ETV Bharat / state

ବୋଲଗଡ ସିଡିପିଓଙ୍କ ନାମରେ ଅର୍ଥ ହେରଫେର ଅଭିଯୋଗ

author img

By

Published : Apr 27, 2023, 3:30 PM IST

Updated : Apr 27, 2023, 4:57 PM IST

ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ କ୍ରିଷ୍ଣାପ୍ରିୟା ପ୍ରଧାନଙ୍କ ନାମରେ ଅର୍ଥ ହେରଫେର ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

corruption allegations aganist cdpo
ଟଙ୍କା ଆତ୍ମସାତ କରି ହରଡ଼ଘଣାରେ ସିଡିପିଓ
ଟଙ୍କା ଆତ୍ମସାତ କରି ହରଡ଼ଘଣାରେ ସିଡିପିଓ

ଖୋର୍ଦ୍ଧା: ଟଙ୍କା ଆତ୍ମସାତ କରି ହରଡ଼ଘଣାରେ ସିଡିପିଓ । ସିଡିପିଓଙ୍କ ନାମରେ 35 ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଅର୍ଥ ହେରଫେର ଅଭିଯୋଗ ହୋଇଛି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ କ୍ରିଷ୍ଣାପ୍ରିୟା ପ୍ରଧାନଙ୍କ ନାମରେ ଅର୍ଥ ଆତ୍ମସାତ ଅଭିଯୋଗ ହୋଇଛି । ବୋଲଗଡ ବ୍ଲକରେ ଆଇସିଡିଏସରେ ଆସୁଥିବା ଅର୍ଥ ବାଟମାରଣା କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ମହିଳା ଓ ଶିଶୁମାନଙ୍କ ସୁରକ୍ଷା, ସୁସ୍ଥତା ଓ ବିକାଶ ପାଇଁ ଅଙ୍ଗନବାଡ଼ି ମାଧ୍ୟମରେ କୋମଳମତୀ ପିଲାମାନଙ୍କ ଓଜନ ଦିବସ, ପ୍ରି ସ୍କୁଲ ପିଲାମାନଙ୍କୁ ପୋଷାକ, ଜୋତା, ଚିତ୍ରକଳା, ଟ୍ରେନିଂ, ବିଭିନ୍ନ ସାମଗ୍ରୀ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କାର୍ଯ୍ୟକ୍ରମ ସୁପରିଚାଳନା ପାଇଁ ପ୍ରତି ବ୍ଲକରେ ଦାୟିତ୍ବରେ ସିଡିପିଓ ଅଛନ୍ତି । ସେମାନେ ରାଜକୋଷରୁ ମୋଟା ଅଙ୍କର ଦରମା ନେଉଛନ୍ତି । କିନ୍ତୁ ଯୋଜନା ପାଇଁ ଆସୁଥିବା ଟଙ୍କାକୁ ଦାୟିତ୍ବରେ ଥିବା ଅଧିକାରୀ ଲୁଣ୍ଠନ କରୁଥିବା ଅଭିଯୋଗ ହୋଇଛି । ବୋଲଗଡ ବ୍ଲକରେ ଆଇସିଡିଏସରେ ଆସୁଥିବା ଅର୍ଥ ବାଟମାରଣା କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ବ୍ଲକ୍‌ର 19ଟି ପଞ୍ଚାୟତରେ ରହିଥିବା 128ଟି ଅଙ୍ଗନବାଡି କେନ୍ଦ୍ର ଦାୟିତ୍ବରେ ଥିବା ବୋଲଗଡ ସିଡିପିଓ କ୍ରିଷ୍ଣା ପ୍ରିୟା ପ୍ରଧାନ ପ୍ରାୟ 30 ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ କରିଛନ୍ତି ବୋଲଗଡ ବ୍ଲକ ଉପାଧ୍ୟକ୍ଷ ରମେଶ ସାହୁ । ଏନେଇ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ମହିଳା ଓ ଶିଶୁବିକାଶ ବିଭାଗର ପ୍ରମୁଖ ସଚିବଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି । ଏହା ସହ କୋମଳମତୀ ଶିଶୁଙ୍କ ଉଦ୍ଦେଶ୍ୟରେ ଆସିଥିବା ଅର୍ଥ କିପରି ପ୍ରୋଗ୍ରାମ କରା ନଯାଇ ଖର୍ଚ୍ଚ କରାଯାଉଛି ତାହାକୁ ନେଇ ପ୍ରଶ୍ନ କରିଛନ୍ତି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକ । ନଚେତ ଆସନ୍ତ ଦୁଇ ତାରିଖରେ ବୋଲଗଡ଼ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି କହିଛନ୍ତି ।

ଏହା ବି ପଢନ୍ତୁ...ରାଇଘର ସୀମାରେ ଗୁଳି ବିନିମୟ, ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

2022 ମସିହାରେ ବୋଲଗଡ ବ୍ଲକରେ କ୍ରିଷ୍ଣାପ୍ରିୟା ପ୍ରଧାନ ସିଡିପିଓ ଦାୟିତ୍ବ ନେଇଥିଲେ । ଗତ ଜୁନ ମାସରେ ବ୍ଲକର 128ଟି ଅଙ୍ଗନବାଡି କେନ୍ଦ୍ରରେ 6 ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କର ଓଜନ କରାଯାଇ ଓଜନ ଦିବସ ପାଳନ କରିବା ପାଇଁ ସରକାର ପ୍ରତି କେନ୍ଦ୍ରକୁ 500 ଟଙ୍କା ଅନୁଦାନ ସହ ସମୁଦାୟ 1ଲକ୍ଷ 14 ହଜାର ଦେଇଥିଲେ । ସେହିପରି ବ୍ଲକର 5ଟି ସ୍ବୟଂ ସହାୟକ ଗୋଷ୍ଠୀ ଅଙ୍ଗନବାଡି ପିଲାଙ୍କ ପାଇଁ ପୋଷାକ ଓ ଜୋତା ପାଇଁ 7 ଲକ୍ଷ 78 ହଜାର, ଅରୁଣିମା କୁନି କ୍ୟାଲେଣ୍ଡର ଯୋଗାଇବା ପାଇଁ ପ୍ରତି କେନ୍ଦ୍ରରୁ ଏକ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ହେଲେ ସିଡିପିଓ କାହାକୁ ଟଙ୍କା ନଦେଇ ନିଜେ ହଡପ କରିଥିବା ବ୍ଲକ ଅଙ୍ଗନବାଡି ସଂଘର ଉପଦେଷ୍ଟା ଗଙ୍ଗାଧର ଦାଶ ଅଭିଯୋଗ କରିଛନ୍ତି ।

ଅଭିଯୋଗ ପରେ ଅତିରିକ୍ତ ଜିଲ୍ଲାପାଳ ଓ ଡିଏସଡବ୍ଲୁ ତଦନ୍ତ କରି ଗତ ନଭେମ୍ବର 2022ରୁ ସିଡିପିଓଙ୍କ ଦରମା ବନ୍ଦ କରିଥିବା ସହ ଆର୍ଥିକ କ୍ଷମତାରୁ ହଟାଯାଇ ବେଗୁନିଆ ସିଡିପିଓ ରଞ୍ଜୁବାଳା ସାହୁଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ସେପଟେ ବୋଲଗଡ଼ ସିଡିପିଓ କରିଥିବା ହଡପ ଅର୍ଥ ବିଭାଗ ଆଦାୟ ନକଲେ ବୋଲଗଡ଼ ବ୍ଲକ ସହ ସିଡିପିଓ ଅଫିସ ଘେରାଉ କରିବାକୁ ଜିଲ୍ଲା ଭାରତୀୟ ମଜଦୁର ସଂଘ ସମ୍ପାଦକ ଅକ୍ଷୟ ରାଉତରାୟ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Apr 27, 2023, 4:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.