ETV Bharat / state

ସୌମ୍ୟଙ୍କୁ ଘେରିଲେ ଅରୁଣଙ୍କ ପରେ ଅତନୁ, ରାଜନୈତିକ ସଂକୀର୍ଣ୍ଣତାକୁ ନେଇ ବ୍ଲାକମେଲିଂ ଠିକ ନୁହେଁ: ଅତନୁ

author img

By ETV Bharat Odisha Team

Published : Sep 8, 2023, 10:07 PM IST

Updated : Sep 8, 2023, 10:18 PM IST

ସୌମ୍ୟ ବାବୁଙ୍କ ମନ୍ତବ୍ୟର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡିବ ନାହିଁ । ସୌମ୍ୟ ବାବୁ କଣ ଓ କଣ କରିଛନ୍ତି ତାଙ୍କ ରାଜନୈତିକ କ୍ୟାରିୟରର ଇତିହାସକୁ ଦେଖିଲେ ଜାଣିପାରିବେ । ଦଳରେ ରହି ବ୍ଲାକମିଲିଙ୍ଗ କରିବାର ପ୍ରୟାସ କରିବା ତାହା କେବେ ଗ୍ରହଣୀୟ ନୁହେଁ । କିଛି ଏଭଳି କହି ଖଣ୍ଡପଡ଼ା ବିଧାୟକଙ୍କୁ ଟାର୍ଗେଟ କରିଛନ୍ତି ଅତନୁ ସବ୍ୟସାଚୀ ନାୟକ । ଅଧିକ ପଢନ୍ତୁ

ସୌମ୍ୟଙ୍କୁ ଘରିଲେ ଅରୁଣଙ୍କ ପରେ ଅତନୁ; ରାଜନୈତିକ ସଂକୀର୍ଣ୍ଣତାକୁ ନେଇ ବ୍ଲାକମିଲିଙ୍ଗ ଠିକ ନୁହେଁ: ଅତନୁ

ଭୁବନେଶ୍ବର: ତୀବ୍ର ହେଲା ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକକୁ ବିଜେଡି ନେତାଙ୍କ ପାଲଟା ଜବାବ । ଗତକାଲି ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଓ ଆଜି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସିଧାସଳଖ ସୌମ୍ୟଙ୍କୁ ଟାର୍ଗେଟ କରିଛନ୍ତି । ସୌମ୍ୟ ଯେଉଁ ମନ୍ତବ୍ୟ ଦେଉଛନ୍ତି ବା ଲେଖୁଛନ୍ତି ତାକୁ ଅତନୁ ବ୍ୟକ୍ତିଗତ ଭାବେ ବିରୋଧ କରିଛନ୍ତି । ବ୍ଲାକମେଲ କରିବା କିମ୍ବା ରାନୈତିକ ସଂକୀର୍ଣ୍ଣତାକୁ ନେଇ ଚାଲିବା ଠିକ ନୁହେଁ ବୋଲି ସେ କହିଛନ୍ତି । ଦଳ, ମୁଖ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ବାରମ୍ବାର ଟାର୍ଗେଟ କରିବା ଠିକ୍‌ ନୁହେଁ, ଏହା ଦଳ ବିରୋଧୀ । ସୌମ୍ୟଙ୍କ ଲେଖାର ପ୍ରଭାବ ଲୋକଙ୍କ ଉପରେ ପଡ଼ିବ ନାହିଁ । କାରଣ ସୌମ୍ୟ ବାବୁ କଣ, କେତେ ଥର ଦଳ ପରିବର୍ତ୍ତନ କରି ଏଠିକି ଆସିଛନ୍ତି ତାହା ଲୋକେ ଜାଣିଛନ୍ତି । ସୌମ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ହେବ ନା ନାହିଁ ତାହା ଦଳର ସଭାପତି ନିଷ୍ପତି ନେବେ ବୋଲି ଅତନୁ କହିଛନ୍ତି ।

ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ, ସୌମ୍ୟ ବାବୁଙ୍କ ମନ୍ତବ୍ୟର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡିବ ନାହିଁ । ସୌମ୍ୟ ବାବୁ କଣ ଓ କଣ କରିଛନ୍ତି ତାଙ୍କ ରାଜନୈତିକ କ୍ୟାରିୟରର ଇତିହାସକୁ ଦେଖିଲେ ଜାଣିପାରିବେ । କେତେଥର ଦଳ ପରିବର୍ତ୍ତନ କରିଛନ୍ତି, କେଉଁଠାରୁ କେଉଁଠାକୁ ଆସିଛନ୍ତି । ଏବେ କେତେ ନମ୍ବରରେ ପହଁଚିଲେଣି, ଆଗାମୀ ଦିନରେ କେଉଁ ଆଡ଼କୁ ଯିବେ ତାହା ସମସ୍ତେ ଜାଣିଛନ୍ତି । ଦଳରେ ରହି ବ୍ଲାକମେଲିଂ କରିବାର ପ୍ରୟାସ କରିବା ତାହା କେବେ ଗ୍ରହଣୀୟ ନୁହେଁ । ସୌମ୍ୟ ବାବୁ ତାଙ୍କ ଲକ୍ଷ୍ୟରେ ପହଁଚି ପାରିବେ ନାହିଁ । ବିଗତ ଦିନ ମାନଙ୍କରେ ସେ ବିଭିନ୍ନ ସ୍ତରରେ ବ୍ଲାକମିଲିଙ୍ଗ କରିଥିଲେ । ଆଜି ମଧ୍ୟ ବ୍ଲାକମିଲିଙ୍ଗକୁ ଆୟୁଧ କରିଛନ୍ତି ।

ଏହାବି ପଢନ୍ତୁ- ସୌମ୍ୟଙ୍କ ବିସ୍ଫୋରଣ ଜାରି; ଦଲାଲଙ୍କ ହାତରେ ଶାସନ ଭାର, କ୍ଷମତାରେ ବି ଟିମ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସାରା ରାଜ୍ୟକୁ ଗସ୍ତ କଲା । ଗସ୍ତ କରି ଲୋକଙ୍କ ଅଭିଯୋଗ ଆଣିଲା । ସେହି ଅଭିଯୋଗ ସମାଧାନ ହେଉଛି । ଏଥିରେ କେଉଁଠି ଭୁଲ୍‌ ରହିଲା ବୁଝି ହେଉନାହିଁ । ସୌମ୍ୟ ବାବୁଙ୍କର କଣ ଅସୁବିଧା ହେଲା ବୁଝିପାରୁନାହାନ୍ତି । ଯଦି ବୁଝିପାରୁନାହାନ୍ତି ତାହାଲେ ଲୋକଙ୍କୁ ପଚାରନ୍ତୁ । ଆମେ ସୌମ୍ୟ ବାବୁଙ୍କ ମନ୍ତବ୍ୟକୁ ବିରୋଧ କରୁଛୁ । ଏହା ଆଦୌ ଠିକ୍‌ ନୁହେଁ । ସାଧାରଣ ଜନତା ମଧ୍ୟ ଗ୍ରହଣ କରିବେ ନାହିଁ ।

ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପଲିଟିକାଲ ବୟାନବାଜିର ଉତ୍ତର ଦେଇପାରିବ ନାହିଁ । ସୌମ୍ୟ ବାବୁ ଯେଉଁ ପ୍ରଶ୍ନ ଗୁଡ଼ିକ ପଚାରୁଛନ୍ତି, ତାହା ପଥରକୁ ଢେଲା ମାରିବା ପରି । ରାଜନୈତିକ ସଂକୀର୍ଣ୍ଣତାକୁ ନେଇ ବ୍ଲାକମେଲିଂ କରିବା ଆଦୌ ଠିକ ନୁହେଁ । ଦଳର ସଭାପତି ଅଛନ୍ତି । ସେ ଠିକ ସମୟରେ ନିଷ୍ପତ୍ତି ନେବେ । ଦଳର ଜଣେ ସାଧାରଣ ସୈନିକ ଭାବେ ମୋର ଏହା ବ୍ୟକ୍ତିଗତ ମତାମତ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ଓ ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ଯେପରି ଭାବେ ବାରବାର ଟାର୍ଗେଟ କରି ଲେଖୁଛନ୍ତି ଆଦୌ ଗ୍ରହଣୀୟ ନୁହେଁ । ଦଳରେ ରହି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବାବଦରେ କହିବା ଲୋକ ଗ୍ରହଣ କରିବେ ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 8, 2023, 10:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.