ଓଡ଼ିଆ ପିଲା ୟୁପିଏସସିରେ ସଫଳ ହେଉଥିବା ଦେଖାଯାଉଛି। ଏନେଇ ଛାତ୍ରୀଛାତ୍ରମାନଙ୍କୁ ଦକ୍ଷ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ଆଇଏଏସ କୋଚିଂ ବ୍ୟବସ୍ଥା କରାଯାଇଥିଲା। 2016-17ରେ ବିଶ୍ବବିଦ୍ୟାଳୟ ସ୍ତରରେ ଏଭଳି ମାଗଣା କୋଚିଂ ଆରମ୍ଭ ହୋଇଥିଲା । ହେଲେ ଦୁର୍ଭାଗ୍ୟର କଥା, ସରକାରୀ କୋଚିଂ ନେଇଥିବା ଜଣେ ବି ପିଲା ଆଇଏଏସ ପାଇଲେ ନାହିଁ। ପରବର୍ତ୍ତୀ ସମୟରେ ୨୦୧୯-୨୦ରେ ସରକାର ପୁଣି ମାଗଣା କୋଚିଂ ବ୍ୟବସ୍ଥା କରିଥିଲେ। ହେଲେ ତାହାବି ବିଫଳ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.