ETV Bharat / state

ବିଧାନସଭାରେ ଚାଷୀ ତାତି - ତାତିଲା ବିଧାନସଭା

ଚାଷୀ ସମସ୍ଯାରେ ତାତିଲା ବିଧାନସଭା । ବିରୋଧିଙ୍କ ବିରୋଧରେ କମ୍ପିଲା ଗୃହ । ଶେଷରେ ମନ୍ତ୍ରୀ ରଖିଲେ ମନ୍ତବ୍ଯ ।

ଫାଇଲ ଫଟୋ
author img

By

Published : Aug 2, 2019, 9:32 PM IST

ଭୁବନେଶ୍ବର: ଚାଷ ଓ ଚାଷୀଙ୍କ ସମସ୍ୟାକୁ ନେଇ ଗୃହରେ ଦେଖିବାକୁ ମିଲିଛି ବିରୋଧିଙ୍କ ତାତି। ଏନେଇ ବିରୋଧୀ କଂଗ୍ରେସ ମୁଲତବୀ ନୋଟିସ ମଧ୍ୟ ଆଣିଛି । ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ବାଚସ୍ପତି । ଏ ନେଇ ଆଲୋଚନା ବି ହୋଇଥିଲା। ଚାଷୀ ସମସ୍ୟା ନେଇ କଂଗ୍ରେସ ଓ ବିଜେପି ଗୃହରେ ଉଠାଇଛନ୍ତି ପ୍ରଶ୍ନ ।

ଭିଡ଼ିଓ ସୌଜନ୍ଯ: ବ୍ୟୁରୋ ଚିଫ୍, ଭୁବନେଶ୍ବର

ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ଆମେ ପ୍ରତି ମୂହୁର୍ତ୍ତରେ ଚାଷୀଙ୍କ କଥା ଉଠାଉଛୁ । ଆମ ନେତା ସବୁ ଚାଷୀ ପରିବାରକୁ ଭେଟୁଛନ୍ତି । କିନ୍ତୁ ସରକାର ଚାଷୀ ମୃତ୍ୟୁକୁ ନେଇ ଦେଉଥିବା ବୟାନ ସମ୍ପୂର୍ଣ୍ଣ ବ୍ରିଭାନ୍ତିକର । ସେହିପରି କଂଗ୍ରେସର ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଚାଷୀ ସମସ୍ୟା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ। ରାଜ୍ୟ କହୁଛି ଧାନ କ୍ବିଣ୍ଟାଲ ପିଛା 2400 ଟଙ୍କା ଦେଉଛନ୍ତି ଓ କେନ୍ଦ୍ର ଦେଉଛି 1800। ହିସାବ କରନ୍ତୁ ଏକର ପିଛା ଚାଷୀର କ୍ଷତି କେତେ ? ଯଦି କୃଷିମନ୍ତ୍ରୀ ହିସାବ ଦେଇପାରିବେ, ମୁଁ କୃତଜ୍ଞତା ଦେବି । ସିଆରପିସି ଧାରା 174 ଅନୁସାରେ ଚାଷୀ ଆତ୍ମହତ୍ୟା କଲେ ଜିଲ୍ଲା ମାଜିଷ୍ଟ୍ରେଟ୍ ତଦନ୍ତ କରି ରିପୋର୍ଟରେ କାରଣ ଦର୍ଶାଇବେ । କିନ୍ତୁ ମାଜିଷ୍ଟ୍ରେଟ୍ ଏସବୁରେ ବ୍ୟତିକ୍ରମ କରୁଥିବା ନରସିଂହ କହିଛନ୍ତି ।

ଉତ୍ତରରେ କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। କାଳିଆ, କୃଷିମେଳା, ଧାନ ସଂଗ୍ରହ ବ୍ୟବସ୍ଥା କରାଯାଇଛି। ଯେଉଁଠି ଚାଷୀଙ୍କ ସହ ଅଘଟଣ ଘଟୁଛି, ଜିଲ୍ଲାସ୍ତରରୁ ରିପୋର୍ଟ ମଗାଯାଉଛି। ଲାଗୁଛି, କିଛି ବ୍ୟକ୍ତିଙ୍କ ଇଚ୍ଛା, ଚାଷୀଙ୍କ ସହ ଅଘଟଣ ହେଉ ଓ ସେମାନେ ରାଜନୈତିକ ଫାଇଦା ନେବେ। ସବୁ ତଥ୍ୟ ଦେବା ସତ୍ତ୍ବେ, ପ୍ରସଙ୍ଗ କରିବାକୁ ଚାହୁଁଛନ୍ତି। ନରସିଂହ ମିଶ୍ରଙ୍କୁ ମୁଁ ସମ୍ମାନ ସହ କହୁଛି, ସେ ଜଣେ ଅଭିଜ୍ଞ ଲୋକ। ଚାଷ ସମ୍ପର୍କରେ ତାଙ୍କ ଜ୍ଞାନ ଅଛି ।
ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ

Intro:ଚାଷ ଓ ଚାଷୀ ସମସ୍ୟାକୁ ନେଇ ଗୃହରେ ସରଗରମ ଆଲୋଚନା। ଏନେଇ ବିରୋଧୀ କଂଗ୍ରେସ ମୁଲତବୀ ନୋଟିସ ଆଣିବା ପରେ ବାଚସ୍ପତି ଏହାକୁ ଗ୍ରହଣ କରିଥିଲେ। ଆଲୋଚନା ବି ହୋଇଥିଲା।
ଚାଷୀ ସମସ୍ୟା ନେଇ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି, ଲିଖିତ ଭାବେ ରାଜ୍ୟ ସରକାର କେଉଁଠି ଦ୍ଵର୍ଶାଇ ନାହାନ୍ତି ଚାଷୀ ଆତ୍ମହତ୍ୟା କରିନାହାନ୍ତି ବୋଲି। ସଂସଦରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛସନ୍ତି ଯେ ଋଣ ଭାର ପାଇଁ ଚାଷୀ ଆତ୍ମହତ୍ୟା କରେ। CRPC ଧାରା 174 ଅନୁସାରେ ଚାଷୀ ଆତ୍ମହତ୍ୟା କଲେ District Magistrate ତଦନ୍ତ କରି ରିପୋର୍ଟରେ କାରଣ ଦର୍ଶାଇବେ। ଚାଷୀ ସମସ୍ୟା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ। ରାଜ୍ୟ କହୁଛି ଧାନ quintal ପିଛା 2400 ଟଙ୍କା ଦେଉଛନ୍ତି। କେନ୍ଦ୍ର ଦେଉଛି 1800। ହିସାବ କରନ୍ତୁ ଏକର ପିଛା କ୍ଷତି କେତେ? ଯଦି କୃଷିମନ୍ତ୍ରୀ ହିସାବ ଦେଇପାରିବେ, ମୁଁ କୃତଜ୍ଞତା ଦେବି।Body:ଆମେ ପ୍ରତିମୁହୂର୍ତ ଚାଷୀ କଥା ଉଠାଇଛୁ। ଆମ ନେତା ସବୁ ଚାଷୀ ପରିବାରକୁ ଭେଟିଛନ୍ତି। ସରକାର ଚାଷୀ ମୃତ୍ୟୁକୁ ନେଇ ସବୁ ବିଭ୍ରାନ୍ତୁକର ତଥ୍ୟ ଦେଉଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ।

ଉତ୍ତର ଦେଇ କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।କାଳିଆ, କୃଷିମେଳା, ଧାନ ସଂଗ୍ରହ ବ୍ୟବସ୍ଥା କରାଯାଇଛି। ଯେଉଁଠି ଚାଷୀଙ୍କ ସହ ଅଘଟଣ ଘଟୁଛି, ଜିଲ୍ଲାସ୍ତରରୁ ରିପୋର୍ଟ ମଗାଯାଉଛି। ଲଗୁଛି, କିଛି ବ୍ୟକ୍ତିଙ୍କ ଇଚ୍ଛା, ଚାଷୀଙ୍କ ସହ ଅଘଟଣ ହେଉ ଓ ସେମାନେ ରାଜନୈତିକ ଫାଇଦା ନେବେ। ସବୁ ତଥ୍ୟ ଦେବା ସତ୍ତ୍ୱେ, ପ୍ରସଙ୍ଗ କରିବାକୁ ଚାହୁଁଛନ୍ତି। ନରସିଂହ ମିଶ୍ରଙ୍କୁ ମୁଁ ସମ୍ମାନ ସହ କହୁଛି, ସେ ଜଣେ ଅଭିଜ୍ଞ ଲୋକ। ଚାଷ ସମ୍ପର୍କରେ ତାଙ୍କ ଜ୍ଞାନ ଅଛି ବୋଲି କହିଛନ୍ତି ମନ୍ତ୍ରୀ।
ବାଇଟ ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ଦଳ ନେତା
ବାଇଟ ପ୍ରଦୀପ୍ତ ନାଏକ, ବିରୋଧୀ ଦଳର ନେତା
ବାଇଟ ଅରୁଣ ସାହୁ, କୃଷିମନ୍ତ୍ରୀConclusion:ମୁଲତବୀ ଆଲୋଚନା ରେ ବିଜେପି ଅଂଶଗ୍ରହଣ କରିନଥିଲା। ଏହି ସମୟରେ ଦଳର ସବୁ ବିଧାୟକ ଆକସ୍ମିକ ପାଣ୍ଠି ଖର୍ଚ୍ଚ ଦାବି ଗିଲଟିନ ବଦଳରେ ଆଲୋଚନା ପାଇଁ ଅଡି ବସି ହୋହଲ୍ଲା କରିଥିଲା।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.