ETV Bharat / state

ସୌମ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବିଜେଡି ପାଇଁ ଅଡୁଆ ବଢାଇବ: ପଞ୍ଚାନନ

author img

By ETV Bharat Odisha Team

Published : Sep 13, 2023, 4:42 PM IST

ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିଛି ବିଜେଡି । ସୌମ୍ୟଙ୍କୁ ଦଳୀୟ ଉପସଭାପତି ପଦରୁ ବରଖାସ୍ତ କରିବା ବିଜେଡିକୁ ଅଡ଼ୁଆରେ ପକାଇବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ସେପଟେ ଏହା ବିଜେଡି ପାଇଁ ମଙ୍ଗଳ ହେବ ବୋଲି ରାଜନୀତି ସମୀକ୍ଷକ କହିଛନ୍ତି । ଅଧିକ ପଢ଼ନ୍ତୁ

ସୌମ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବିଜେଡି ପାଇଁ ଅଡୁଆ ବଢାଇବ !

ଭୁବନେଶ୍ବର: ଦୀର୍ଘଦିନର ରାଜନୈତିକ ଛକାପଞ୍ଝା ପରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିଛି ବିଜେଡି । ଦଳରେ ଥାଇ 5T ସଚିବ ଓ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମୋଲୋଚନା କରି ଚର୍ଚ୍ଚାରେ ରହିଥିଲେ ଖଣ୍ଡପଡା ବିଧାୟକ । ତେବେ ଏଠାରେ ପ୍ରଶ୍ନ ଉଠୁଛି, ନିର୍ବାଚନ ପାଖେଇ ଆସୁଥିବାବେଳେ ସୌମ୍ୟଙ୍କ ବିରୋଧରେ ବିଜେଡିର ଆକ୍ସନ ତାଙ୍କୁ କେତେ ଅଡ଼ୁଆରେ ପକାଇବ ? ସେପଟେ ସୌମ୍ୟ ନୁହନ୍ତି, ବରଂ ବିଜେଡି ଅଧିକ ଅଡୁଆରେ ପଡିବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ।

'ମୁଖ୍ୟମନ୍ତ୍ରୀ ଆଉ ସକ୍ରିୟ ନାହାନ୍ତି': ପଞ୍ଚାନନ କହିଛନ୍ତି, "କେବଳ ସୌମ୍ୟଙ୍କ ଘଟଣା ନୁହେଁ, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଏବଂ ଓଡିଶା ସାରା ବିଭିନ୍ନ ସଭାସମିତିରେ 5T ସଚିବ ଯୋଜନା ଘୋଷଣା କରିବା ବିଜେଡି ପାଇଁ ଆଗକୁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ । ବରଗଡ଼ ସଭାରେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା ଶୁଣାଇବା ଏବଂ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସବୁ ସ୍ଥାନକୁ ଯାଉଥିବା କଥା କହିବା ଗୋଟିଏ କଥା ପ୍ରମାଣ କରିଛି ଯେ ମୁଖ୍ୟମନ୍ତ୍ରୀ ଆଉ ସକ୍ରିୟ ନାହାନ୍ତି । ଏହିକଥା ସହିତ ମେଳ ଖାଇଛି ସୌମ୍ୟଙ୍କ ବୟାନ । ସୌମ୍ୟ କହିଛନ୍ତି ତାଙ୍କୁ ଯେଉଁ ଲେଟର ଇସ୍ୟୁ କରାଯାଇଛି ସେଥିରେ ଥିବା ମୁଖ୍ୟମନ୍ତ୍ରୀ ଦସ୍ତଖତ ଅସଲି କି ନକଲି ସେନେଇ ସନ୍ଦେହ ସୃଷ୍ଟି ହୋଇଛି । ତେଣୁ ଏଥିରୁ ଗୋଟିଏ ବାର୍ତ୍ତା ଯାଉଛି କି ମୁଖ୍ୟମନ୍ତ୍ରୀ ଆଉ ଆଗଭଳି ସକ୍ରିୟ ନାହାନ୍ତି । ଏ କଥା ଲୋକେ ବୁଝିଗଲେଣି ।" ଯାହାକି ବିଜେଡି ପାଇଁ ଆଗକୁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ ବୋଲି କହିଛନ୍ତି ପଞ୍ଚାନନ ।

ଏହା ମଧ୍ୟ ପଢ଼ନ୍ତୁ...BJD Removed Soumya from VP post: ବିଜେଡିରେ ଯାହା ଚାଲୁଛି ତାହା ଠିକଠାକ ଚାଲୁନାହିଁ କହିଲେ ବିରୋଧୀ

'ସୌମ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବିଜେଡି ପାଇଁ ମଙ୍ଗଳ': ଅନ୍ୟପଟେ ବରିଷ୍ଠ ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି, "ସୌମ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବିଜେଡି ପାଇଁ କୌଣସି ଅଡୁଆ ପରିସ୍ଥିତି ସୃଷ୍ଟି ହେବନାହିଁ, ବରଂ ବିଜେଡି ପାଇଁ ଏପରି କାର୍ଯ୍ୟାନୁଷ୍ଠାନ ମଙ୍ଗଳ ସାବ୍ୟସ୍ତ ହେବ । ସମ୍ପାଦକୀୟରେ ସୌମ୍ୟରଞ୍ଜନ ପଟ୍ଟନାୟକ 5T ସଚିବଙ୍କୁ ସମାଲୋଚନା କରିବା, ବିଜେଡି ନେତା, ମନ୍ତ୍ରୀ ଓ ସୌମ୍ୟଙ୍କ ମଧ୍ୟରେ ଚାଲିଥିବା ବୟାନ ବାଜି ବିଜେଡି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲା । କିନ୍ତୁ ଏବେ ସୌମ୍ୟଙ୍କୁ ବିଜେଡି ଉପସଭାପତି ପଦରୁ ବିଦା କରିବା ପରେ ବିଜେଡି ନିସ୍ତାର ପାଇଛି । ସାମଗ୍ରିକ ଭାବେ ଦେଖିବାକୁ ଗଲେ ଏହା ବିଜେଡି ପାଇଁ ମଙ୍ଗଳ ସାବ୍ୟସ୍ତ ହେବ ।"

ମୁଖ୍ୟମନ୍ତ୍ରୀଙ୍କ ନିଷ୍କ୍ରିୟତା ବିଜେଡି ପାଇଁ ଅଡ଼ୁଆ !: କାହା ନିର୍ଦ୍ଦେଶରେ ସର୍ଭିସ ରୁଲ୍‌ ଉଲ୍ଲଙ୍ଘନ କରି ପାଣ୍ଡିଆନ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି ଏବଂ ଯୋଜନାମାନ ଘୋଷଣା କରୁଛନ୍ତି ବୋଲି ବିଭିନ୍ନ ରାଜନୈତିକ ମହଲରୁ ପ୍ରଶ୍ନ ଉଠିବା ପରେ 5T ସଚିବ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା ଲୋକମାନଙ୍କୁ ଶୁଣାଇଥିଲେ । ପରେ ସଚିବଙ୍କ ଗଞ୍ଜାମ ଗସ୍ତ ବେଳେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହଟହଟ୍ଟା ହେବାକୁ ପଡିଥିଲା । ଏବେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଲେଖା ପାଇଁ ଦଳର ଉପସଭାପତି ପଦରୁ ତାଙ୍କୁ ବିଦା କରାଗଲା । ଏହି ୩ଟି ଘଟଣାକୁ ସାମଗ୍ରୀକ ଭାବେ ଦେଖିଲେ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ ମୁଖ୍ୟମନ୍ତ୍ରୀ ଆଉ ସକ୍ରିୟ ନାହାନ୍ତି ବୋଲି କହିଛି କଂଗ୍ରେସ । ଯାହାକି ନିର୍ବାଚନ ପୂର୍ବରୁ ବିଜେଡି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବାର ସମ୍ଭାବନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.