ETV Bharat / state

Akshya Trutiya: ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ

author img

By

Published : Apr 23, 2023, 12:06 PM IST

Updated : Apr 23, 2023, 2:27 PM IST

ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ । ଓୟୁଏଟି ଫାର୍ମରେ ଭୂମି ପୂଜନ ସହ ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

Akshya Trutiya
Akshya Trutiya
Akshya trutiya

ଭୁବନେଶ୍ବର: ଆଜି ପବିତ୍ର ଅକ୍ଷୟ ତୃତୀୟା । ବିଶ୍ବାସ ରହିଛି ଆଜିର ଦିନରେ ଯେଉଁ କାର୍ଯ୍ୟ କରିବେ ତାହା ସୁରୁଖୁରୁରେ ହୋଇଥାଏ । ତେଣୁ ଏହି ଦିନକୁ ଶୁଭଦିନ ବୋଲି କୁହାଯାଏ । ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରମୁଣ୍ଡା ସ୍ଥିତ ଓୟୁଏଟି ଫାର୍ମରେ ଭୂମି ପୂଜନ ସହ ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟସ୍ତରୀୟ କୃଷକ ଦିବସ ଅବସରରେ ବିଭାଗ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାମିଲ ହୋଇ ଅଖିମୁଠି ଅନୁକୂଳ ସହ ହଳ ବୁଲେଇ ଥିଲେ । ଚାଷୀ ଲଙ୍ଗଳ କଣ୍ଟାରେ ସମ୍ପୂର୍ଣ୍ଣ ଜମିକୁ ହଳ କରି ବିହନ ବୁଣିଥିଲେ ମୁଖ୍ୟମନ୍ତ୍ରୀ ।

Akshya trutiya
Akshya trutiya

ଏହି କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସହ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଓୟୁଏଟି କ୍ୟାମ୍ପସ ଠାରେ ଏକ କୃଷକ ମେଳାର ମଧ୍ୟ ଆୟୋଜନ ହୋଇଛି । କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ, ''ସକାଳୁ ବର୍ଷା ହୋଇ ଆଜିର ଦିନ ଶୁଭମୟ ବୋଲି ସଙ୍କେତ ଦେଇଦେଇଛି । ତେଣୁ ଆଗକୁ କୃଷି ଓ କୃଷକ ପାଇଁ ସବୁ ଭଲ ହେବ । ଏହି ଅବସରରେ କୃଷକ ମେଳାର ଆୟୋଜନ କରାଯାଇଥିବା ବେଳେ ମାଣ୍ଡିଆ ପ୍ରସ୍ତୁତ ସାମଗ୍ରୀ ଓ ଖାଦ୍ୟର ପଦର୍ଶନୀ କରାଯାଇଥିଲା । ''

Akshya trutiya
Akshya trutiya

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ କହିଛନ୍ତି ଯେ, ''ଆଜି ହେଉଛି ଏକ ପବିତ୍ର ଦିନ । ଚାଷ ଓ ଚାଷୀଙ୍କ ପାଇଁ ଏକ ଶୁଭ ଦିନ ସର୍ବାଙ୍ଗୀନ ବିକାଶ ସାଧିତ ହେଉ ବୋଲି ମୁଁ ଜଗନ୍ନାଥ ପାଖରେ ପ୍ରାର୍ଥନା କରୁଛି । ଚଳିତବର୍ଷ ରାଜ୍ୟ ସରକାର କୃଷକ ଓ କୃଷିର ଉନ୍ନତି ପାଇଁ ଅନେକ କାର୍ଯ୍ୟ ହାତକୁ ନେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ରଙ୍ଗୋଲିରେ ୫୦ ଫୁଟର ହକି ବିଶ୍ୱକପ ଟ୍ରଫି, ଇଣ୍ଡିଆ ବୁକ ଅଫ ରେକର୍ଡରେ ମିଶନ ରାଉରକେଲା

ଓୟୁଏଟି କୁଳପତି ପ୍ରଭାତ କୁମାର ରାଉଳ କହିଛନ୍ତି, ''ଚଳିତ ବର୍ଷ ପାଗ ଚାଷୀ ପାଇଁ ଅନୁକୂଳ ରହିବ । ଅକ୍ଷୟ ତୃତୀୟା ପୂର୍ବରୁ 20ଟି କିସମ ପ୍ରସ୍ତୁତ କରାଯାଇଛି । 6ଟି ଧାନର କିସମ ପ୍ରସ୍ତୁତ ହୋଇଥିବା ବେଳେ ଡାଲି ଜାତୀୟ ସହ ବାଇଗଣ ଟମାଟୋ ଭଳି ପନିପରିବାର ବିହନ କିସମ ପ୍ରସ୍ତୁତ କରାଯାଇଛି । କୋରାପୁଟ ଓ଼ କନ୍ଧମାଳର ଚାଷୀଙ୍କ ପାଇଁ 3ଟି ଅଦା ଓ 2ଟି ହଳଦୀର ନୂଆ ବିହନ ପ୍ରସ୍ତୁତ କରାଯାଇଛି । ବିଶ୍ବବିଦ୍ୟାଳୟ ତରଫରୁ ବିହନ ଗୁଡିକୁ ପ୍ୟାକେଟ କରି ସରକାରଙ୍କୁ ଦିଆଯିବ । ''

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 23, 2023, 2:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.