ETV Bharat / state

କୋଭିଡ କଟକଣାରେ ଉଦଘାଟିତ ହେଲା ଆମ ଗାଁ ମହୋତ୍ସବ

author img

By

Published : Mar 6, 2021, 7:57 AM IST

କୋଭିଡ କଟକଣାରେ ଉଦଘାଟିତ ହେଲା ଗାଁ ମହୋତ୍ସବ-2021 । ବେଗୁନିଆ ବ୍ଲକ କଣ୍ଟାବାଡ ପଞ୍ଚାୟତ ମଲ୍ଲିପଦର ବାସୁଦେବପୁରରେ ଅନୁଷ୍ଠିତ ମହୋତ୍ସବକୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ...

କୋଭିଡ କଟକଣାରେ ଉଦଘାଟିତ ହୋଇଛି ଆମ ଗାଁ ମହୋତ୍ସବ

ଖୋର୍ଦ୍ଧା: କୋଭିଡ କଟକଣାରେ ଉଦଘାଟିତ ହେଲା ଗାଁ ମହୋତ୍ସବ-2021 । ବେଗୁନିଆ ବ୍ଲକ କଣ୍ଟାବାଡ ପଞ୍ଚାୟତ ମଲ୍ଲିପଦର ବାସୁଦେବପୁରରେ ଅନୁଷ୍ଠିତ ମହୋତ୍ସବକୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଉଦଘାଟନ କରିଛନ୍ତି । ଅନୁଷ୍ଠାନର ସଭାପତି ବିଦ୍ୟାଧର ମହାରଣାଙ୍କ ଅଧ୍ୟକ୍ଷତା ଓ ଶିକ୍ଷକ ଅଳେଶ ମହାପାତ୍ରଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ସାଂସଦ ଅପରାଜିତା ଷଡଙ୍ଗୀ, ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର, ସାଂସଦ ପ୍ରତିନିଧି ଅନୁ ଚୌଧୁରୀ, ବିଜେପି ନେତା ସୁବାସ ମିଶ୍ର, ସମିତିସଭ୍ୟ ସୁବାସ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଅବସରରେ ସାଂସଦ ଅପରାଜିତା କହିଥିଲେ ଗାଁର ପ୍ରତିଭାକୁ ଚିହ୍ନଟ କରିବାକୁ ମହୋତ୍ସବ ହେଉଛି ମାଧ୍ୟମ । ସେହିପରି ପ୍ରତି ଗାଁରେ ଏହିଭଳି ମହୋତ୍ସବ କରି ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାର ଆବଶ୍ୟକତା ରହିଛି । ମହୋତ୍ସବରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା କଳାକାରମାନେ ଚିତାକର୍ଷକ ନୃତ୍ୟ ପରିବେଷଣ କରିଥିବା ବେଳେ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.