ETV Bharat / state

ଚଞ୍ଚକତା କରି ଜମି ହଡପ ଅଭିଯୋଗ, ତହସିଲ ଆଗରେ ଧାରଣା ଦେଲେ ପରିବାର

author img

By

Published : Aug 20, 2022, 9:26 PM IST

ବୋଲଗଡ ତହସିଲ ଅନ୍ତର୍ଗତ ଫାସିଓଦା ମୌଜାର ସର୍ବେଶ୍ଵର ବରାଡ ଏବଂ ତାଙ୍କ ଭଉଣୀ ନିଶାମଣି ବରାଡ଼ଙ୍କ ନାମରେ ନିଜସ୍ବ ପ୍ଲଟ ରହିଥିଲା । ତେବେ ସେହି ପ୍ଲଟକୁ ସର୍ବେଶ୍ଵରଙ୍କ ବିନା ଦସ୍ତଖତରେ ଆଉ କାହା ନାମରେ କିପରି ପଞ୍ଜିକୃତ କରାଗଲା ସେନେଇ ପରିବାର ପକ୍ଷରୁ ଧାରଣା । ଅଧିକ ପଢନ୍ତୁ

ବୋଲଗଡ଼ ତହସିଲର ଚଞ୍ଚକତା କରି ଜମି ହଡପ ଅଭିଯୋଗ, ଧାରଣା ଦେଲେ ପରିବାର

ଖୋର୍ଦ୍ଧା: ବୋଲଗଡ ତହସିଲଦାରଙ୍କ ଚଞ୍ଚକତା । ଅନ୍ୟ ମାଲିକାନାରେ ଥିବା ପ୍ଲଟ ବିନା ଅନୁମତିରେ ଆଉ କାହା ନାମରେ କଲେ ପଞ୍ଜିକୃତ । ଏହି ଅଭିଯୋଗ ଆଣି ତହସିଲଦାର ଅଫିସ ଆଗରେ ଧାରଣା ଦେଲେ ଜମି ମାଲିକାନାରେ ଥିବା ପରିବାର । ବୋଲଗଡ ତହସିଲ ଅନ୍ତର୍ଗତ ଫାସିଓଦା ମୌଜାର ସର୍ବେଶ୍ଵର ବରାଡ ଏବଂ ତାଙ୍କ ଭଉଣୀ ନିଶାମଣି ବରାଡ଼ଙ୍କ ନାମରେ ନିଜସ୍ବ ପ୍ଲଟ ରହିଥିଲା । ତେବେ ସେ ଜମିକୁ ନିଶାମଣୀଙ୍କ ପୁଅ କବିରାଜ ବିଶ୍ୱାଳ ଓ ଅଖିଳ ବିଶ୍ୱାଳ ଚଞ୍ଚକତା କରି ସର୍ବେଶ୍ୱରଙ୍କ ବିନା ମଞ୍ଜୁରୀରେ ନିଜ ନାମରେ ପଞ୍ଜିକୃତ କରିଥିବା ଅଭିଯୋଗ କରିଛନ୍ତି ସର୍ବେଶ୍ଵର । ତେବେ ସେହି ପଟାକୁ ଖାରଜ କରିବା ଦାବିରେ ବୋଲଗଡ଼ ତହସିଲ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ସର୍ବେଶ୍ୱର ବରାଡ଼ଙ୍କ ପରିବାର ।

ସୂଚନା ଅନୁଯାୟୀ ବୋଲଗଡ଼ ତହସିଲ ଫାସିଓଦା ମୌଜାରେ ଥିବା ଖାତା ନଂ 648 ର ପ୍ଲଟ ନଂ 1502 ଓ 1503 ଦୁଇଟି ପ୍ଲଟରୁ 577 ଡେସିମେଲ ଚଞ୍ଚକତା କରି ହଡପ ହୋଇଥିବା ଅଭିଯୋଗ କରିଛନ୍ତି ସର୍ବେଶ୍ୱର ବରାଡ଼ ଏବଂ ତାଙ୍କ ପୁଅ ସନ୍ତୋଷ କୁମର ବରାଡ଼ । ସରକାରଙ୍କ ନିୟମ ଅନୁଯାୟୀ ଶାବକ ଜମି ଗୁଡିକ ପଟା ହୋଇପାରିବ ନାହିଁ । ତେବେ ସର୍ବେଶ୍ବର ବରାଡଙ୍କ ବିନା ଦସ୍ତଖତରେ ଆରଆଇ କେମିତି ସେହି ଜମିର ପଟା ବାହାର କରି ପାରିଲେ ତାକୁ ନେଇ ପ୍ରଶ୍ନ କରିଛନ୍ତି ପରିବାର ଲୋକେ ।

ତେବେ ସେହି ପ୍ଲଟ ପାର୍ଟିସନ ପାଇଁ 2016 ମସିହାରୁ କୋର୍ଟରେ କେସ ବିଚାରାଧୀନ ଥିବା ବେଳେ କିଭଳି ଅନ୍ୟ ନାମରେ ରେଜିଷ୍ଟ୍ରେସନ କରାଗଲା ତାହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ । ସେପଟେ ଘଟଣା ସମ୍ପର୍କରେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଛନ୍ତି ବୋଲଗଡ଼ ତହସିଲଦାର ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.