ETV Bharat / state

କଂଗ୍ରେସରେ ଅଛି, କଟକରୁ ନିର୍ବାଚନ ଲଢିବି: ମହମ୍ମଦ ମୋକିମ

author img

By ETV Bharat Odisha Team

Published : Oct 26, 2023, 9:20 PM IST

ବିଧାୟକ ମହମ୍ମଦ ମୋକିମ କହିଛନ୍ତି, ‘‘ଦଳ ଯଦି ମୋ ନିଲମ୍ବନ ପ୍ରତ୍ୟାହାର କରିବ ମୁଁ ନିର୍ବାଚନ ଲଢ଼ିବି ଆଉ କଟକରୁ ହିଁ ଲଢ଼ିବି। ନିର୍ବାଚନ ପାଇଁ ମୁଁ ପ୍ରସ୍ତୁତ ରହିଛି। ଗୋଟିଏ ଦଳର ନେତା ଆମେ ସବୁ ଏକାଠି ହେବା ବହୁତ ଖୁସି ଲାଗିଲା। ଦୁର୍ଗାପୂଜା ପାଇଁ ମାଆଙ୍କ ପୂଜା ଘରେ ଏକତ୍ରିତ ହେଲୁ।" ଅଧିକ ପଢନ୍ତୁ

କଂଗ୍ରେସରେ ଅଛି, କଟକରୁ ନିର୍ବାଚନ ଲଢିବି: ବିଧାୟକ ମହମ୍ମଦ ମୋକିମ

ଭୁବନେଶ୍ବର: କଟକରେ ବିଧାୟକ ମହମ୍ମଦ ମୋକିମ ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଭେଟଘାଟକୁ ନେଇ ବଢିଲା ଚର୍ଚ୍ଚା। ଉଭୟ ନେତା ଏକାଠି ଦୁର୍ଗାପୂଜା ମେଢ ବୁଲିବା ସମୟରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ତାଙ୍କୁ ଅଭ୍ୟର୍ଥନା ଦେଇଥିଲେ । ତାଙ୍କ ସହ ବୁଲିଥିଲେ। ଶରତ ଓ ମୋକିମଙ୍କୁ ଏକାଠି ଦେଖି ସଧାରଣରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ଏହାର ପୂର୍ଣ୍ଣଛେଦ ପକାଇଛନ୍ତି ଖୋଦ ବିଧାୟକ ମହମ୍ମଦ ମୋକିମ। ସେ କହିଛନ୍ତି ମୁଁ କଂଗ୍ରେସରୁ ଲଢିବି ।

ବିଧାୟକ ମହମ୍ମଦ ମୋକିମ କହିଛନ୍ତି, ‘‘ଦଳ ଯଦି ମୋ ନିଲମ୍ବନ ପ୍ରତ୍ୟାହାର କରିବ ମୁଁ ନିର୍ବାଚନ ଲଢ଼ିବି ଆଉ କଟକରୁ ହିଁ ଲଢ଼ିବି। ନିର୍ବାଚନ ପାଇଁ ମୁଁ ପ୍ରସ୍ତୁତ ରହିଛି। ଗୋଟିଏ ଦଳର ନେତା ଆମେ ସବୁ ଏକାଠି ହେବା ବହୁତ ଖୁସି ଲାଗିଲା। ଦୁର୍ଗାପୂଜା ପାଇଁ ମାଆଙ୍କ ପୂଜା ଘରେ ଏକତ୍ରିତ ହେଲୁ। କଂଗ୍ରେସ ଦଳ ମୋତେ ନିଳମ୍ବିତ କରିଛି। କିନ୍ତୁ ମୁଁ ମୋ ନିର୍ବାଚନ ମଣ୍ଡଳୀରେ ଅଛି। ଆଗକୁ ଚିତ୍ର ହେବ ସ୍ପଷ୍ଟ।ବାରମ୍ବାର କହିଛି ମୁଁ କଂଗ୍ରେସ ତୃଣମୂଳ ସ୍ତରର ନେତା। ଯେତେ ଆକ୍ସନ ନେଲେ ବି ଅଛି, ଆଉ ରହିବି। ଖୁବଶୀଘ୍ର ମୋତେ ଦଳ ଗ୍ରହଣ କରିବ। ସାମୂହିକ ନିଲମ୍ବନ ହୋଇଛି। ପୁଣି ଦଳ ମୋତେ ଆପଣାଇ ମୋତେ ମୋ ଦାୟିତ୍ଵ ଫେରାଇବ। ମୁଁ କଂଗ୍ରେସରୁ ଲଢିବି।’’ ସେହିପରି ମୋକିମ କହିଛନ୍ତି କଟକ ସହର ଦୂର୍ଗା ପୂଜା ପାଇଁ ପ୍ରସିଦ୍ଧ। ସମସ୍ତେ ଆସନ୍ତି ଦେଖିବା ପାଇଁ। ପୂଜା ମଣ୍ଡପରେ ସଭାପତିଙ୍କ ସହ ଭେଟଘାଟ ହେଲା। ଉଭୟ ଆଲିଙ୍ଗନ କଲୁ। ଆକସ୍ମିକ ଦେଖା ଥିଲା କିନ୍ତୁ ଭଲ ଦେଖା ସାକ୍ଷାତ ହେଲା ।

ଅଧିକ ପଢନ୍ତୁ- ଟିକେଟ ଦେଲେ କଂଗ୍ରେସରୁ ଲଢ଼ିବି, ନହେଲେ ସ୍ୱାଧୀନ: ମୋକିମ

ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ କଟକ ବାରବାଟୀର ନିଲମ୍ବିତ ବିଧାୟକ ମୋକିମଙ୍କ ଏଭଳି ପ୍ରତିକ୍ରିୟା ଏବେ କଂଗ୍ରେସ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରଶ୍ନ ଉଠୁଛି କେବେ ମୋକିମଙ୍କ ନିଲମ୍ବନ ପ୍ରତ୍ୟାହାର ହେବ ?

ସେପଟେ ମୋକିମଙ୍କ ଏଭଳି ଟିପ୍ପଣୀ ପରେ ମୁଁହ ଖୋଲିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଶରତ କହିଛନ୍ତି ମୋକିମଙ୍କ ନିଲମ୍ବନ ପ୍ରତ୍ୟାହାର ନିଷ୍ପତ୍ତି ଦିଲ୍ଲୀ ନେବ। ନିଲମ୍ବନ ପ୍ରତ୍ୟାହାର ହେଲେ ଆମେ ସ୍ଵାଗତ କରିବୁ। ଆମର ଅସୁବିଧା ନାହିଁ । ଏଆଇସିସି ଉପରେ ନିର୍ଭର କରେ। ମୋ ପାଖକୁ ତାଙ୍କ ନିଲମ୍ବନ ପ୍ରତ୍ୟାହାର ନେଇ କୌଣସି ପ୍ରସ୍ତାବ ଆସିନାହିଁ, ଆସିଥିଲେ ମୁଁ ଦିଲ୍ଲୀ ପଠାଇ ଥାଆନ୍ତି । ଆସିଲେ ବି ପଠେଇବି। ଦିଲ୍ଲୀ ତାଙ୍କୁ ରିପୋର୍ଟ ମାଗିଥିଲା ସେ ଦେଇଥିଲେ ପରେ ଆକ୍ସନ ହୋଇଛି। ଏବେ AICC ଉପରେ ନିର୍ଭର କରେ । ଆଶା ଖୁବଶୀଘ୍ର ହେବ ପ୍ରତ୍ୟାହାର।

ଅଧିକ ପଢନ୍ତୁ- ଉଚ୍ଚ ଅଭିଳାଷ ମୂଳରୁ ନାଶ; ଗୋଷ୍ଠୀ ବୈଠକକୁ ନାପସନ୍ଦ କଲେ ସୁର

ସୂଚନାଯୋଗ୍ୟଯେ ଗତ କିଛି ମାସ ତଳେ ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ନିଲମ୍ବନ ହୋଇଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ। ତାଙ୍କ ସହ କଂଗ୍ରେସର ପୂର୍ବତନ କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ବାଳଙ୍କୁ ମଧ୍ୟ କଂଗ୍ରେସ ନିଲମ୍ବନ କରିଛି । ଭୁବନେଶ୍ବରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉଭୟ ମୋକିମ ଏବଂ ଚିରଞ୍ଜିବୀ ଦଳ ବିରୋଧୀ ମନ୍ତବ୍ୟ ଦେଇଥିଲେ ବୋଲି ଏଆଇସିସି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ବୋଲି ଦଳ ପକ୍ଷରୁ କୁହାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.