ETV Bharat / state

କେନ୍ଦ୍ରାପଡା ଓ ଜଗତସିଂହପୁରରେ ଆନିକଟ, କୃତଜ୍ଞତା ଜଣାଇଲେ ଯୋଗାଣ ମନ୍ତ୍ରୀ

author img

By

Published : Dec 28, 2022, 12:07 PM IST

ବିନା ବିସ୍ଥାପନରେ ସୀମିତ ନଦୀ ଗର୍ଭରେ ବୃହତ୍ ଜଳାଶୟ ସୃଷ୍ଟି ଲାଗି ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାରେ ଆନିକଟ ନିର୍ମାଣ କରିବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ଅତନୁ ସବ୍ୟସାଚୀ ନାୟକ କେନ୍ଦ୍ରାପଡା ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି । ଅଧିକ ପଢନ୍ତୁ

ଅତନୁ ସବ୍ୟସାଚୀ ନାୟକ
ଅତନୁ ସବ୍ୟସାଚୀ ନାୟକ

ଭୁବନେଶ୍ବର: କ୍ୟାବିନେଟର ବଡ ନିଷ୍ପତ୍ତି । କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାରେ ନିର୍ମାଣ ହେବ ଆନିକଟ । ଆନିକଟ ନିର୍ମାଣ ପାଇଁ ରାଜ୍ୟ ସରକାର ୩୪୪.୬୭ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟର ମୋହର ବାଜିଛି । ଏନେଇ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କେନ୍ଦ୍ରାପଡା ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଆନ୍ତରିକ କୃତଜ୍ଞତା ଓ ଧନାବାଦ ଅର୍ପଣ କରିଛନ୍ତି ।

ମନ୍ତ୍ରୀ କହିଛନ୍ତି, "ବିନା ବିସ୍ଥାପନରେ ସୀମିତ ନଦୀ ଗର୍ଭରେ ବୃହତ୍ ଜଳାଶୟ ସୃଷ୍ଟି ଲାଗି ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯-୨୦ ମସିହାରୁ ୧୧୭୦୦ କୋଟି ଟଙ୍କା ବ୍ୟୟରେ ନଦୀଗର୍ଭ ସୀମିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ ପ୍ରକଳ୍ପ ପାଇଁ ଜଗତସିଂହପୁରର ଚୌଧୁରୀଗଡା ଗ୍ରାମ ନିକଟରେ ମହାନଦୀରେ ଏବଂ କେନ୍ଦ୍ରାପଡାର ଟୀଖିରୀ ଗ୍ରାମ ନିକଟରେ ପାଇକା ନଦୀରେ ଆନିକଟ ନିର୍ମାଣ ଲାଗି ନିଷ୍ପତ୍ତି ହୋଇଛି । ଏହା ସହିତ ଆଗାମୀ ୫ ବର୍ଷ ରକ୍ଷଣାବେକ୍ଷଣ ବାବଦରେ ବ୍ୟୟ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ।"

ଏହା ମଧ୍ୟ ପଢନ୍ତୁ: 14 ମାସ ପରେ ଆଜି ଜେଲରୁ ମୁକୁଳିବେ ଅନୀଲ ଦେଶମୁଖ

ଏହି ପ୍ରକଳ୍ପ ନିର୍ମାଣ ପାଇଁ ୩୪୪.୬୭ କୋଟି ଟଙ୍କା ଓ ୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ବାବଦକୁ ୩.୪୨ କୋଟି ଟଙ୍କା ଅନୁମୋଦନ କରାଯାଇଛି । ଏହି ପ୍ରକଳ୍ପ ଆସନ୍ତା ୩୬ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ପ୍ରକଳ୍ପ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ, ପାରାଦ୍ୱୀପ ନଗରପାଳିକା ଏବଂ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଓ ମହାକାଳପଡା ବ୍ଲକର ୮୯ଟି ଗ୍ରାମର ଲୋକମାନଙ୍କୁ ପାନୀୟ ଜଳ ଓ ଘରୋଇ ବାବହାର ପାଇଁ ଆବଶ୍ୟକ ଜଳ ଯୋଗାଇବ । ଏତଦ୍‌ବ୍ୟତିତ ଏହି ପ୍ରକଳ୍ପଟି ମାଛ ଚାଷ, ପ୍ରାଣୀଧନ ପାଳନ, ଜଳସେଚନ ଓ ଭୁତଳ ଜଳ ପୁନଃଭରଣରେ ସହାୟତା କରିବ । ଏହା ସହିତ ସ୍ଥାନୀୟ ଲୋକମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତି ଦିଗରେ ସହାୟକ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.