ETV Bharat / state

କିଛି ଦିନର ନୀରବତା ପରେ ପୁଣି ଅଶାନ୍ତ ହେଲା ମାର୍କେଟ ବିଲ୍ଡିଂ

author img

By

Published : Aug 16, 2023, 10:39 PM IST

ପୁଣି ମାର୍କେଟ ବିଲ୍ଡିଂରେ ଉଠା ଦୋକାନୀ ଓ ସ୍ଥାୟୀ ବ୍ୟବସାୟୀ ଆସୋସିଏସନ ମୁହାଁମୁହିଁ । ଅସ୍ଥାୟୀ ଦୋକାନୀଙ୍କୁ ସ୍ଥାୟୀ ବ୍ୟବସାୟୀ ବାହାର କରିବାକୁ ନେଇ ଆଶନ୍ତ ହୋଇ ଉଠିଥିଲା ପରିବେଶ । ଅଧିକ ପଢନ୍ତୁ

ଅଶାନ୍ତ ହେଲା ମାର୍କେଟ ବିଲ୍ଡିଂ
ଅଶାନ୍ତ ହେଲା ମାର୍କେଟ ବିଲ୍ଡିଂ
ଅଶାନ୍ତ ହେଲା ମାର୍କେଟ ବିଲ୍ଡିଂ

ଭୁବନେଶ୍ବର: ଅଶାନ୍ତ ମାର୍କେଟ ବିଲ୍ଡିଂ । ଜୋରଜବରଦସ୍ତ ଉଠା ଦୋକାନୀ ବ୍ୟବସାୟ କରୁଥିବା ବେଳେ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ତାଙ୍କୁ ବିରୋଧ କରିବାରୁ ପୁଣି ମୁହାଁମୁହିଁ ହୋଇଛନ୍ତି ଦୁଇ ବ୍ୟବସାୟୀ । ଠେଲାପେଲା ଯୁକ୍ତିତର୍କ ଓ ହୋହାଲ୍ଲା ଦେଖିବାକୁ ମିଳିଥିଲା । ଅସ୍ଥାୟୀ ଦୋକାନୀଙ୍କୁ ସ୍ଥାୟୀ ବ୍ୟବସାୟୀ ବାହାର କରିବାକୁ ନେଇ ଆଶନ୍ତ ହୋଇ ଉଠିଥିଲା ପରିବେଶ । ଏହାକୁ ନେଇ କିଛି ସମୟ ପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂରେ ଉତେଜନା ଦେଖୁବାକୁ ମିଳିଥିଲା । ସ୍ଥାୟୀ ଦୋକାନୀ ଉଠାଦୋକାନୀକୁ ମାର୍କେଟ ବିଲ୍ଡିଂରେ ବସାଇ ଦେବେନି ବୋଲି ବିଏମ୍ସି ସହ ଚୁକ୍ତି କରିବା ପରେ ମାର୍କେଟ ଖୋଲିଥିଲା । ହେଲେ ଦିନ ଟିକେ ଶାନ୍ତ ପଡିଥିବା ବେଳେ ପୁଣି ଆଜି ଉଠାଦୋକାନୀ ସେମାନଙ୍କର ପସରା ମେଳାଇବା ଦେଖି ମାର୍କେଟ ଆସୋସିଏସନ ବ୍ୟବସାୟୀ ତାଙ୍କୁ ବିରୋଧ କରିଥିଲେ ।

ସିକୁରିଟି ସହ ବ୍ୟବସାୟୀ ମିଶି ତାଙ୍କ ପସରା ହଟାଇ ବାସହ ସମସ୍ତ ଜିନିଷ ଫୋପାଡ଼ି ଦେଇଥିଲେ । ଯାହାକୁ ନେଇ ଉଠାଦୋକାନୀମାନେ ଏଇଠି ବ୍ୟବସାୟ କରିବୁ ବୋଲି ଯୁକ୍ତି କରି ଆସୋସିଏସନ ବ୍ୟବସାୟୀଙ୍କ ସହ ମୁହାଁମୁହିଁ ହୋଇଥିଲେ । ଉଭୟଙ୍କ କଥା କଟା କଟିକୁ ନେଇ ଭିତରେ ଉତେଜନା ବଢ଼ିଥିବାରୁ ପୋଲିସ ଆସି ପରିସ୍ଥିତିକୁ ଆୟତ୍ତକୁ ନେଇଥିଲା ।

୧୮ଦିନ ପରେ ଖୋଲିଲା ମାର୍କେଟ ବିଲ୍ଡିଂ, ୧୦୦ କୋଟିର କ୍ଷତି ସହିଛନ୍ତି ବ୍ୟବସାୟୀ

ଅସ୍ଥାୟୀ ଦୋକାନୀମାନେ କହିଛନ୍ତି, ‘‘ଆମ ପାଖରେ ବି କୋର୍ଟର ସ୍ଥଗିତ ଅର୍ଡର ରହିଛି । ଆମେ ବିଏଠି ବ୍ୟବସାୟ କରିବୁ । ହେଲେ ସେଣ୍ଟ୍ରାଲ ମର୍କେର ଆସୋସିଏସନ ଦାଦାଗିରି ଦେଖାଇ ଆମକୁ ଏଠାରୁ ବିଦା କରିଦେଉଛନ୍ତି । ଯାହା ଅତ୍ୟନ୍ତ ନିନ୍ଦନୀୟ । ସମସ୍ତଙ୍କୁ ରୋଜଗାର କରିବାର ଅଧିକାର ରହିଛି ।’’

ଏପଟେ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ କହିଛି, ‘‘ମାର୍କେଟ ବିଲଡିଂ ଖୋଲିବା ଦିନଠୁ ଆମେ ଏଠି ବ୍ୟବସାୟ କରିଆସୁଛୁ । ସୌନ୍ଦର୍ଯ୍ୟକରଣକୁ ଧ୍ୟାନଦେଇ କାହାକୁ ବି ବସିବାକୁ ଦିଯାଉ ନାହିଁ । କିନ୍ତୁ ଆଜି କିଛିଜଣ ଜୋର ଜବରଦସ୍ତ ଵ୍ୟଵସାୟ କରୁଛନ୍ତି । ପ୍ରଥମେ ବୁଝାଇଥିଲୁ ହେଲେ ସେମାନେ ବୁଝିନଥିଲେ ବସିରହିଥିଲେ । ବାଧ୍ୟ ହୋଇ ଆମେ ତାଙ୍କୁ ଉଠାଇଥିଲୁ କୌଣସି ବିଶୃଙ୍ଖଳା ହୋଇନାହିଁ । ଆଗକୁ ମଧ୍ୟ ଏହା ଜାରି ରହିବ ।’’

ଏଠାରେ ସୂଚନା ଥାଉକି, ସ୍ଥାୟୀ ଓ ଅସ୍ଥାୟୀ ଵ୍ୟଵସାୟୀଙ୍କ ଭିତରେ ଲାଗି ରହଥିବା ବିବାଦ ଦୀର୍ଘ ୧୮ ଦିନର ଧାରଣା ପରେ ସମାଧାନ ହୋଇଥିଲା। ବିଏମ୍ସି ଓ ଆସୋସିଏସନ ଭିତରେ ୮ ଦଫା ଚୁକ୍ତି ପରେ ମାର୍କେଟ ବିଲଡିଂ ଖୋଲିଥିଲା । ଯେଉଁଥିରେ ଉଲେଖ ଥିଲା ଯଦି ମାର୍କେଟ ବିଲ୍ଡିଂର ସୌନ୍ଦର୍ଯ୍ୟ ନଷ୍ଟ କରନ୍ତି ତେବେ ଆସୋସିଏସନ ନିଜ ସୁରକ୍ଷା କର୍ମୀଙ୍କୁ ଲଗାଇ ତାଙ୍କୁ ଉଠାଇପାରିବେ । ଏହି ଚୁକ୍ତିଙ୍କୁ ନେଇ ସେମାନେ ଉଠାଦୋକାନୀକୁ ଜୋରଜବରଦସ୍ତ ଉଠାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.