ETV Bharat / state

ବନ କର୍ମଚାରୀଙ୍କର ଲିଖିତ ଅଭିଯୋଗ ଆସିଲେ ନିଆଯିବ ପଦକ୍ଷେପ: ମନ୍ତ୍ରୀ

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ବନ କର୍ମଚାରୀଙ୍କର ଲିଖିତ ଦାବି ମୋ ପାଖରେ ବର୍ତ୍ତମାନ ପର୍ଯ୍ୟନ୍ତ ପହଞ୍ଚିନାହିଁ । ଲିଖିତ ଦାବି ଆସିଲେ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ଯାହା ନେବା କଥା ନିଆଯିବ । ଅଧିକ ପଢନ୍ତୁ

author img

By

Published : Jun 19, 2023, 11:03 PM IST

ବନ କର୍ମଚାରୀଙ୍କର ଲିଖିତ ଅଭିଯୋଗ ଆସିଲେ ନିଆଯିବ ପଦକ୍ଷେପ : ମନ୍ତ୍ରୀ

ଭୁବନେଶ୍ବର: ବନ ବିଭାଗର ଅବହେଳା ପ୍ରତିବାଦରେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଣଗେଜେଟେଡ ବନସେବା ସଂଘ । ଶିମିଳିପାଳରେ ଶିକାରୀ ଗୁଳିରେ ୨ ଜଣ ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ବନ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ୫ ଦଫା ଦାବି ନେଇ ଆନ୍ଦୋଳନ କରିବାକୁ ନିଷ୍ପତି ନେଇଛି ଅଣଗେଜେଟେଡ ବନସେବା ସଂଘ । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଜଙ୍ଗଲ ଏବଂ ପରିବେଶ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ବନ କର୍ମଚାରୀଙ୍କର ଲିଖିତ ଅଭିଯୋଗ ଆସିଲେ ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ବନ କର୍ମଚାରୀଙ୍କର ଲିଖିତ ଦାବି ମୋ ପାଖରେ ବର୍ତ୍ତମାନ ପର୍ଯ୍ୟନ୍ତ ପହଞ୍ଚିନାହିଁ । ଲିଖିତ ଦାବି ଆସିଲେ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ଯାହା ନେବା କଥା ନିଆଯିବ । ବନ କର୍ମଚାରୀଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି । ଏନେଇ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଉଛି । ବନ କର୍ମଚାରୀଙ୍କ ସୁରକ୍ଷା, ଶିକାର ରୋକ ପାଇଁ ପଦକ୍ଷେପ ନିଆଯାଇଛି । ଜଙ୍ଗଲ ସୁରକ୍ଷା ପାଇଁ ବନ କର୍ମଚାରୀ ନିଜ ଜୀବନକୁ ବାଜି ଲଗାଉଛନ୍ତି । ସଂଗ୍ରାମ କରି ଶହୀଦ ହେଉଛନ୍ତି । ଜଙ୍ଗଲ ଓ ଜୀବଜନ୍ତୁ ସଂଖ୍ୟା ବୃଦ୍ଧି ପାଇଁ ସେମାନଙ୍କର ପ୍ରମୁଖ ହାତ ରହିଛି । ସେମାନଙ୍କ ସୁରକ୍ଷା ପାଇଁ ସରକାର ସଚେତନ ଅଛନ୍ତି । ଖସଡା ପ୍ରସ୍ତୁତ ହେଉଛି ।

ଜୀବ ଜନ୍ତୁଙ୍କ ଯତ୍ନ ନେଇ ସେମାନେ ଅନେକ କାର୍ଯ୍ୟ କରୁଛନ୍ତି । ସରକାର ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଅଲିଭ ରିଡ଼ଲେ, ଘଡ଼ିଆଳ ଓ ଅନ୍ୟାନ୍ୟ ଜନ୍ତୁଙ୍କ ସଂଖ୍ୟା ବୃଦ୍ଧି ପାଇଁ ପ୍ରଜନନ ଓ ଅନ୍ୟ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବନ୍ୟ ଜନ୍ତୁ ବଢିବା ଲାଗି ୨୪*୭ ସୁରକ୍ଷା ବ୍ୟବସ୍ଥା ହୋଇଛି । ଯେଉଁ ଅଘଟଣ ଘଟିଛି, ସେଥିରେ ମୁଁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିଛି । ସ୍ଥାନୀୟ ଆଇଜି, ଏସପିଙ୍କ ଆଲୋଚନା କରିଛି । କିଭଳି ଭାବେ ଶିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ରରୁ ଏନେଇ କୌଣସି ଟିମ ଆସିବା ନେଇ କୌଣସି ସୂଚନା ନାହିଁ ବୋଲି ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି । ତେବେ କେବେ ସରକାର ବନ କର୍ମଚାରୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେଉଛନ୍ତି ଓ କଣ ପଦକ୍ଷେପ ନେଉଛନ୍ତି ଏବେ ତାକୁ ଅପେକ୍ଷା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.