ETV Bharat / state

କୃଷି ସାମ୍ବାଦିକତା ସମ୍ମିଳନୀ; ଓଡ଼ିଶା କୃଷିର ରୂପାନ୍ତରିକରଣ ଉପରେ ଗୁରୁତ୍ବ

author img

By ETV Bharat Odisha Team

Published : Dec 11, 2023, 10:43 PM IST

Agricultural Journalism Conference: ଭୁବନେଶ୍ବର ଓୟୁଏଟିରେ କୃଷି ସାମ୍ବାଦିକତା ଓ ଓଡ଼ିଶା କୃଷିର ରୂପାନ୍ତରିକରଣ ସମ୍ବନ୍ଧୀୟ ସମ୍ମିଳନୀ ଆୟୋଜିତ ହୋଇଛି । ଏହି ସମ୍ମିଳନୀରେ ଓଡ଼ିଶା କୃଷିର ରୂପାନ୍ତରିକରଣ ଉପରେ ଗୁରୁତ୍ବାରୋପ କରାଯାଇଛି । ଅଧିକ ପଢ଼ନ୍ତୁ

କୃଷି ସାମ୍ବାଦିକତା ସମ୍ମିଳନୀ
କୃଷି ସାମ୍ବାଦିକତା ସମ୍ମିଳନୀ
କୃଷି ସାମ୍ବାଦିକତା ସମ୍ମିଳନୀ

ଭୁବନେଶ୍ବର: ଓୟୁଏଟିରେ କୃଷି ସାମ୍ବାଦିକତା ଓ ଓଡ଼ିଶା କୃଷିର ରୂପାନ୍ତରିକରଣ ସମ୍ବନ୍ଧୀୟ ସମ୍ମିଳନୀ ଆୟୋଜିତ ହୋଇଛି । କୃଷିକୁ ନେଇ କିଭଳି ଭାବରେ ଅଧିକରୁ ଅଧିକ ତଥ୍ୟ ଚାଷୀ ମାନଙ୍କ ପାଖରେ ପହଞ୍ଚିବ, ସେନେଇ ସମ୍ମିଳନୀରେ ଅଧିକ ଗୁରୁତ୍ବ ଦିଆଯାଇଛି । ବିଶେଷ ଭାବରେ ଓଡ଼ିଶା କୃଷିର ରୂପାନ୍ତରିକରଣ ଉପରେ ଗୁରୁତ୍ବ ଦିଆଯାଇଛି । ଏହି ସମ୍ମିଳୀନରେ ମୁଖ୍ୟ ଅତିଥି ଭାବରେ କୃଷି ଓ କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗ ଦେଇଥିଲେ । ଏହା ସହିତ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳଙ୍କ ସମେତ କୃଷି ଜନିତ ବୈଜ୍ଞାନିକମାନେ ଅଂଶଗ୍ରହଣ କରିଛନ୍ତି । ତେବେ ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ସମ୍ବାଦ ସରବରାହ ସଂସ୍ଥାର କର୍ମକର୍ତା, ଛପା ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧ୍ବ ଏବଂ ବିଭିନ୍ନ ବିଶ୍ବବିଦ୍ୟାଳୟର ଅଧ୍ୟକ୍ଷ, ନିର୍ଦ୍ଦେଶକ, ବୈଜ୍ଞାନିକ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

ଏହି ସମ୍ମିଳନୀରେ କୃଷି ଓ କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି, "ରାଜ୍ୟରେ କୃଷିକୁ ସର୍ବଦା ମହତ୍ତ୍ବ ଦେଇଛନ୍ତି ରାଜ୍ୟ ସରକାର । ଓଡ଼ିଶାର ବିକାଶ ପାଇଁ କୃଷି ସମସ୍ୟାର ସମାଧାନ ନିହାତି ଜରୁରୀ ।" କୃଷି ସାମ୍ବାଦିକତା ଏବଂ ଗଣମାଧ୍ୟମ କିପରି ଓଡ଼ିଶାର କୃଷକ ଓ କୃଷିର ବିକାଶରେ ଆହୁରି ଅଧିକ ସକାରାତ୍ମକ ଭୂମିକା ଗ୍ରହଣ କରିପାରିବ, ସେ ବିଷୟରେ ଗୁରୁତ୍ବାରୋପ କରିଛନ୍ତି ମନ୍ତ୍ରୀ । କୃଷି କ୍ଷେତ୍ରରେ ବିବିଧତା ଏବଂ ଭିନ୍ନତାକୁ ସୁହାଇଲା ଭଳି ଜ୍ଞାନକୌଶଳର ସୁବିନିଯୋଗ କରି ଚାଷୀମାନେ ସମନ୍ବିତ ଓ ସାମୁଦାୟିକ ବିକାଶ ଉପରେ ଗୁରୁତ୍ବାରୋପ କରିଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...‘ମହିଳାଙ୍କ ନେତୃତ୍ବରେ ବିଶ୍ବର ନିରନ୍ତର ବିକାଶ ସମ୍ଭବ’

ଏପଟେ ଏକ ଦୈନିକ ଖବର କାଗଜର ସମ୍ପାଦକ ଡଃ ପ୍ରମୋଦ କୁମାର ମହାପାତ୍ର ଏକବିଂଶ ଶତାବ୍ଦୀରେ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଏବଂ ଏହାର କୃଷି କ୍ଷେତ୍ରରେ ଉପଯୋଗିତା ଉପରେ ଗୁରୁତ୍ବାରୋପ କରିଛନ୍ତି । ଏହି ପରିପ୍ରେକ୍ଷରେ କୃଷି ସାମ୍ବାଦିକତା କିପରି କୃଷି ବୈଜ୍ଞାନିକ ଏବଂ କୃଷକମାନଙ୍କ ମଧ୍ୟରେ ଏକ ସୁଦୃଢ଼ ସେତୁର ରୂପ ନେଇପାରିବ, ସେ ସମ୍ବନ୍ଧରେ ଆଲୋକପାତ କରିଛନ୍ତି । ଏହା ସହିତ ଯଦି କୃଷି କମି କମି ଯାଉଛି, ତେବେ ମଣିଷ ମାନେ ପ୍ରଥମେ ଦାୟୀ ବୋଲି କହିଛନ୍ତି । ସେ କହିଛନ୍ତି, "ସହରରେ ଅନେକ ଲୋକ ଘର କରୁଛନ୍ତି । ଅନେକ ଲୋକ ଗାଁ ଛାଡୁଛନ୍ତି । ହେଲେ କୃଷିକୁ ଅଧିକ ପ୍ରାଧାନ୍ୟ ଦେଉନାହାନ୍ତି । ଏପଟେ କୃଷିକୁ ଅଧିକ କ୍ଷତି ପହଞ୍ଚାଉଛି ପାଣିପାଗର ପରିବର୍ତ୍ତନ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.