ETV Bharat / state

ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି, ନବ ଦାସ ଅମର ରହେ ଶବ୍ଦରେ ପ୍ରକମ୍ପିତ ହେଲା ପରିସର

author img

By

Published : Jan 30, 2023, 7:38 AM IST

Updated : Jan 30, 2023, 5:16 PM IST

ରବିବାର ବିଳମ୍ବିତ ରାତିରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମର ଶରୀର ବିଧାନସଭାକୁ ଅଣାଯାଇଥିଲା । ରାଜ୍ୟର ସମସ୍ତ ନେତା ଏବଂ ମନ୍ତ୍ରୀ, ବିଧାୟକ ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେହି ସମୟରେ ସମସ୍ତଙ୍କ ଆଖି ଅଶ୍ରୁରେ ଭରିଯାଇଥିବା ବେଳେ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ । ଅଧିକ ପଢନ୍ତୁ

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି
ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ଗୁଳିମାଡରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ଖବର ସାରା ରାଜ୍ୟକୁ ଦୋହଲାଇ ଦେଇଛି । ଦଳମତ ନିର୍ବିଶେଷରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି । ଘଟଣାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି । ସନ୍ଧ୍ୟାରେ ପରଲୋକ ଖବର ପାଇବା ପରେ ସବୁଠି ଶୋକ ଦେଖିବାକୁ ମିଳିଥିଲା । ରାତି ପ୍ରାୟ ୯ଟା ସମୟରେ କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ମର ଶରୀରର ବ୍ୟବଚ୍ଛେଦ ହେବା ପରେ ସେଠାରୁ ପ୍ରଥମେ ବିଧାନସଭାକୁ ଆଣାଯାଇଥିଲା । ବିଳମ୍ବିତ ରାତିରେ ବିଧାନସଭା ପରିସରରେ ସ୍ବର୍ଗତ ନବ କିଶୋର ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ନିଜର ପ୍ରିୟ ନେତାଙ୍କୁ ହରାଇ ମ୍ରିୟମାଣ ହୋଇଥିଲେ ନେତା ବୃନ୍ଦ ।

ଏହା ମଧ୍ୟ ପଢନ୍ତୁ: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବିୟୋଗ, ଶୋକବାର୍ତ୍ତା ଜଣାଇଲେ ରାଜ୍ୟର ମନ୍ତ୍ରୀ ଓ ବିଧାୟକ

ବିଧାମସଭା ବାତସ୍ପତି ବିକ୍ରମ କେଶରୀ ଆରୁଖ, ଉପ ବାଚସ୍ପତି ରଜନୀକାନ୍ତ ସିଂ, କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା, ମୋହନ ମାଝୀ, ପ୍ରଶାନ୍ତ ମୁଦୁଲି ପ୍ରମୁଖ ଶେଷ ଦର୍ଶନ କରିଥିଲେ । ନିଜର ପ୍ରିୟ ସାଥୀଙ୍କୁ ଶେଷ ବିଦାୟୀ ଜଣାଇବା ପାଇଁ ବିଧାନସଭା ପରିସରରେ ପ୍ରାୟ ୭୦ରୁ ଅଧିକ ବିଧାୟକ ଏବଂ ମନ୍ତ୍ରୀ ଉପସ୍ଥିତ ରହିଥିଲେ । ବାଚସ୍ପତି ଏବଂ ଉପ ବାଚସ୍ପତିଙ୍କ ପରେ ଜଣେଜଣେ ମନ୍ତ୍ରୀ ଏବଂ ବିଧାୟକ ତାଙ୍କ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପୂରା ପରିବେଶ ଦୁଃଖ ଏବଂ କୋହରେ ଭିଜିଥିଲା । ନବ ଦାସ ଅମର ରହେ ଶବ୍ଦରେ ପ୍ରକମ୍ପିତ ହେଉଥିଲା ବିଧାନସଭା ପରିସର । ସବୁ ନେତା ମନ୍ତ୍ରୀ ସ୍ତବ୍ଧ ହୋଇଯାଇଥିବା ବେଳେ କାହାର ପାଟିରୁ ମଧ୍ୟ ଶବ୍ଦ ବାହାରୁ ନଥିଲା । ସ୍ବାସ୍ଥ୍ୟ କ୍ଷେତ୍ରରେ ଅପୂର୍ବ ପରିବର୍ତ୍ତନ ଆଣିବାକୁ ସ୍ବପ୍ନ ଦେଖୁଥିବା ଲୋକ ଯେ ଏତେ ଶୀଘ୍ର ଆରପାରିକୁ ଚାଲିଯିବ କେହି ମଧ୍ୟ ବିଶ୍ବାସ କରିପାରୁନାହାନ୍ତି । ବିଧାନସଭାରେ ଶେଷ ଦର୍ଶନ ପରେ ତାଙ୍କ ଶରୀରକୁ ତାଙ୍କ ବାସଭବନକୁ ନିଆଯାଇଥିଲା ।

ନବଙ୍କ ରାଜନୀତି ଜୀବନ: ବିଶେଷକରି ପଶ୍ଚିମ ଓଡିଶାର ହେଭିଓ୍ବେଟ ନେତା ଭାବେ ତାଙ୍କ ଦବଦବା ଥିଲା । 2004, 2009 ଏବଂ 2014ରେ ସେ କଂଗ୍ରେସରୁ ବିଧାୟକ ହୋଇଥିଲେ । 2019ରେ ବିଜେଡିରୁ ପାର୍ଥି ହୋଇ ଜିତିଥିଲେ। 2019 ନିର୍ବାଚନ ବିଜେଡି ଟିକେଟରେ ଲଢି ପ୍ରଥମ ଥର ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ହୋଇଥିଲେ । ମନ୍ତ୍ରୀ ହେବା ପରେ ଅନେକ ଭଲ କାମ କରି ନବ ଚର୍ଚ୍ଚାକୁ ବି ଆସିଥିଲେ । ଅନେକ ବିବାଦୀୟ ଟିପ୍ପଣୀ ଦେଇ ମଧ୍ୟ ଆକ୍ରୋଶର ଶିକାର ହୋଇଥିଲେ । ତାଙ୍କର ଦକ୍ଷତା ପ୍ରଭାବ ଓ ନେତୃତ୍ବକୁ ଦେଖି ବିଜେଡି ତାଙ୍କୁ ପୁରା ପଶ୍ଚିମ ଓଡିଶାର ସଂଗଠନ ଉପରେ ମଧ୍ୟ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 30, 2023, 5:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.