ETV Bharat / state

ସରୁନି ଅଙ୍ଗନବାଡ଼ି ଗୃହ ନିର୍ମାଣ କାର୍ଯ୍ୟ, ବାରଣ୍ଡାରେ ଚାଲିଛି ପାଠପଢା

author img

By

Published : Apr 19, 2022, 8:57 PM IST

ରାଜ୍ୟ ସରକାରଙ୍କ ବା ପ୍ରଶାସନିକ ଅଧିକାରୀଙ୍କ ଖାମଖିଆଲ ନୀତି ଯୋଗୁ ଗ୍ରାମାଞ୍ଚଳରେ ସଠିକ ଢଙ୍ଗରେ ଚାଲି ପାରୁନି ଅଙ୍ଗନବାଡ଼ି ।  ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ଅସରଳା ପଞ୍ଚାୟତରେ ଏହାର ଏକ ଜ୍ବଳନ୍ତ ଉଦାହରଣ ଦଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ସରୁନି ଅଙ୍ଗନବାଡ଼ି ଗୃହ ନିର୍ମାଣ କାର୍ଯ୍ୟ, ସ୍କୁଲ ବାରଣ୍ଡାରେ ପାଠ ପଢୁଛନ୍ତି କୁନିକୁନି ଛୁଆ

ଖୋର୍ଦ୍ଧା: ସରକାରୀ ବାବୁଙ୍କ ଖାମଖିଆଲ ନୀତି ଯୋଗୁ ଗ୍ରାମାଞ୍ଚଳରେ ସଠିକ ଢଙ୍ଗରେ ଚାଲି ପାରୁନି ଅଙ୍ଗନବାଡ଼ି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ଅସରଳା ପଞ୍ଚାୟତରେ ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଏଠାରେ ଅଙ୍ଗନବାଡ଼ି ଗୃହ ନଥିବାରୁ ପିଲାଏ ସ୍କୁଲ୍‌ ବାରଣ୍ଡାରେ ବସି ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି ।

ମାଆ ଓ ଶିଶୁର ସୁରକ୍ଷା ଏବଂ ଯତ୍ନ ପାଇଁ ରାଜ୍ୟ ସରକାର କାର୍ଯ୍ୟକାରୀ କରିଛନ୍ତି ଶିଶୁ ବିକାଶ ଯୋଜନା । ଏହି ଯୋଜନାରେ ୫ବର୍ଷ ଶିଶୁମାନଙ୍କ ପାଇଁ ପ୍ରାକ୍‌ ବିଦ୍ୟାଳୟ ଶିକ୍ଷା ମାଧ୍ୟମରେ ଅକ୍ଷର ଚିହ୍ନିବା ଏବଂ ଶାରୀରିକ ସ୍ବାସ୍ଥ୍ୟ ପାଇଁ ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ ସରକାର ଅଙ୍ଗନବାଡ଼ି କେନ୍ଦ୍ର ଆରମ୍ଭ କରିଥିଲେ । ପକ୍କା ଘରେ ଅଙ୍ଗନବାଡ଼ି କେନ୍ଦ୍ର ବ୍ୟବସ୍ଥା ପାଇଁ କେନ୍ଦ୍ର ସରକାରଙ୍କ ପାଣ୍ଠି ଆସୁଛି ଅନୁଦାନ । ହେଲେ ଏହି ଅନୁଦାନର ସଠିକ ବ୍ୟବହାର ହେଉନଥିବା ଅଭିଯୋଗ ହୋଇଛି ।

ଅସରଳା ଗାଁର ଚାରୋଟି ଅଙ୍ଗନବାଡି କେନ୍ଦ୍ରର କୋମଳମତି ଶିଶୁ ମାନଙ୍କ ଭବିଷ୍ୟତ ସ୍କୁଲ୍‌ ବାରଣ୍ଡାରେ ଗଢା ହେଉଛି । ଏଠାରେ ବିଗତ ୧୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଅଙ୍ଗନାବାଡ଼ି ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରିନଥିବା ଅଭିଯୋଗ ହୋଇଛି । ବୋଲଗଡ ବ୍ଳକରେ ୨୨୮ଟି ଅଙ୍ଗନବାଡି କେନ୍ଦ୍ର ରହିଥିବା ବେଳେ ୧୧୪ କେନ୍ଦ୍ର ନିଜସ୍ବ ଗୃହରେ ଚାଲୁଛି । ଅନ୍ଯ ଅଙ୍ଗନାବାଡ଼ି କେନ୍ଦ୍ର କେଉଁଠି ସ୍କୁଲ ତ ଆଉ କେଉଁଠି କାମଚଳା ଘରେ ଦେଖିବାକୁ ମିଳିଛି । ସେପଟେ ଖୁବଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ବୋଲଗଡ CDPO ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.