ଖୋର୍ଦ୍ଧା : ବଢିବାରେ ଲାଗିଛି ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସଙ୍କ ପାଇଁ ଅଡ଼ୁଆ । ଗୋଟିଏ ଘଟଣା ଥମିନଥିବା ବଳେ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ବେଦୀ ବନ୍ଧା ହୋଇ ,ଝିଅ ମଙ୍ଗୁଳା ହୋଇ ରହିଥିଲା । ବର ଆସିଲେ ପଡ଼ିଥାନ୍ତା ହାତଗଣ୍ଠି । କିନ୍ତୁ ଝିଅ ଘର ଦୁଆରମୁହଁକୁ ଆସି ଫେରିଗଲା ବର । ଯାହାର କାରଣ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ।
ବର ଫେରିଗଲା, କାହିଁକିନା ଝିଅ ବଧୂ ବେଶରେ ଥିଲା ଆଉ ଦୁଆରେ ଟେଣ୍ଟ ବନ୍ଧା ହୋଇଥିଲା । ଏଭଳି ଘଟଣା ଦୀର୍ଘ ଦଶ ବର୍ଷ ତଳେ ଘଟିଥିଲା ବେଗୁନିଆ ନିକଟସ୍ଥ କୁଶପପଲ୍ଲା ଗାଁରେ । କୁଶପଲ୍ଲା ଗାଁର ଜଣେ ଯୁବତୀଙ୍କ ସହ ମାନବବାଦ ସଂଗଠନର ଜଣେ ଯୁବକ ବିବାହ ପାଇଁ ସ୍ଥିର ହୋଇଥିଲା । କିନ୍ତୁ ସଂଗଠନର ନୀତି ନିୟମ ଅନୁସାରେ ଝିଅ ଘର ପ୍ରସ୍ତୁତି କରି ନଥିବା କାରଣରୁ ଘର ଦୁଆର ମୁହଁରୁ ବର ଫେରିଯାଇଥିବା ଜଣାପଡିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଇଟିଭି ଭାରତ