ETV Bharat / state

ମଝି ଆକାଶରେ ମାଡ ହେଲା ପକ୍ଷୀ , ଭୁବନେଶ୍ୱର ଏୟାରପୋର୍ଟରେ ଏୟାର ଏସିଆ ବିମାନର ଜରୁରୀ ଅବତରଣ - ବିମାନରେ ପକ୍ଷୀ ମାଡ଼

ଏୟାର ଏସିଆ ବିମାନର ଜରୁରୀ ଅବତରଣ । ଭୁବନେଶ୍ୱର ବିମାନ ବନ୍ଦରରୁ ଉଡାଣ ଭରିବା ପରେ ବିମାନରେ ପକ୍ଷୀ ବାଜିବାରୁ ଜରୁରୀ ଅବତରଣ କରାଯାଇଛି । ଅଧିକ ପଢନ୍ତୁ

AirAsia flight makes emergency landing
AirAsia flight makes emergency landing
author img

By

Published : Mar 2, 2023, 8:06 PM IST

Updated : Mar 2, 2023, 8:20 PM IST

AirAsia flight makes emergency landing

ଭୁବନେଶ୍ବର: ଏୟାର ଏସିଆ ବିମାନ ଭୁବନେଶ୍ଵର ବିମାନବନ୍ଦରରେ ଜରୁରୀ ଅବତରଣ। ଭୁବନେଶ୍ୱର ବିମାନ ବନ୍ଦରରୁ ଉଡାଣ ଭରିବା ପରେ ବିମାନରେ ପକ୍ଷୀ ବାଜିବାରୁ ବିମାନକୁ ତୁରନ୍ତ ଜରୁରୀ ଅବତରଣ କରାଯାଇଛି। ଭୁବନେଶ୍ୱର ରୁ ପୁନେ ଅଭିମୁଖେ ଯାଉଥିବା ଏହି ବିମାନଟି ଦିନ 3 ଟା 6 ସମୟରେ ଭୁବନେଶ୍ୱର ଛାଡିଥିବା ବେଳେ ଏଥିରେ 132ଜଣ ଯାତ୍ରୀ ଥିବା ସୂଚନା ମିଳିଛି। ହେଲେ ଉପରକୁ ଉଠିବାର କିଛି ସମୟ ମଧ୍ୟରେ ବିମାନରେ ପକ୍ଷୀ ମାଡ଼ ହୋଇଥିଲା। ତେବେ ଏହାକୁ ଯାନ୍ତ୍ରିକ ତ୍ରୁଟି ଦର୍ଶାଇ ପାଇଲଟ ଜରୁରୀ ଅବତରଣ କରାଇଥିଲେ। ବିମାନ ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ରହିଛି।

ସୂଚନା ଅନୁଯାୟୀ, ପକ୍ଷୀ ବାଜିବାରୁ ବିମାନ ବିଳମ୍ବ ହୋଇଛି। ଭୁବନେଶ୍ୱର ରୁ ପୁନେ ଯାଉଥିବା ଏୟାର ଏସିଆ ବିମାନରେ ପକ୍ଷୀ ବାଜିଥିଲା। ଉଡାଣ ଭରିବା ବେଳେ ପକ୍ଷୀଟି ବିମାନ ରେ ବାଜିବାରୁ ବିମାନ କୁ ଅଟକା ଯିବା ସହ ଏବେ ଯାଞ୍ଚ ଚାଲିଛି। ତେବେ ଏହି ବିମାନର ନମ୍ବର ଏୟାର ଏସିଆ ଆଇ5-319 ହୋଇଥିବା ବେଳେ ବିମାନ ଉଡାଣ ଆରମ୍ଭ କରିଥିଲା 3.06 ମିନିଟରେ। ଏଥିସହ ପୁନେ ରେ ପହଞ୍ଚି ଥାନ୍ତା 5.05 ରେ। 1200 ଫୁଟ ଉପରକୁ ଉଠୀଥିଲା ବିମାନ। ଜରୁରୀ ଆବରଣ ପରେ ଚାଲିଛି ଯାଞ୍ଚ। ବାରମ୍ବାର ବିମାନ ବନ୍ଦରରେ ପକ୍ଷୀ ବାଜିବା, ରନ ୱେ କୁ ସାପ ଆସିଯିବା ସହ ଅନେକ ଜୀବଜନ୍ତୁ ମାନେ ମଧ୍ୟ ରନ ୱେ କୁ ଆସି ଯିବାରର ନଜରକୁ ଆସିଛି।

ତେବେ ପ୍ରକାଶ ଥାଉକି , ମାର୍ଚ୍ଚ ୫ ତାରିଖ ଦିନ ପ୍ରବାଦ ପୁରଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ତିଥିରେ ଡାକୋଟାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତା ପୂର୍ବରୁ ଏଭଳି ଅଘଟଣ ଘଟିଛି। ତେବେ ଏହି ବିମାନଟି ୬୪ ଫୁଟ ୮ ଇଞ୍ଚ ଲମ୍ବର ଏହି ବିମାନ ଡେଣାଗୁଡ଼ିକର ଚଉଡ଼ା ୯୫ ଫୁଟ । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁ ଜଣେ ଦକ୍ଷ ପାଇଲଟ୍‌ ଭାବେ ସେ ଅନେକ ଦୁଃସାହସିକ କାର୍ଯ୍ୟ କରିଛନ୍ତି । ସେ ଚଳାଉଥିବା ଡାକୋଟା ବିମାନ ତାଙ୍କର ସ୍ମୃତିକୁ ତାଜା କରିବା ସହ ତାଙ୍କ ବୀରତ୍ୱର ଗାଥା ବର୍ଣ୍ଣନା କରିବ। ଡଚ୍‌ଙ୍କ କବଳରୁ ଇଣ୍ଡୋନେସିଆର ପ୍ରଥମ ପ୍ରଧାନମନ୍ତ୍ରୀ ସୁକୋର୍ଣ୍ଣୋଙ୍କୁ ଡାକୋଟା ସହାୟତାରେ ଉଦ୍ଧାର କରିଥିଲେ ବିଜୁ ବାବୁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 2, 2023, 8:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.